Jump to content

ସଂହତି

ଉଇକିଅଭିଧାନ‌ରୁ

ସଂହତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସମ୍+ହନ୍ ଧାତୁ+ଭାବ. ତି)

[ସମ୍ପାଦନା]
୧. ସଂଘ; ସମୂହ —୧. Assemblage; multitude.
୨. ସଂଘାତ; ଗଦା — ୨. Help.
୩. ନିବିଡ଼; ସଂଯୋଗ; ସମ୍ମିଳନ —୩. Close union; close connection; firm contact.
୪. ସମ୍ୟକ୍ ବଧ — ୪. Killing; slaughter.
୫. ବହୁ ବସ୍ତୁର ଏକତ୍ରୀଭାବ —୫. Aggregation of many things.
୬. (ବିଜ୍ଞାନ) ଜଡ଼ ବସ୍ତୁର ଗୁଣବିଶେଷ, ଯଦ୍ଦ୍ୱାରା ପଦାର୍ଥର ପରମାଣୁ ଗୁଡ଼ିକ ଘନ ଭାବରେ ପରସ୍ପର ସହିତ ମିଳିତ ହୋଇ ରହେ —୬. (science) A quality of solid bodies; adhesion, molecular attraction.

[ ଦ୍ର—ଜଡ଼ ପଦାର୍ଥର ଯେଉଁ ଗୁଣ ଯୋଗୁଁ ତହିଁର ଅଣୁ ସକଳ ଏକତ୍ର ସଂବଦ୍ଧ ହୋଇ ଜମାଟ ବାନ୍ଧେ, ତାହା ସଂହତି ସଂହତିର ଆଧିକ୍ୟରେ ବାୟବୀୟ ପଦାର୍ଥ ତରଳ ହୁଏ ଏବଂ ଆହୁରି ଆଧିକ୍ୟ ହେଲେ ତାହା ଘନୀଭୂତ ହୋଇଯାଏ ପୁଣି ଉତ୍ତାପାଦିଦ୍ୱାରା ସଂହତି କମିଗଲେ ଘନ ପଦାର୍ଥ ତରଳ ହୁଏ ଓ ଆହୁରି କମିଗଲେ ତାହା ବାଷ୍ପ ହୁଏ ଯେଉଁ ଘନ ପଦାର୍ଥ ବାଷ୍ପ ହୋଇ ନ ପାରେ, ସଂହତି କମିଗଲେ ତାହା ଚୂନା ହୋଇ ଫିଟି ଯାଏ]

୭. ମିଳନ — ୭. Union; Combination (Apte)
୮. ଦୃଢ଼ତା — ୮. Firmness; campactness (Apte).
୯. ଘନୀଭୂତ ରାଶି — ୯. Mass; bulk (Apte)
୧. ମେଳ —୧୦. Agreement; harmony (Apte)
୧୧. (+କରଣ. ତି) ବଳ —୧୧. Strength (Apte).
୧୨. (+ ଅଧିକରଣ. ତି) ଦେହ — ୧୨. Body (Apte).