Jump to content

ସଂସୃଷ୍ଟି

ଉଇକିଅଭିଧାନ‌ରୁ

ସଂସୃଷ୍ଟି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସମ୍+ସୃଜ୍ ଧାତୁ+ଭାବ. ତି)

[ସମ୍ପାଦନା]
୧. ସହବାସ — ୧. Intercourse; cohabitation.
୨. ସାହଚର୍ଯ୍ୟ —୨. Companionship; association.
୩. ମିଳନ —୩. Junction.
୪. ସଂସ୍ରବ — ୪. Connection; relationship.
୫. ଏକତ୍ର ମିଶ୍ରଣ —୫. Amalgamation.
୬. ଏକାନ୍ନବାସ; ଏକାନ୍ନବର୍ତ୍ତିତା —୬. Coparcenery; jointness in property.
୭. କାବ୍ୟାଳଙ୍କାର ବିଶେଷ; କାବ୍ୟର ସ୍ଥାନବିଶେଷରେ ବା ଅଂଶବିଶେଷରେ ଏକାଧିକ ଅଳଂକାରର ଏକତ୍ର ସମାବେଶ —୭. (A figure of speech which is an) Indication of the mixture of several figures of speech in any part of a literary composition.

[ ଦ୍ର—ଯେଉଁଠାରେ ଏକାଧିକ ଅଳଂକାର ଏକ ବାକ୍ୟରେ ପରସ୍ପର ନିରପେକ୍ଷ ଭାବରେ ରହନ୍ତି, ସେଠାରେ ସଂସୃଷ୍ଟି ଅଳଂକାର ହୁଏ; ଯଥା— ସୁମୁଖୀ—ଚନ୍ଦ୍ରମା— ମୁଖ ଦେଖି ମୁଗ୍ଧ ମାନସ ଏସନ ପାଞ୍ଚେ, ବିଶ୍ୱକାନ୍ତି ସାର ବୋଳି ଅବା ମାର ଢାଳିଅଛି ପ୍ରେମ—ଛାଞ୍ଚେ କୁଳମଣି. ଅଳଂକାର— ତରଙ୍ଗିଣୀରେ ଉଦ୍ଧୃତ ରାଧାନାଥ—ଯଯାତିକେଶରୀ]