ସଂସ୍କୃତ

ଉଇକିଅଭିଧାନ ରୁ
Jump to navigation Jump to search

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଦେବ ଭାଷା; ଭାରତୀୟ ଆର୍ଯ୍ୟମାନଙ୍କ ବ୍ୟବହୃତ ବିଶୁଦ୍ଧ ଭାଷା
  • ବ୍ୟାକରଣ ନିୟମ ଅନୁସାରେ ରଚିତ ଶବ୍ଦ
  • ଯେଉଁ ଦ୍ଵିଜବ୍ୟକ୍ତିର ବେଦବିହିତ ସଂସ୍କାରମାନ ସମ୍ପନ୍ନ ହୋଇ ଅଛି
  • ବିଜ୍ଞ ବ୍ୟକ୍ତି; ବିଦ୍ଵାନ୍ ବ୍ୟକ୍ତି; ପଣ୍ତିତ
  • ବୈଦିକ ନେବେଦ୍ୟ
  • ଶାସ୍ତ୍ରବିହିତ ବିଧି

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ପରିଶୋଧିତ; ପରିଶୁଦ୍ଧ
  • ସଂପାଦିତ; ସଂପନ୍ନ; ନିଷ୍ପନ୍ନ
  • ଶୁଦ୍ଧୀକୃତ; ପବିତ୍ରକୃତ
  • ସଜ୍ଜିତ; ଭୁଷିତ; ଅଳଂକୃତ
  • ପରିଷ୍କୃତ
  • ପରିମାର୍ଜିତ; ମାର୍ଜିତ
  • ସିଦ୍ଧ
  • ପକ୍ଵ
  • ମନ୍ତ୍ରପୂତ
  • ଦୋଷାଶୂନ୍ୟ ବା ଭ୍ରାନ୍ତିଶୂନ୍ୟ କରାଯାଇ ଥିବା
  • ନିର୍ଦୋଷୀକୃତ
  • ସାଧୁ; ବ୍ୟାକରଣସିଦ୍ଧ
  • ବିଶୁଦ୍ଧରୂପେ ପ୍ରସ୍ତୁତ
  • ରନ୍ଧା ଯାଇଥିବା
  • ଉତ୍କୃଷ୍ଟ; ଶ୍ରେଷ୍ଠ
  • ଯେଉଁ ଦ୍ଵିଜାତି ବ୍ୟକ୍ତିର ଶାସ୍ତ୍ରବିହିତ ସଂସ୍କାରମାନ କରାଯାଇଛି
  • ଗୃହସ୍ଥାଶ୍ରମରେ ପ୍ରବିଷ୍ଟ; ବିବାହିତସଂସ୍କୃତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


(ସଂସ୍କୃତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସମ୍+କୃ ଧାତୁ+କର୍ମ. ତ; ସ ଆଗମ)[ସମ୍ପାଦନା]

୧. ପରିଶୋଧିତ; ପରିଶୁଦ୍ଧ —୧. Purified; rectified.
୨. ସଂପାଦିତ; ସଂପନ୍ନ; ନିଷ୍ପନ୍ନ — ୨. Accomplished.
୩. ଶୁଦ୍ଧୀକୃତ; ପବିତ୍ରୀକୃତ — ୩. Conserated; hallowed.
୪. ସଜ୍ଜିତ; ଭୂଷିତ; ଅଳଂକୃତ —Decorated; embellished; furnished; adorned.
୫. ପରିଷ୍କୃତ —୫. Cleansed.
୬. ପରିମାର୍ଜିତ; ମାର୍ଜିତ —୬. Polished; scoured; refined.
୭. ସିଦ୍ଧ —୭. Boiled.
୮. ପକ୍ୱ —୮. Ripened.
୯. ମନ୍ତ୍ରପୂତ —୯. Consecrated by means of mystic incantations.
୧. ଦୋଷଶୂନ୍ୟ ବା ଭ୍ରାନ୍ତିଶୂନ୍ୟ କରାଯାଇ ଥିବା —୧୦. Corrected; rectified.
୧୧. ନିର୍ଦୋଷୀ— କୃତ —୧୧. Perfected; made faultless.
୧୨. ସାଧୁ; ବ୍ୟାକ୍ୟରଣସିଦ୍ଧ (ଶବ୍ଦ) —୧୨. (word) Formed by following correct grammatical rules; grammatical.
୧୩. ବିଶୁଦ୍ଧରୂପେ ପ୍ରସ୍ତୁତ — ୧୩. Carefully prepared with a view to produce a purified article.
୧୪. ରନ୍ଧା ଯାଇଥିବା —୧୪. Cooked; dressed
୧୫. ଉତ୍କୃଷ୍ଟ; ଶ୍ରେଷ୍ଠ —୧୫. Best; excellent.
୧୬. ଯେଉଁ ଦ୍ୱିଜାତି ବ୍ୟକ୍ତିର ଶାସ୍ତ୍ରବିହିତ ସଂସ୍କାରମାନ କରାଯାଇଅଛି — ୧୬. (a person of twice born caste) Who has undergone due purificatory rites.
୧୭. ଗୃହସ୍ଥାଶ୍ରମରେ ପ୍ରବିଷ୍ଟ; ବିବାହିତ — ୧୭. Initiated with worldly life; married (Apte)

