Jump to content

ସଂଯୁକ୍ତା

ଉଇକିଅଭିଧାନ‌ରୁ

ସଂଯୁକ୍ତା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସ୍ତ୍ରୀ (ନାମ)

[ସମ୍ପାଦନା]

କାନ୍ୟକୁବ୍ଜର ଅଧିପତି ରାଠୋରବଂଶୀୟ ରାଜା ଜୟଚନ୍ଦ୍ରଙ୍କ କନ୍ୟା ଏବଂ ଦିଲ୍ଲୀ ଓ ଆଜମୀରର ଅଧିପତି ଚୈହାନବଂଶୀୟ ପୃଥ୍ୱୀରାଜଙ୍କ ମହିଷୀ —Name of the queen of king Pṛuthwīrāja of Delhi.

[ଦ୍ରଷ୍ଟବ୍ୟ —ସଂଯୁକ୍ତା ଅଶେଷ ରୂପଲାବଣ୍ୟ ଓ ଗୁଣରେ ଭୂଷିତା ଥିଲେ; ଦିଲ୍ଲୀର ଓ ଆଜମୀରର ଚୈହାନବଂଶୀୟ ନରପତ ପୃଥ୍ୱୀରାଜ ମଧ୍ୟ ଅସାଧାରଣ ବୀର ଥିଲେ ଊଭୟେ ଉଭୟଙ୍କର ଯଶୋରାଶି ଶ୍ରବଣ କରି ପରସ୍ପରଙ୍କ ପ୍ରତି ଆକୃଷ୍ଟ ହୋଇଥିଲେ କିନ୍ତୁ ଜୟଚନ୍ଦ୍ର ଓ ପୃଥ୍ୱୀରାଜଙ୍କ ମଧ୍ୟରେ ବିଶେଷ ଶତ୍ରୁତା ଥିବାରୁ ଜୟଚନ୍ଦ୍ର ସଂଯୁକ୍ତାଙ୍କୁ ପୃଥ୍ୱୀରାଜଙ୍କ ହସ୍ତରେ ସମର୍ପଣ ନ କରି କନ୍ୟାର ସ୍ୱୟମ୍ୱର ପାଇଁ ପ୍ରସ୍ତୁତ ହେଲେ ସେ ୧୧୬: ଖ୍ରୀ: ଅ:ରେ

ଗୋଟିଏ ରାଜସୂୟ ଯଦି ଅନୁଷ୍ଠାନ କରି ସେହି ଅନୁଷ୍ଠାନର ଯଜ୍ଞକୁ ନିମନ୍ତ୍ରିତ ରାଜାମାନଙ୍କର ଗୋଡ଼ ଧୋଇଦେବା ପାଇଁ ବହିର୍ଦ୍ୱାରରେ ଦ୍ୱାରୀରୂପେ ରହିବାକୁ ପୃଥ୍ୱୀରାଜଙ୍କୁ ନିମନ୍ତ୍ରଣ କଲେ ପୃଥ୍ୱୀରାଜ ଏହି ଅପମାନସୂଚକ ନିମନ୍ତ୍ରଣକୁ ଘୃଣାସହକାରେ ପ୍ରତ୍ୟାଖାନ କଲେ ଏହି ଯଜ୍ଞ ଉପଲକ୍ଷରେ ନିମନ୍ତ୍ରିତ ରାଜାମାନଙ୍କୁ ଘେନି ଜୟଚନ୍ଦ୍ର ସଂଯୁକ୍ତାଙ୍କକ ସ୍ୱୟମ୍ୱର ସଭା କଲେ ଏବଂ ପୃଥ୍ୱୀରାଜ ଆସି ନ ଥିବାରୁ ଜୟଚନ୍ଦ୍ର ପୃଥ୍ୱୀରାଜଙ୍କୁ ଅନ୍ୟ ରାଜାଙ୍କ ଚକ୍ଷୁରେ ହୀନ ଓ ଅପମାନିତ କରିବା ପାଇଁ ତାଙ୍କର ଗୋଟିଏ ବିକୃତ ମାଟିର ପ୍ରତିମା ନିର୍ମାଣ କରି ଉକ୍ତ ପ୍ରତିମାକୁ ଦ୍ୱାରୀରୂପେ ବହିର୍ଦ୍ୱାରରେ ସ୍ଥାପନ କଲେ 

