ସଏତାନ୍
ସଏତାନ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ଶୈତାନ୍; ଇଂରାଜୀ - ସାଟାନ୍)
[ସମ୍ପାଦନା]- ୧. ଖ୍ରୀଷ୍ଟାନ୍, ୟିହୁଦୀ ଓ ମୁସଲମାନଙ୍କ ଧର୍ମଶାସ୍ତ୍ରବର୍ଣ୍ଣିତ ଈଶ୍ୱରଦ୍ରୋହୀ ସ୍ୱର୍ଗଦୂତ —୧. Satan.
[ଦ୍ରଷ୍ଟବ୍ୟ —ଏ ଈଶ୍ୱରଙ୍କ କର୍ତ୍ତୃତ୍ୱ ନ ମାନିବାରୁ ଈଶ୍ୱର ଏହାକୁ ସ୍ୱର୍ଗରୁ ଦୁର୍ଗନ୍ଧମୟ ଓ ଗନ୍ଧକାଗ୍ନିପୂର୍ଣ୍ଣ ନରକକୁ ତଡ଼ିଦେଲେ ଏ ସେଠାରୁ ବାହାରି ଈଶ୍ୱରଙ୍କ ସୃଷ୍ଟ ଇହଜଗତକୁ ଛାରଖାର କରି ଈଶ୍ୱରଙ୍କୁ ସନ୍ତପ୍ତ କରିବାପାଇଁ ତତ୍ସୁଷ୍ଟ ଆଦିମ ଦମ୍ପତି (ଆଡାମ୍ ଓ ଈଭ୍)ଙ୍କୁ ପ୍ରଲୋଭନ ଦେଖାଇ 'ଜ୍ଞାନବୃକ୍ଷ'ରେ ନିଷିଦ୍ଧ ଫଳକୁ ଖୁଆଇଲା ଓ ସେମାନଙ୍କୁ ବଂଶଧର— ମାନଙ୍କୁ ତତ୍ପରବର୍ତ୍ତୀ ସମସ୍ତ ମନୁଷ୍ୟଙ୍କୁ) ଅଭିଶାପ ଓ ପାପଗ୍ରସ୍ତ କରାଇଲା ତତ୍ପରେ ଈଶ୍ୱର ଜନ୍ମତଃ ପାପୀ ମାନବମାନଙ୍କୁ ଉଦ୍ଧାର କରିବା ପାଇଁ ନିଜ ପୁତ୍ର ଯୀଶୁଖ୍ରୀଷ୍ଟଙ୍କୁ ପୃଥିବୀକୁ ଅବତାରରୂପେ ପଠାଇଲେ ଏବଂ ଯିଶୁ ନିଜର ପ୍ରାର୍ଥନା, ଅନୁତାପ ଓ ରକ୍ତଦାନଦ୍ୱାରା ଭକ୍ତ ମାନବମାନଙ୍କୁ ପାପରୁ ଉଦ୍ଧାର କଲେ ତେବେ ମନୁଷ୍ୟମାନେ ଆଦିମଦମ୍ପତିକୃତ ପାପରୁ ଯେପରି ମୁକ୍ତ ହେବେ ସେଥିପାଇଁ ଯୀଶୁ ଗୋଟିଏ ଶରେତ୍ କରି ଯାଇ ଅଛନ୍ତି; ତାହା ଏହି:—ଯେଉଁ ନରନାରୀ ଈଶ୍ୱରଙ୍କୁ ଯୀଶୁଖ୍ରୀଷ୍ଟଙ୍କ ଜରିଆରେ ଭଜିବେ, ସେମାନେ କେବଳ ପାପମୁକ୍ତ ହେବେ, ଆଉ ଅନ୍ୟମାନେ ମୃତ୍ୟୁ ପରେ ନରକରେ ପଡ଼ି ଅନନ୍ତକାଳ ଘାଣ୍ଟି ହେବେ ]
- ୨. ଭୂତ; ମୃତ ବ୍ୟକ୍ତିର ପ୍ରେତ —୨. The ghost of a deceased person.
- ୩. ପଠାଣ ଭୂତ —୩. The ghost of a deceased Mahomedan.
- ୪. (ଲକ୍ଷଣାର୍ଥ) କ୍ରୂର, ପାପୀ ଓ ଦୁରାଚାର ବ୍ୟକ୍ତି —୪. A very wicked and sinful person.