(ପ୍ରାକୃତ—ବିପରୀତ)

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ଦେବ ଭାଷା; ଭାରତୀୟ ଆର୍ଯ୍ୟମାନଙ୍କ ବ୍ୟବହୃତ ବିଶୁଦ୍ଧ ଭାଷା — ୧. The Sanskrit language; the language used by the Aryans of ancient India, (which is a refined and highly polished language).

[ ଦ୍ର— ସଂସ୍କୃତ ଭାଷାକୁ ଅନୁଶୀଳନ କରି କେତେକ ଆଧୁନିକ ୟୁରୋପୀୟ ପଣ୍ଡିତ ମତ ବ୍ୟକ୍ତ କରି ଅଛନ୍ତି ଯେ, ଏକ କାଳରେ ସଂସ୍କୃତ ଭାଷାହିଁ ପୃଥିବୀର ଏକମାତ୍ର ଭାଷା ଥିଲା ଏହା ଗ୍ରୀକ୍ ଓ ଲାଟିନ୍ ଆଦି ଭାଷା ଅପେକ୍ଷା ପୂର୍ଣ୍ଣାଚୟବସଂପନ୍ନ; ଅଧିକତର ଭାବଦ୍ୟୋତକ, ଶବ୍ଦପ୍ରଚୁର ଓ ସୌନ୍ଦର୍ଯ୍ୟଶାଳୀ ଅଟେ


ପ୍ରାକୃତ ବା ସାଧାରଣ ଲୋକଙ୍କ କଥିତ ଭାଷା 'ପ୍ରାକୃତ' ଏବଂ ବେଦାଦି ଶାସ୍ତ୍ରରେ ତଥା ତଦାନୀନ୍ତନ ସଭ୍ୟ ସମାଜରେ ବ୍ୟବହୃତ ଭାଷାକୁ 'ସଂସ୍କୃତ' ବୋଲା ଯାଉଥିଲା ପଣ୍ଡିତ— ମାନେ ଅନୁମାନ କରନ୍ତି ଯେ, ପ୍ରଥମେ 'କଥିତ ଭାଷା'ର ସୃଷ୍ଟି ଏବଂ ସେହି କଥିତ ଭାଷାରୁ ଲିଖିତ ଭାଷାର ବା ସାହିତ୍ୟର ଓ ବ୍ୟାକ୍ୟରଣ ସୃଷ୍ଟି ହେଲା ସେହିପରି ପ୍ରଥମେ 'ପ୍ରାକୃତ ଭାଷା'ର ସୃଷ୍ଟି, ଏବଂ ପରେ ସେହି ପ୍ରାକୃତ ଭାଷାର ଦୋଷ ଓ ପ୍ରମାଦାନ ଶୋଧିତ ବା ସଂସ୍କୃତ ହୋଇ 'ସଂସ୍କୃତ' ଭାଷାର ସୃଷ୍ଟି ହେଲା "ପ୍ରଥମେ ବୀଜର ବା ମଞ୍ଜିର ସୃଷ୍ଟି ? ନାଁ ପ୍ରଥମେ ବୃକ୍ଷର ସୃଷ୍ଟି ?" ଏହି ପ୍ରଶ୍ନ ପରି "ପ୍ରାକୃତ ସଂସ୍କୃତରୁ ଆସିଅଛି, କି ସଂସ୍କୃତ ପ୍ରାକୃତରୁ ଅତ୍ପନ୍ନ ହୋଇଅଛି?" ଏହା ମଧ୍ୟ ସେହିପରି ଗୋଟିଏ ବିଷମ ସମସ୍ୟା ଉଭୟମତବାଦୀ ପଣ୍ଡିତମାନେ ନିଜ ନିଜର ମତ ସମର୍ଥନ କରିବାକୁ ବ୍ୟଗ୍ର

