ସଂସ୍କାର

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ନିର୍ମଳୀକରଣ
  • ପରିଷ୍କରଣ
  • ମରାମତି
  • ପ୍ରସ୍ତୁତୀକରଣ
  • ଶୁଦ୍ଧି
  • ଶୋଧନ; ଶୁଦ୍ଧକ୍ରିୟା
  • ମାର୍ଜନ; ମାଜିବା
  • ଭୂଷିତ କରିବା; ଅଳଂକରଣ
  • ଭ୍ରମ ସଂଶୋଧନ
  • ବ୍ୟାକରଣଗତ ଶୁଦ୍ଧତା
  • ରନ୍ଧନ
  • ସିଦ୍ଧ କରିବା; ସିଝାଇବା
  • ଶାସ୍ତ୍ରାଭ୍ୟାସଜନ୍ୟ ବ୍ୟୁତ୍ପତ୍ତି; ଶିକ୍ଷା
  • ବ୍ୟାକରଣ ଶାସ୍ତ୍ରରେ ବ୍ୟୁତ୍ପତ୍ତି
  • ଦ୍ରବ୍ୟର ସ୍ଥିତି ସ୍ଥାପକତା
  • ଧାରଣା
  • ସିଦ୍ଧାନ୍ତ; ବଦ୍ଧମୂଳ ବିଶ୍ଵାସ
  • ପୂର୍ବ ଜନ୍ମ ସମ୍ବନ୍ଧୀୟ ଜ୍ଞାନ; ପୂର୍ବ ଜନ୍ମର ବାସନାଜନିତ କର୍ମ; ଜନ୍ମାନ୍ତରୀଣ ଜ୍ଞାନ; ପ୍ରାକନ୍ତ କର୍ମ
  • ସ୍ମୃତିହେତୁକ ମନୋବୃତ୍ତି; ଗୁଣବିଶେଷ
  • ସ୍ଥିତିସ୍ଥାପକ ସଂସ୍କାର ଓ ଭାବନାଖ୍ୟ ସଂସ୍କାର
  • ପ୍ରଣୀର ସହଜ ପ୍ରବୃତ୍ତି; ସ୍ଵାଭାବିକ ଜ୍ଞାନ; ସହଜ ବାସନା; ଜୀବ ଜନ୍ମ ଲଭିବା ସଙ୍ଗେ ସଙ୍ଗେ ତା ମନରେ ଜାତ ହେବା କେତେକ ଧାରଣା
  • ମନ୍ତ୍ରପାଠଦ୍ଵାରା ଦ ବ୍ୟାଦି ଶୋଧନ
  • ପ୍ରୋକ୍ଷଣ; ଅଭିମନ୍ତ୍ରିତ ଜଳସେଚନ
  • ଦ୍ଵିଜାତିମାନଙ୍କର ଦେହଶୁଦ୍ଧି ବିଧାୟକ ଦଶବିଦ୍ଧ କର୍ମ; ଦଶ କର୍ମ; ଦ୍ଵିଜାତିଙ୍କର ଜାତକର୍ମାଦି ଦଶବିଦ୍ଧ ଅନୁଷ୍ଠାନ
  • ସଂସ୍କ୍ରିୟା; ମୃତବ୍ୟକ୍ତିର ଶବଦାହ ଓ ମରଣାଶୌଳ ସଂପୃକ୍ତ ଶୁଦ୍ଧିକ୍ରିୟା

ବିଶେଷ୍ୟ (ଦେଶଜ)[ସମ୍ପାଦନା]

ବିଶେଷଣ (ଦେଶଜ)[ସମ୍ପାଦନା]

  • ପବିତ୍ର; ଶୁଦ୍ଧସଂସ୍କାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ସମ୍+କୃ ଧାତୁ+ଭାବ. ଅ; ସ ଆଗମ)[ସମ୍ପାଦନା]

