ସଂଯୋଗ
ଦେଖଣା
- ସମ୍ମେଳନ; ମିଳିତ ହେବା; ପରସ୍ପର ସହିତ ମିଳନ
- ଦୂରସ୍ଥ ବା ଅପ୍ରାପ୍ତ ବସ୍ତୁଦ୍ଵୟର ପରସ୍ପର ପ୍ରାପ୍ତି ବା ଯୋଗ
- ସଂଘଟ୍ଟନ
- ମିଶ୍ରଣ
- ଏକାଧିକ ରାଶିକୁ ଯୋଗ କରିବା; ମିଶାଣ
- ସଂପର୍କ
- ସଂଗମ; ମୈଥୁନ
- ଅଳଙ୍କାର ବା ଅଭରଣାଦିର ଏକସାର
- ପରସ୍ପରଙ୍କ ସାଧାରଣ ଉଦ୍ଦେଶ୍ୟ ସାଧନାର୍ଥ ଦୁଇରାଜାଙ୍କ ମଧ୍ୟରେ ମୁଖ୍ୟ ସ୍ଥାପନ
- ଦୁଇ ଜ୍ୟୋତିଷଙ୍କ ମିଳନ
- ସ୍ଵରବର୍ଣ୍ଣ ସଙ୍ଗେ ମିଳି ଉଚ୍ଚାରିତ ବ୍ୟଞ୍ଜନବର୍ଣ୍ଣ
- ଶିବ
- ସୁଯୋଗ
- ଦୈବଯୋଗ
- ବିଧାନ; ଘଟନ
ବିଶେଷଣ (ଦେଶଜ)
[ସମ୍ପାଦନା]- ସଂଯୁକ୍ତସଂଯୋଗ
ଉଚ୍ଚାରଣ
[ସମ୍ପାଦନା][ବିଯୋ(ୟୋ)ଗ—ବିପରୀତ]
ସଂସ୍କୃତ - ବିଶେଷ୍ୟ - (ସମ୍+ଯୃଜ୍ ଧାତୁ+ଭାବ ଅ)
[ସମ୍ପାଦନା]- ୧. ସମ୍ମେଳନ; ମିଳିତ ହେବା; ପରସ୍ପର ସହିତ ମିଳନ —Meeting; union; association; conjunction.
- ୨. (ନ୍ୟାୟଦର୍ଶନ) ଦୂରସ୍ଥ ବା ଅପ୍ରାପ୍ତ ବସ୍ତୁଦ୍ୱୟର ପରସ୍ପର ପ୍ରାପ୍ତି ବା ଯୋଗ —୨. (Nyāya-Philosophy) The junction of two things which were hereto separeted.
[ଦ୍ରଷ୍ଟବ୍ୟ — ନ୍ୟାୟ ଦର୍ଶନ ମତରେ ଏହା ଅପ୍ରାପ୍ତ ବସ୍ତୁଦ୍ୱୟର ପ୍ରାପ୍ତିରୂପ ସଂବନ୍ଧ ଏହା ତ୍ରିବିଧ; ଯଥା—୧ ଏକ କର୍ମଜନ୍ୟ (ଯେଉଁଠାରେ ଦୁହିଁଙ୍କ ମଧ୍ୟରୁ ଏକ ବସ୍ତୁ ଅନ୍ୟ ବସ୍ତୁର ନିକଟକୁ ଆସେ; ଯଥା—ପର୍ବତରେ ପକ୍ଷି ସଂଯୋଗ)
- ୨. ଉଭୟ କର୍ମଜନ୍ୟ (ଯେଉଁଠାରେ ଉଭୟ ବସ୍ତୁ ପରସ୍ପର ନିକଟକୁ ଆସନ୍ତି; ଯଥା—ପଶୁଦ୍ୱୟସଂଯୋଗ)
- ୩. କର୍ମଜନ୍ୟ ସଂଯୋଗ (ଯେଉଁଠାରେ କୌଣସି କର୍ମ— ଯୋଗୁ ଏକ ବସ୍ତୁରେ ଅନ୍ୟ ପଦାର୍ଥର ସଂଯୋଗ ଘଟେ; ଯଥା—ଅଭିଘାତିଦ୍ୱାରା ବୀଣାରେ ଶବ୍ଦସଂଯୋଗ)
- ୩. ସଂଘଟନ —୩. Cohesion.
- ୪. ମିଶ୍ରଣ —୪. Mixing up.
- ୫. (ଗଣିତ) ଏକାଧିକ ରାଶିକୁ ଯୋଗ କରିବା; ମିଶାଣ —୫. (arithmetic) Addition of numbers.
- ୬. ସଂପର୍କ —୬. Connection; contact.
- ୭. ସଂଗମ; ମୈଥୁନ —୭. Copulation.
- ୮. ଅଳଙ୍କାର ବା ଆଭରଣାଦିର ଏକସାର ୮. A set (of ornaments or dress) (Apte).
- ୯. ପରସ୍ପରଙ୍କ ସାଧାରଣ ଉଦ୍ଦେଶ୍ୟ ସାଧାନାର୍ଥ ଦୁଇରାଜଙ୍କ ମଧ୍ୟରେ ସଖ୍ୟ ସ୍ଥାପନ —୯. Alliance between two kings or powers for a common object (Apte)
- ୧. (ଜ୍ୟୋତିଷ) ଦୁଇ ଜ୍ୟୋତିଷଙ୍କ ମିଳନ — ୧୦. (Astronomy) The conjunction of two
heavenly bodies (Apte)
ଅନୁବାଦ
[ସମ୍ପାଦନା]- ୧୧. (ବ୍ୟାକରଣ) ସ୍ୱରବର୍ଣ୍ଣ ସଙ୍ଗେ ମିଳି ଉଚ୍ଚାରିତ ବ୍ୟଞ୍ଜନବର୍ଣ୍ଣ (ଯଥା— 'ଅ' ସ୍ୱରବର୍ଣ୍ଣ ସଙ୍ଗେ ମିଳି ଉଚ୍ଚାରିତ ବ) —୧୧. (Grammer) A conjunct consonant (Apte)
- ୧୨. ଶିବ —୧୨. Ṡiba (Apte).
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ସୁଯୋଗ —୧. Good opportunity.
- ୨. ଦୈବଯୋଗ —୨. Luck; chance.
[ଉ— ସଂଯୋଗେ ଆସିଥିଲେ ମୁନି, ପ୍ରଶନ କଲା ନୃପମଣି —ଭୂପତି. ପ୍ରେମପଞ୍ଚାମୃତ]
- ୩. ବିଧାନ; ଘଟନ —୩. Ordainment; decree.
[ଉ—ବିହି ଏହାକୁ ସଂଯୋଗ କରିଅଛି ତୁମ୍ଭରି ଭୋଗ ନିମନ୍ତେ—ବିଶ୍ୱନାଥ: —Joined; attached.
[ଉ— ସଞ୍ଚାଣ ପରାଏ ଦୁହେଁ ହୋଇବେ ସଂଯୋଗ—ପ୍ରାଚୀ. ବ୍ରହ୍ମନିରୂପଣଗୀତ]