ଯେବେ ସଂସ୍କୃତିକୁ 'ବେଦ ଭାଷା' ବା 'ଆଦି ଭାଷା' ବୋଲି ସ୍ୱୀକାର କରାଯିବ, ତେବେ ତେଣିକି ଆଉ ଗୋଳମାଳ କିଛି ରିହବ ନାହିଁ; କାରଣ ଦେବତାମାନେ ସର୍ବଜ୍ଞ ଓ ଜ୍ଞାନୀ ଥିବାରୁ 'ବ୍ରହ୍ମା' ବିଳିବିଳେଇଲେ ବେଦ ବାହାରିବା' ଯୋଗୁଁ ଦେବତାଙ୍କ ମୁଖରୁ ପରିଶୁଦ୍ଧ ଓ ମାର୍ଜିତ ଭାଷା ପ୍ରଥମରୁ ଉତ୍ପନ୍ନ ହେଲା ବୋଲି ବୋଲାଯିବ ତତ୍ପରେ ଆଦିମ ଆର୍ଯ୍ୟମାନଙ୍କ ବଂଶଧରମାନେ କ୍ରମଶଃ ଭାରତର ଚତୁର୍ଦ୍ଦିଗକୁ ଯାଇ ସେହି ଅଞ୍ଚଳମାନଙ୍କରେ ଉପନିବେଶି ସ୍ଥାପନ କଲାରୁ ମୁଳ ଭାଷାକୁ ଭୁଲିଗଲେ ସେହିମାନଙ୍କର ଅଜ୍ଞତା, ଜଳବାୟୁ, ଦୈହିକ ଗଠନ ଆଦି, ନାନା କାରଣରୁ ଆଦି ଭାଷା କ୍ରମଶଃ ବିସ୍ତୃତ ହୋଇ ଭିନ୍ନ ଭିନ୍ନ ଅଞ୍ଚଳରେ ଲୋକମୁଖରେ 'ପ୍ରାକୃତ' ବା ଲୌକିକ ରୂପ ଧାରଣ କଲା (ମଗଧରେ 'ମାଗଧା', ମିଥିଳାରେ 'ମୈଥିଳୀ' ଇତ୍ୟାଦି

କିନ୍ତୁ ଗଭୀର ଅନୁଶୀଳନ କଲେ ଜଣାଯିବ ଯୋ, ପ୍ରାକୃତ' ବା ଲୋକକଥିତ ଭାଷାମାନ 'ସଂସ୍କୃତ' ବା ପରିମାର୍ଜିତ ଓ ନିୟମାଧୀନ କରାଯାଇ ସଂସ୍କୃତ ଭାଷାର ସୃଷ୍ଟି ହୋଇଅଛି ଏବଂ ଯେଉଁଠାରେ ବ୍ୟବହାରବହୁଳତା ଯୋଗୁଁ ନିୟମର ବ୍ୟତିକ୍ରମ ଦେଖାଗଲା, ସେଠାରେ ତାକୁ 'ବିକଳ୍ପ', 'ନିପାତନ', 'ଅର୍ଷ' ଆଦି ପ୍ରୟୋଗ ରୂପେ ସମର୍ଥନ କରା ଯାଇଅଛି