୧. ନିର୍ମଳୀକରଣ —୧. Purifying; refining.
୨. ପରିଷ୍କରଣ —୨. Cleansing.
୩. ମରାମତି; ଜୀର୍ଣ୍ଣୋଦ୍ଧାର —୩. Repair.
୪. ପ୍ରସ୍ତୁତୀକରଣ — ୪. Preparation.
୫. ଶୁଦ୍ଧି —୫. Purity.
୬. ଶୋଧନ; ଶୁଦ୍ଧିକ୍ରିୟା —୬. Purification; rectifying.
୭. ମାର୍ଜନ; ମାଜିବା —୭. Polishing; rubbing; scouring.
୮. ଭୂଷିତ କରିବା; ଅଳଂକରଣ —୮. Embellishment; adorning.
୯. ଭ୍ରମ ସଂଶୋଧନ —୯. Correcting or rectification of mistakes.
୧. ବ୍ୟାକରଣଗତ ଶୁଦ୍ଧତା — ୧୦. Grammatical correction; grammatical correctness.
୧୧. ରନ୍ଧନ —୧୧. Cooking; dressing.
୧୨. ସିଦ୍ଧ କରିବା; ସିଝାଇବା —୧୨. Boiling.
୧୩. ଶାସ୍ତ୍ରାଭ୍ୟାସଜନ୍ୟ ବ୍ୟୁତ୍ପତ୍ତି; ଶିକ୍ଷା —୧୩. Profi ciency due; to study or learning; refinement; education.
୧୪. ବ୍ୟାକରଣ ଶାସ୍ତ୍ରରେ
ବ୍ୟତ୍ପତ୍ତି —୧୪. Proficiency in grammar.

୧୫. ବେଗ —୧୫. Velocity.
୧୬. ଦ୍ରବ୍ୟର ସ୍ତିତି— ସ୍ଥାପକତା —୧୬. Elasticity.
୧୭. ଧାରଣା — ୧୭. Impression.
୧୮. ସିଦ୍ଧାନ୍ତ; ବଦ୍ଧମୂଳ ବିଶ୍ୱାସ — ୧୮. A fixed idea; 'Ide fixe'.
୧୯. ପୂର୍ବ ଜନ୍ମ— ସମ୍ୱନ୍ଧୀୟ ଜ୍ଞାନ; ପୂର୍ବ ଜନ୍ମର ବାସନାଜନିତ କର୍ମ; ଜନ୍ମା— ନ୍ତରୀଣ ଜ୍ଞାନ; ପ୍ରାକ୍ତନ କର୍ମ —୧୯. Subconscious recollection of the events and actions of one's past birth; instinct or idea or impression left on the mind about one's previous birth (before the present life.)
୨. (ଦର୍ଶନଶାସ୍ତ୍ର) ସ୍ମୃତିହେତୁକ ମନୋବୃତ୍ତି; ଗୁଣ ବିଶେଷ (ପ୍ରବୃତିବାଦ) —୨୦. (Hindu philosophy) Mental faculty due to memory.

[ଦ୍ରଷ୍ଟବ୍ୟ —ଏହା ତ୍ରିବିଧ—ବେଗାଖ୍ୟ ସଂସ୍କାର, ସ୍ଥିତିସ୍ଥାପର ସଂସ୍କାର ଓ ଭାବନାଖ୍ୟ ସଂସ୍କାର ]

୨୧. (ବିଜ୍ଞାନ ପରିଭାଷା)— ପ୍ରାଣୀର ସହଜ ପ୍ରବୃତ୍ତି; ସ୍ୱାଭାବିକ ଜ୍ଞାନ; ସହଜ ବାସନା; ଜୀବ ଜନ୍ମ କରିବା ସଙ୍ଗେ ସଙ୍ଗେ ତା ମନରେ ଜାତ ହେବା କେତେକ ଧାରଣା (ଯଥା—ମାତୃ ସ୍ତନ୍ୟପାନ) —୨୧. Instinct; animal instinct.
୨୨. ମନ୍ତ୍ରପାଠଦ୍ୱାରା ଦ୍ରବ୍ୟାଦି ଶୋଧନ —୨୨. Purifying an article by uttering mystic formula.
୨୩. ପ୍ରୋକ୍ଷଣ; ଅଭିମନ୍ତ୍ରିତ ଜଳସେଚନ —୨୩. Sprinkling with hallowed or conserated water.
୨୪. ଦ୍ୱିଜାତିମାନଙ୍କର ଦେହଶୁଦ୍ଧି ବିଧାୟକ ଦଶବିଧ କର୍ମ; ଦଶ କର୍ମ; ଦ୍ୱିଜାତିଙ୍କର ଜାତକର୍ମାଦି ଦଶବିଧ ଅନୁଷ୍ଠାନ — ୨୪. The specific religious ceremonies or purificatory rites which consecrate the body of a Hindu belonging to the three higher or twice born castes.

