Jump to content

ସଂଯାବ

ଉଇକିଅଭିଧାନ‌ରୁ

ସଂଯାବ

ଉଚ୍ଚାରଣ

[ସମ୍ପାଦନା]

(ଅନ୍ୟସଂସ୍କୃତ - ନାମ—ମଣ୍ଠକ)

ସଂସ୍କୃତ - ବିଶେଷ୍ୟ - (ସମ୍+ଯୁ ଧାତୁ=ମିଶ୍ରିତ କରିବା+କର୍ମ. ଅ)

[ସମ୍ପାଦନା]

ଘୃତ, କ୍ଷୀର, ଗୁଡ଼ ଆଦିଦ୍ୱାରା ପକ୍ୱ ଗୋଧୂମଚୂର୍ଣ୍ଣର ପିଠା; ଏକ ପ୍ରକାର ଖାଦ୍ୟ, ମିଷ୍ଟପିଷ୍ଟକ ବିଶେଷ; ପୁରକାକରା ପିଠା ବା ନାନମାନ —A sort of sweet wheaten cake or sandwich.

[ଦ୍ରଷ୍ଟବ୍ୟ — ଭାବ ପ୍ରକାଶରେ ଏଥିର ପାକକ୍ରିୟା ସମ୍ୱନ୍ଧରେ ଏହିପରି ଲେଖା ଅଛି:—

କୋରା ନଡ଼ିଆରେ କର୍ପୂର, ଲବଙ୍ଗ, ଅଳାଇଚ ଗୁଣ୍ଡ ଆଦି ମିଶାଇ ତାହାକୁ ଚକଟି କରି ଘିଅରେ ପୁଆଇ 'ପୁର' ପ୍ରସ୍ତୁତ କରିବ ତା ପରେ ଘିଅର ମୟାନ ଦେଇ ମଇଦାର ରୁଟି ତିଆରି କରି ତହି ମଧ୍ୟରେ ଏହି ପୂରକୁ ଭର୍ତ୍ତି କରି ଦୃଢ଼ ଭାବରେ ମୁଦିବ ତା ପରେ ତାହାକୁ ପ୍ରଚୁର ଘିଅରେ ପାକ କରିବ ଏହା ମଣ୍ଠକ (ମଣ୍ଡା) ପରି

ଏହା ମଧୁରରସ, ଶୀତବୀର୍ଯ୍ୟ, ଗୁରୁପାକ, ପୃଷ୍ଟିକର ବଳକାରକ, ଶୂତ୍ରବର୍ଦ୍ଧକ ଓ କଫଜନକ]