ଏଣେ ପୃଥ୍ୱୀରାଜ ସଂଯୁକ୍ତାଙ୍କ ସ୍ୱୟମ୍ୱର ସଭା ଦେଖିବା ପାଇଁ ଗୁଡ଼ିଏ ସୈନ୍ୟ ସହ କାନ୍ୟକୁବ୍ଜକୁ ଆସି ସୈନ୍ୟ— ମାନଙ୍କୁ କିଛି ଦୂରରେ ଲୁଚାଇ ରଖି ଆପେ ପ୍ରଚ୍ଛ୍ୱନ୍ନ ବେଶରେ ସ୍ୱୟମ୍ୱର ମଣ୍ଡପ ନିକଟରେ ରହିଥାଆନ୍ତି ଏହି ସମୟରେ ପୂର୍ବରୁ ପୃଥ୍ୱୀରାଜଙ୍କଠାରେ ଅର୍ପିତଚିତ୍ତା ସଂଯୁକ୍ତା ସ୍ୱୟମ୍ୱର ସଭାକୁ ଆସି ସେଠାରେ ପୃଥ୍ୱୀରାଜଙ୍କୁ ନ ଦେଖି ଦ୍ୱାର ନିକଟକୁ ଯାଇ ସେଠାରେ ସ୍ଥାପିତ ପୃଥ୍ୱୀରାଜଙ୍କ ପ୍ରତିମାର ଗଳାରେ ବରଣମାଳା ଅର୍ପଣ କଲେ ଏହି ଘଟନା ଦେଖି ପୃଥ୍ୱୀରାଜ ଲୁଚିଥିବା ସ୍ଥାନରୁ ବାହାରି ପଡ଼ି ସଂଯୁକ୍ତାଙ୍କୁ ନିଜର ପଛଆଡ଼େ ଅଶ୍ୱପୃଷ୍ଠରେ ବସାଇ ଘୋଡ଼ା ଦଉଡ଼ାଇ ଚାଲିଗଲେ ଜୟଚନ୍ଦ୍ର ଏଥିରେ କ୍ରୋଧାନ୍ଧ ହୋଇ ସଦଳ— ବଳ ପୃଥ୍ୱୀରାଜଙ୍କ ପଶ୍ଚାଦ୍ଧାବନ କଲେ କିନ୍ତୁ ପୃଥ୍ୱୀରାଜ ଓ ତାଙ୍କର ସେନାଦ୍ୱାରା ବାଟରେ ଜୟଚନ୍ଦ୍ର ବାରମ୍ୱାର ପରାସ୍ତ ହୋଇ ୬ ଦିନ ପରେ ନିଜ ରାଜଧାନୀ ଦିଲ୍ଲୀରେ ପହଞ୍ଚିଲେ ଜୟଚନ୍ଦ୍ର ନିଜେ ପୃଥ୍ୱୀରାଜଙ୍କୁ ଜିଣି ନ ପାରି କାବୁଲରୁ ମହମ୍ମଦ ଘୋରୀଙ୍କୁ ଦିଲ୍ଲୀ ଆକ୍ରମଣ କରିବାକୁ ନିମନ୍ତ୍ରଣ କଲେ ଓ ମହମ୍ମଦ ଘୋରୀ ଏହି ସୁଯୋଗ ଦେଖି ଭାରତ ଆକ୍ରମଣ କଲେ ଏହାହିଁ ଭାରତବର୍ଷରେ ଯବନାଧିକାରର ପ୍ରଥମ ସୂତ୍ରପାତ ପ୍ରଥମ ଯୁଦ୍ଧରେ ତ୍ରିରୋରୀ ବା ଥାନେଶ୍ୱର ନାମକ ଯୁଦ୍ଧକ୍ଷେତ୍ରରେ ମହମ୍ମଦ ଘୋରୀ ପୃଥ୍ୱୀରାଜଙ୍କ ସଙ୍ଗେ ଯୁଦ୍ଧ କରି ତହିଣରେ ଆହତ ଓ ପରାଜିତ ହୋଇ ପଳାଇଗଲେ (୧୧୯୧: ) ସାଲ କିନ୍ତୁ ସେ ଭାରତ ତ୍ୟାଗ ନ କରି ଲାହୋରରେ ରହି ଦ୍ୱିତୀୟଥର ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ ଓ ୧୧୯୩: ସାଲରେ ପୁଣି ଦିଲ୍ଲୀ ଆକ୍ରମଣ କରି ପୂର୍ବୋକ୍ତ ଯୁଦ୍ଧକ୍ଷେତ୍ରରେ ଯୁଦ୍ଧ କଲେ ଏହି ଯୁଦ୍ଧରେ ଦୈବମାନେ ପୃଥ୍ୱୀରାଜ ନିହତ ହେଲେ ଓ ହିନ୍ଦୁମାନଙ୍କର ରାଜ୍ୟଲକ୍ଷ୍ମୀ ବସ୍ତୁତଃ ଭାରତକୁ ତ୍ୟାଗ କଲେ ପୃଥ୍ୱୀରାଜ ହତ ହୁଅନ୍ତେ ସଂଯୁକ୍ତା ପ୍ରଜ୍ୱଳିତ ହୃତାଶନରେ ଝାସ ଦେଇ ପ୍ରାଣତ୍ୟାଗ କଲେ ୧୧୯୪:ରେ ମହମ୍ମଦ ଘୋରୀ ଜୟଚନ୍ଦ୍ରଙ୍କୁ ଚନ୍ଦ୍ରବାର ଯୁଦ୍ଧକ୍ଷେତ୍ରରେ ପରାଜିତ କଲେ ଓ କାନ୍ୟକୁବ୍ଜ ଅଧିକାର କଲେ—ପ୍ରୋଥେରୋ ସାହେବଙ୍କ ସ୍କୁଲ ପାଠ୍ୟ ଭାରତ ଇତିହାସ