[ଦ୍ରଷ୍ଟବ୍ୟ —ଦ୍ୱିଜାତିଙ୍କର ଦଶ କର୍ମ ବା ଦଶବିଧ ସଂସ୍କାର; ଯଥା ===

୧. ଗର୍ଭଧାନ (ସାଧାରଣ କଥାବାର୍ତ୍ତାରେ ପୁନର୍ବିବାହ; ଆଶୀର୍ବାଦ ଘର; ଦୁର୍ବାକ୍ଷତ ଘର); ସ୍ତ୍ରୀ ଋତୁମତୀ ହେବା ପରେ ସ୍ୱାମୀର ପ୍ରଥମ ସହବାସ ଉପଲକ୍ଷରେ ଅନୁଷ୍ଠିତ କର୍ମ
୨. ପୁଂସବନ—ଗର୍ଭର ୩ୟ ମାସ ଆରମ୍ଭରେ ଗର୍ଭସ୍ଥ ସନ୍ତାନର ମଙ୍ଗଳ ଉଦ୍ଦେଶ୍ୟରେ ଅନୁଷ୍ଠିତ କର୍ମ
୩. ସୀମନ୍ତୋନ୍ନୟନ; (ସାଧାରଣ କଥାରେ ସାଧଖିଆ ବା ଚିତ୍ତଉଖିଆ)—ଗର୍ଭିଣୀର ୪ର୍ଥ, ୬ଷ୍ଠ ବା ୮ମ ମାସରେ କର୍ତ୍ତବ୍ୟ କର୍ମବିଶେଷ ଏଥିରେ ଗର୍ଭିଣୀର ସୀମାନ୍ତ ବା କପୋଳ ଉପରର କେଶକୁ ଉପରକୁ ଟେକିବାକୁ ହୁଏ)
୪. ଜାତକର୍ମ—ସନ୍ତାନର ଜନ୍ମ ପରେ କର୍ତ୍ତବ୍ୟ କର୍ମ ବିଶେଷ
୫. ନାମକରଣ—ଜନ୍ମର ପ୍ରଥମ ଦ୍ୱିତୀୟ ମାସରେ ସନ୍ତାନର ନାମ ଦେବା ଉପଲକ୍ଷରେ ଅନୁଷ୍ଠିତ କର୍ମ—ବିଶେଷ
୬. ନିଷ୍କ୍ରମଣ—୪ର୍ଥ ମାସରେ ସନ୍ତାନର ଗୃହର ବାହାରକୁ ବାହାରିବା ଉପଲକ୍ଷରେ ଅନୁଷ୍ଠେୟ କର୍ମ
୭. ଅନ୍ନପ୍ରଶନ; (ଖିରିଚଟା)— ଜନ୍ମର ୬ମାସ ପରେ ସନ୍ତାନକୁ ପ୍ରଥମେ ଭାତ ଖୁଆଇବା ଉପଲକ୍ଷରେ ଅନୁଷ୍ଠେୟ କର୍ମ (ଏଥିରେ ସାଧାରଣତଃ ଶିଶୁର ପାଟିରେ ଖିରୀ ଟିକେ ଚଟାଇ ଦିଆ ହୋଇଥାଏ; କାରଣ ସେତେବେଳେ ତାର ଭାତ ଖାଇ ହଜମ କରିବାର ଶକ୍ତି ଆସି ନ ଥାଏ)
୮. ଚୂଡ଼ାକରଣ ବା କର୍ଣ୍ଣବେଧ; (ସାଧାରଣ କଥାରେ କାନଫୋଡ଼ା ବା ବିଦ୍ୟାରମ୍ଭ); ସନ୍ତାନର ଚାରିବର୍ଷ ଚାରି ମାସ ଚାରିଦିନରେ ପ୍ରଥମ କ୍ଷୌରକର୍ମ, ବିଦ୍ୟାରମ୍ଭ ଓ କାନ—ଫୋଡ଼ା କର୍ମ
୯. ଉପନୟନ ବା ବ୍ରତ— ୭ ଠାରୁ ୧୬: ବର୍ଷ ବୟସ ମଧ୍ୟରେ ଯଜ୍ଞୋପବୀତ ଧାରଣରୂପ ଅନୁଷ୍ଠାନ (ପୂର୍ବେ ବାଳକମାନେ ଉପନୟନ ପରେ ବିଦ୍ୟାଶିକ୍ଷା ପାଇଁ ଗୁରୁଗୃହକୁ ଯାଉଥିଲେ ଏବେ ତାର ଅତି କ୍ଷୀଣସ୍ମୃତି ମାତ୍ର ଅଛି)
୧. ସମାବର୍ତ୍ତନ ବା ବିବାହ—ଗୁରୁଗୃହରେ ବେଦାଧ୍ୟୟନ ଶେଷ କରିବା ପରେ ବ୍ରହ୍ମଚର୍ଯ୍ୟାଶ୍ରମ ତ୍ୟାଗ କରି ବାଳକର ଗୃହସ୍ଥାଶ୍ରମରେ ପ୍ରବେଶ କରିବା ପାଇଁ ଅନୁଷ୍ଠେୟ କର୍ମ