ଏପରି ସ୍ଥଳରେ ଯେଉଁ ବିକଳ୍ପ 'ପ୍ରାକୃତ' ଭାଷାରୁ 'ସଂସ୍କୃତ' ଭାଷା ସୃଷ୍ଟି ହେଲା, ସେହି ପ୍ରାକୃତ ଭାଷାମାନଙ୍କରୁ ଅଧୁନା ପ୍ରଚଳିତ ଲୌକିକ ଭାଷାମାନ (ଯଥା— ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଗୁଜରାଟୀ, ମରହଟ୍ଟୀ) ଜନ୍ମଲାଭ କଲା ଏପରି ଅନୁମାନ ନ କଲେ ନିମ୍ନଲିଖିତ ଶବ୍ଦ— ମାନଙ୍କର ଏକ ସମାନ ବା ସମଜାତୀୟ ବ୍ୟୁତ୍ପତ୍ତିରୁ ଉତ୍ପନ୍ନ ବିଭିନ୍ନ ଆକାରର କରଣ ନିର୍ଣ୍ଣୀତ ହୋଇ ପାରିବ ନାହିଁ

୧. କୁକୁର—କୁକ୍କୁର, କୁକୁଁର, ୨ ଜୋଇଁ— ଯାମାତା, ଜାମାତା, ୩ ଗୃହ—ଆଗାର, ଅଗାର, ୪ ବଙ୍କା—ବକ୍ର, ବଙ୍କ, ୫: ଭାଲୁ—ଭାଲୁକ, ଭାଲୂକ, ଭଲ୍ଲୂକ, ଭାଲ୍ଲୂକ, ୬ ଆକାଶ—ଅନ୍ତରିକ୍ଷ, ଅନ୍ତରୀକ୍ଷ, ୭ ବିଷ—ହଳାହଳ, ହାଳାହଲ, ୮ ସଙ୍ଗୀ—ସହଚର, ସହାଚର, ୯ କୃଷ୍ଣବର୍ଣ୍ଣ—ଶାମଳ, ଶ୍ୟାମଳ. ୧ ଖଲର ପୁଅ—ମୁସଳ, ମୁଶଳ, ମୁଷଳ, ୧୧: ରାମାନୁଜ—ଲକ୍ଷଣ, ଲକ୍ଷ୍ମଣ, ୧୨: ଇନ୍ଦ୍ର—ସୁନାଶୀର, ଶୁନାଶୀର, ଶୁନାସୀର, ୧୩: ବିଦ୍ୟୁତ୍—ସୌଦାମିନୀ, ସୌଦାମନୀ, ସୌଦାମ୍ନୀ, ୧୪: ମୃହୂର୍ତ୍ତ—ନିମିଷ, ନିମେଷ, ୧୫: ଜୋକ— ଜଳୋକା, ଜଳୌକା, ଜଳୌକସ୍, ଜଳୃକା, କଳାଲୋକା, ଜଳୁଆ, ଜଳାୟୂକ, ୧୬: କହୁଣି—କଫୋଣି, କଫଣି, କପୋଣି, କପଣି, କଫାଣି, ୧୭: ବିଷ୍ଣୁ—ନାରାୟଣ, ନରାୟଣ, ୧୮: ସ୍ତନ—କୁଚ, କୂଚ, ୧୯: ବାଲି— ବାଲୁକା, ବାଲିକା, ୨ ବିରୁଡ଼ି ବା ଭିରୁଡ଼ି—ବରଟା, ବରଳା, ବରଠା, ବାରକା, ବାରଟା, ବରଟୀ, ୨୧: ପାରା—ପାରଦ,ପାରଦ, ୨୨: ଟଭା—ମାତୁଳଙ୍ଗ, ମାତୁଲିଙ୍ଗ, ମାତୁଲୃଙ୍ଗ, ୨୩: ନବପତ୍ର—କିସଳ, କିସଳୟ, କିଶଳୟ, ୨୪: ଭଉଣୀ—ଭଗିନୀ, ଭଗ୍ନୀ, ୨୫: ମହୁରା— ମଥୁରା, ମଧୁରା, ୨୬: ପିଆଦା—ପଦାତି, ପାଦାତି, ପାଦାତ, ପଦାତିକ, ପତ୍ତି, ପଦାତ, ୨୭: ଲାଉ—ଅଲାବୁ; ଅଲାବୂ, ଲାବୁ, ଲାବୂ, ଅଲ୍ଲାମ୍ୱୁ, ଆଲାବୁ, ଅଲାବୁକ, ଲାବୁକ, ୨୮: ସମୁଦ୍ର—ପାରାବାର, ପାରାବର, ପାରପାର, ୨୯: ସୂର୍ଯ୍ୟ— ମିହିର, ମହିର, ୩ ଲାଙ୍ଗୁଡ଼—ଲାଙ୍ଗୁଳ, ଲାଙ୍ଗୂଳ, ଲଙ୍ଗୂଳ, ୩୧: ଶିବଧନୁ—ଅଜଗବ, ଅଜଗାବ, ଆଜଗାବ, ଅଜକବ, ଅଜଗବ, ୩୨: ନାକ—ନାସା, ନାସିକା, ନସ୍ୟା, ନସ୍ନା, ନସା, ୩୩: କାଣ୍ଡ—ଶର, ସର, ୩୪: ପଳାଶ—କିଂଶୁକ, କିଂସୁକ, ୩୫: ଘୂଷୁରି—ଶୂକର, ସୂକର, ୩୬: ବିଲୁଆ—ଶୃଗାଳ, ସୃଗାଳ

