ସଂସ୍ଥା
ଦେଖଣା
ସଂସ୍ଥା
ଉଚ୍ଚାରଣ
[ସମ୍ପାଦନା](ସଂସ୍ଥିତ—ବିଣ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]'ସଂସ୍ଥ'ର ସ୍ତ୍ରୀ ଲିଙ୍ଗ — Feminine of Saṁstha.
(ସମ୍+ ସ୍ଥା ଧାତୁ + ଭାବ. ଅ+ଆ) ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ନ୍ୟାୟ ପଥରେ ଅବସ୍ଥାନ — ୧. Continuance in the right way.
- ୨. ମର୍ଯ୍ୟାଦା —୨. Respectability.
- ୩. ସତ୍ ଚରିତ୍ର; ସଦାଚରଣ —୩. Proper or good conduct.
- ୪. ସ୍ଥିତି; ଅବସ୍ଥିତି; ଅବସ୍ଥାନ —୪. Situaation; staying.
- ୫. ସାଦୃଶ୍ୟ —୫. Resemblance, similarity, likeness.
- ୬. ଧ୍ୱଂସ; ନାଶ — ୬. Destruction; ruin.
- ୭. ମୃତ୍ୟୁ —୭. Death, demise.
- ୮. ବ୍ୟବସ୍ଥା —୮. Arrangement.
- ୯. ସମାପ୍ତି —୯. Completion; accomplishment.
- ୧. ଶେଷ —୧୦. End.
- ୧୧. ସଭା; ସମାଜ — ୧୧. Meeting, association; society.
- ୧୨. ପ୍ରଚଳିତ ରୀତି; ବ୍ୟବସ୍ଥା —୧୨. Established custom, usage.
- ୧୩. ପ୍ରଚଳିତ ରୀତି ସଂବନ୍ଧରେ ପ୍ରକାଶିତ ମତ — ୧୩. An expressed declaration of low; a statement of law or usage.
- ୧୪. ଜୀବନ କାଳ —୧୪. Life-time; period of life.
- ୧୪. ବ୍ୟକ୍ତି —୧୫. Person; individual.
- ୧୬. ଯଜ୍ଞ ବିଶେଷ —୧୬. A Sort of Vedic sacrifice.
[ ଦ୍ର— ଏହା ଚାରି ପ୍ରକାର; ଯଥା—୧ ନିତ୍ୟ — Daily. :୨. ନୈମିତ୍ତିକ —୨. Occasional. :୩. ପ୍ରାକୃତିକ —Natural. ଏବଂ ୪ ଅତ୍ୟନ୍ତିକ —Excessive ]
- ୧୭. ପ୍ରଳୟ —୧୭. Dissolution of nature.
[ ଦ୍ର— ଏହା ମଧ୍ୟ ନିତ୍ୟ, ନୈମିତ୍ତିକ, ପ୍ରାକୃତିକ ଓ ଆତ୍ୟନ୍ତିକ ଭେଦରେ ଚାରି ପ୍ରକାର଼ ]
- ୧୮. ପ୍ରକାଶ —୧୮. Manifestation; revelation
- ୧୯. ମୂର୍ତ୍ତି; ଆକୃତି —୧୯. Shape; image.
- ୨. ଆକାର —୨୦. Form.
- ୨୧. ରାଜାଜ୍ଞା —୨୧. Royal command; edict.
- ୨୨. ପ୍ରଣିଧି; ଚର; ଦୂତ —୨୨. Ambassador; messenger.
- ୨୩. ପୁରାଣର ଦଶ ଗୋଟି ଲକ୍ଷଣ ମଧ୍ୟରୁ ଏକତମ —୨୩. One of the ten characteristics of the Purāṇas.
[ ଦ୍ର—ଶ୍ରୀମଦ୍ଭଗବତ ଦ୍ୱାଦଶ ସ୍କନ୍ଦର ସପ୍ତମ ଅଧ୍ୟାୟରେ ଏହି ଲକ୍ଷଣାବଳୀ ବିଶଦଭାବରେ ବର୍ଣ୍ଣିତ ହୋଇଅଛି]
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଧନ ସମ୍ଫତ୍ତି —୧. Property.
- ୨. ସଚଳ ଅବସ୍ଥା —୨. State of being well-to-do; worldy competence.