Jump to content

ସଂସାର

ଉଇକିଅଭିଧାନ‌ରୁ

ସଂସାର

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ସମ୍+ସୃ ଧାତୁ=ଗମନ କରିବା+ଅଧି. ଅ; ଯେଉଁଠାରେ ପ୍ରାଣିଗଣ ଗମନାଗମନ କରନ୍ତି)

[ସମ୍ପାଦନା]
୧. ଜଗତ୍; ପୃଥିବୀ; ମରଲୋକ; ମର୍ତ୍ତ୍ୟଲୋକ; ଇହଲୋକ — ୧. The world; the earth; the creation; the mortal world; course of wordly existance; earthly existence.
୨. ମାୟା— ପୂରିତ ଜଗତ୍ —୨. The world which is full of illusion.
୩. ଅବିଦ୍ୟାବନ୍ଧନ; ମାୟାବନ୍ଧନ — ୩. Fascination of the world; the worldly ties.
୪. ମାୟାଜନ୍ୟ ବ୍ୟସନ —୪. Idealism; hte state of being addicted to delusive pursuits.
୫. ସାଂସାରିକ ବିଷୟ — ୫. Worldy affairs; worldy concern.
୬. ସ୍ତ୍ରୀ ପୁତ୍ର କନ୍ୟା ସମ୍ୱଳିତ ପରିବାର —୬. One's family (consisting of wife, children etc.)
୭. ଗାର୍ହସ୍ଥ୍ୟ; ଘରକରଣା —୭. One's house-hold; eking out one's existance with family.
୮. ଜନସମାଜ —୮. Human society; the mankind.

(ଉ—ସଂସାର ଭିତରେ ଉତ୍ତମ, ସାଧୁଙ୍କ ଭିତରେ ଜନମ କମଳଲୋଚନ. ଚଉତିଶା)

୯. ପୁନର୍ଜନ୍ମ; ବାରଂବାର ମୃତ୍ୟୁପରେ ଜନ୍ମାନ୍ତର — ୯. Transmigration; metempsychosis; succession of births. (Apte).

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ସ୍ତ୍ରୀ —Wife.

[ଯଥା—ଯୌବନ ବୟସରେ ଗୃହଭଗ୍ନ ହେଲେ ମନୁଷ୍ୟକୁ ପୁଣି ଦ୍ୱିତାୟ ସଂସାରର ଯୋଗାଡ଼ କରିବାକୁ ପଡ଼େ]

[ଦ୍ରଷ୍ଟବ୍ୟ —ସଂସ୍କୃତରେ ମଧ୍ୟ ବଚନ ଅଛି—"ଗୃହିଣୀ ଗୃହମୁଚ୍ୟତେ" ଅର୍ଥାତ୍ ଗୃହିଣୀଙ୍କ ଯୋଗୁଁ ସିନା ଗୃହ; ତେଣୁ ଗୃହିଣୀଙ୍କୁ ଗୃହ ବୋଲି କହିଲେ ଚଳେ ଏହି ଅନୁକରଣରେ ମଧ୍ୟ ଆମ ଭାଷାରେ ଆପଣା ସ୍ତ୍ରୀଙ୍କୁ ଲୋକ 'ଘରେ', 'ଘରଆଡ଼େ', 'ପିଲାଏ', 'ପରିବାର' ଆଦି ଆଖ୍ୟା ଦେଇ କଥାଭାଷା କରନ୍ତି ଏବଂ ରାଜାମାନେ 'ଉଆସ' (ଅନ୍ତଃପୁର) ବୋଲି କହନ୍ତି]