ବୈଦିକ ସଂସ୍କୃତ ଓ ଲୌକିକ ସଂସ୍କୃତ ଭେଦରେ ସଂସ୍କୃତ ଦୁଇ ପ୍ରକାର ବେଦରେ ବ୍ୟବହୃତ ସଂସ୍କୃତ ଭାଷାର ନାମ ବୈଦିକ ସଂସ୍କୃତ, ଏବଂ ସାଧାରଣ ସଂସ୍କୃତର ନାମ ଲୌକିକ ସଂସ୍କୃତ କାବ୍ୟ, ନାଟକ, ପୁରାଣ, ସ୍ମୃତି ଆଦିରେ ଲୌକିକ ସଂସ୍କୃତ ବ୍ୟବହୃତ ହୋଇଅଛି ଏହା ବୈଦିକ ସଂସ୍କୃତ ଅପେକ୍ଷା ନବ୍ୟ ବୈଦିକ ସଂସ୍କୃତ ଓ ଲୌକିକ ସଂସ୍କୃତ ମଧ୍ୟରେ ଶବ୍ଦଗତ ଓ ବ୍ୟାକରଣଗତ ଅନେକ ପ୍ରଭେଦ ଲକ୍ଷିତ ହୁଏ ବୈଦିକ ସଂସ୍କୃତର ବ୍ୟାକର ନିୟମ ଲୌକିକ ସଂସ୍କୃତର ବ୍ୟାକରଣ ନିୟମ— ଠାରୁ ସ୍ୱତନ୍ତ୍ର]

୨. ବ୍ୟାକରଣ ନିୟମ ଅନୁସାରେ ରଚିତ ଶବ୍ଦ — ୨. A word formed regularly according to the rules of grammar; a regular
derivative word (Apte).

୩. ଯେଉଁ ଦ୍ୱିଜବ୍ୟକ୍ତିର ବେଦବିହିତ ସଂସ୍କାରମାନ ସମ୍ପନ୍ନ ହୋଇ ଅଛି —୩. A person of one of the three high- castes in respect of whom all the purificatory rites have been performed (Apte).
୪. ବିଜ୍ଞ ବ୍ୟକ୍ତି; ବିଦ୍ୱାନ୍ ବ୍ୟକ୍ତି; ପଣ୍ଡିତ — ୪. A learned man (Apte).
୫. ବୈଦିକ ନେବେଦ୍ୟ —୫. An offering; vedic oblation (Apte).
୬. ଶାସ୍ତ୍ରବିହିତ ବିଧି —୬. A sacred usage (Apte).