ସଂସିଦ୍ଧ
ଦେଖଣା
ସଂସିଦ୍ଧ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ସମ୍+ସିଧ୍ ଧାତୁ+ କର୍ତ୍ତୃ. ତ)
[ସମ୍ପାଦନା]- ୧. ସମ୍ଫୂର୍ଣ୍ଣ— ରୂପେ ସିଦ୍ଧ —୧. Well boiled; fully boiled.
- ୨. ସମ୍ୟକ୍ ନିଷ୍ପନ୍ନ; ସୁସଂପନ୍ନ; ସୁସମାହିତ — ୨. Well accomplished.
- ୩. ସମ୍ଫୂର୍ଣ୍ଣରୂପେ ସିଦ୍ଧି— ପ୍ରାପ୍ତ —୩. One who has attained unqualified success; perfected.
- ୪. ସ୍ୱାଭାବସିଦ୍ଧ — ୪. Natural; accomplished or perfected by nature.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ସିଦ୍ଧ ପ୍ରାପ୍ତ ବ୍ୟକ୍ତି —A man who has attained moral perfection by practices during several cycles of existence.
[ ଦ୍ର— ଭଗବଦ୍ ଗୀତା ଆଦି ଶାସ୍ତ୍ରରେ ଅଛି ଯେ, ଯୋଗଭ୍ରଷ୍ଟ ମହାପୁରୁଷ ନିଜକୃତ କର୍ମଫଳରେ ପର ଜନ୍ମରେ ଶୁଚି ଓ ଶ୍ରୀମାନ ବ୍ୟକ୍ତିମାନଙ୍କ ପରିବାରରେ ଜନ୍ମ ଗ୍ରହଣ କରନ୍ତି ଏବଂ ପୂର୍ବ ଜନ୍ମରୁ ଅଧା ବା ଖଣ୍ଡିଆ ହୋଇ ଥିବା ଯୋଗକୁ ସେହି ଅଧା ଜାଗାରୁ ସାଧନା କରନ୍ତି ଏହିପରି କରି କରି ବହୁକାଳର ଯୋଗ ସାଧନା ବଳରେ ଉକ୍ତ ବ୍ୟକ୍ତି ସଂସିଦ୍ଧି ଲାଭ କରି ପରାଗତି ବା ମୋକ୍ଷ ପ୍ରାପ୍ତ ହୋଇ ଆଉ ସଂସାରକୁ ଫେରି ଆସନ୍ତି ନାହିଁ, ଅର୍ଥାତ୍ ସାଯୁଜ୍ୟ ପ୍ରାପ୍ତ ହୋଇ ପୁନର୍ଜନ୍ମ ରୂପ ସଂସାର ବନ୍ଧନରୁ ଚିରକାଳ ପାଇଁ ମୁକ୍ତିଲାଭ କରନ୍ତି]