କୌଣସି କୌଣସି ଶାସ୍ତ୍ରରେ 'ବିବାହ' ଦଶବିଧି ସଂସ୍କାରର ଅନ୍ତର୍ଗତ ବୋଲି ଉଲ୍ଲିଖିତ ଅଛି ଉକ୍ତ ଶାସ୍ତ୍ରକାରମାନେ 'ନିଷ୍କ୍ରମଣ'କୁ ସଂସ୍କାର ମଧ୍ୟରେ ଗ୍ରହଣ କରି ନାହାନ୍ତି ଆହୁରି ମଧ୍ୟ କେହି କେହି 'ବିବାହ' 'ନିଷ୍କ୍ରମଣ' ଓ 'କୋଶାନ୍ତ' ସହିତ ସଂସ୍କାର ୧୨: ପ୍ରକାର ବୋଲି କହନ୍ତି; କୌଣସି କୌଣସି ଶାସ୍ତ୍ରରେ ଦ୍ୱିଜାତିଙ୍କର ସଂସ୍କାରର ସଂଖ୍ୟା ୧୬: ବୋଲି ଯାଇଅଛି

ପୂର୍ବେ ଦ୍ୱିଜାତି ବାଳକମାନଙ୍କର ଯଥାକାଳରେ ଉପର୍ଯୁକ୍ତ ଅନୁଷ୍ଠାନମାନ ସମ୍ଫାଦିତ ହେଉଥିଲା ଆଜିକାଲି ଅଧିକାଂଶ ଦ୍ୱିଜାତି ଏଥିମଧ୍ୟରୁ ଅନେକଗୁଡ଼ିଏ ସଂସ୍କାର ଯଥାସମୟରେ ନ କରି ଉପନୟନକାଳରେ ପ୍ରଥମୋକ୍ତ ୯ଟି କର୍ମକୁ ରଙ୍ଗମଞ୍ଚର କ୍ରମିକ ଅଭିନୟ ପରି ନାମମାତ୍ର ସମ୍ଫାଦନ କରନ୍ତି

ଶାସ୍ତ୍ରରେ ଅଛି—"କଳ୍ପନା ଜାୟତେ ଶୂଦ୍ରଃ, ସଂସ୍କାରାଦ୍ଦ୍ୱିଜ ଉଚ୍ୟତେ; ବେଦାଭ୍ୟାସାଦ୍ ଭବେଦ୍ ବିପ୍ରୋ, ବ୍ରହ୍ମା ଜାନାତି ବ୍ରାହ୍ମଣଃ"

ଜନ୍ମବେଳେ ଦ୍ୱିଜକୁଳଜାତ ବାଳକ ଶୂଦ୍ର ହୋଇଥାଏ ଓ ସଂସ୍କାରଦ୍ୱାରା ଦ୍ୱିଜପଦବାଚ୍ୟ ହୁଏ କିନ୍ତୁ ଜନ୍ମ ପୂର୍ବରୁ କେତେଗୋଟି ସଂସ୍କାର ହେବାର ବିଧି ଥିବା ସ୍ଥଳେ ଏହି ଶ୍ଳୋକଟି ଆକ୍ଷରିକ ଅର୍ଥରେ ବ୍ୟବହୃତ ହୋଇଥିବା ପରି

ଅନୁମିତ ହୁଏ ନାହିଁ] 

୨୫. ସଂସ୍କ୍ରିୟା; ମୃତବ୍ୟକ୍ତିର ଶବଦାହ ଓ ମରଣାଶୌଚ ସଂଯୁକ୍ତ ଶୁଦ୍ଧିକ୍ରିୟା —୨୫. Obsequial rites. (Apte)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଶବଦାହ କ୍ରିୟା —୧. Cremation.
୨. ସଂସ୍କୃତ ଭାଷା — ୨. The Sanskrit language.

(ଉ—ବେଦ ପୁରାଣ ଆଦି ଯେତେ, ସଂସ୍କାର ପ୍ରାକୃତ ସହିତେ ଜଗନ୍ନାଥ. ଭାଗବତ)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ପ୍ରାଚୀନ ପଦ୍ୟ)—(ସଂସ୍କୃତ - ସଂସ୍କୃତ)[ସମ୍ପାଦନା]

ପବିତ୍ର; ଶୁଦ୍ଧ —Purified.

(ଉ—ଶୁଣି ଅର୍ଜୁନ ଶିରେ ବର ଦେଇ, ଚରଣେ ପଡ଼ିଲା ସଂସ୍କାର ହୋଇ ପ୍ରାଚୀ. ପରଚେ ଗୀତା)