Jump to content

ସକଳ

ଉଇକିଅଭିଧାନ‌ରୁ

ସକଳ

ଉଚ୍ଚାରଣ

[ସମ୍ପାଦନା]
(ସକଳା—ସ୍ତ୍ରୀ) 

(ବିକଳ, ନିଷ୍କଳ—ବିପରୀତ)

  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସହାର୍ଥ ବହୁବ୍ରୀହି; ସ=ସହିତ+କଳା= ଅଂଶ; ଯାହା ସମସ୍ତ କଳା ସହିତ ବିଦ୍ୟମାନ, ଅର୍ଥାତ୍ ଯହିଁରୁ କୌଣସ ଅଂଶ ନ୍ୟୂନ ହୋଇ ନ ଥାଏ)

[ସମ୍ପାଦନା]
୧. ସବୁ; ସମସ୍ତ —୧. All.
୨. ନିଖିଳ; ସମଗ୍ର; ସମୁଦାୟ —୨. Whole.
୩. ସଂପୂର୍ଣ୍ଣ — ୩. Full; entire.

[ଦ୍ରଷ୍ଟବ୍ୟ —'ସକଳ' ଶବ୍ଦ ଓ଼ଡିଆ ଭାଷାରେ ବିଶେଷ୍ୟର ପୂର୍ବରେ ଓ ପରେ ଉଭୟ ସ୍ଥାନରେ ଯୁକ୍ତ ହୁଏ ଯଥା—'ସକଳ ବନ୍ଧୁ ଉପସ୍ଥିତ ଥିଲେ' ଓ 'ବନ୍ଧୁ ସକଳ ଉପସ୍ଥିତ ଥିଲେ' ମାତ୍ର ଏଥିରେ ଅର୍ଥର ସାମାନ୍ୟ ପାର୍ଥକ୍ୟ ସୂଚିତ ହୁଏ 'ବନ୍ଧୁ ସକଳ' କହିଲେ ସାଧାରଣ ଭାବରେ ବନ୍ଧୁମାନେ ବା କେତେକ ବନ୍ଧୁ ବୁଝିଯାଏ; କିନ୍ତୁ 'ସକଳ ବନ୍ଧୁ' କହିଲେ ବନ୍ଧୁମାନେ ସମସ୍ତେ—କେହି ବାଦ୍ ପଡି ନାହାନ୍ତି; ଏହି ଅର୍ଥ ବୁଝାଯାଏ]

୪. (ସହାର୍ଥ ବହୁବ୍ରୀହି; କଳା= ସୂକ୍ଷ୍ମ କାରୁକାର୍ଯ୍ୟ ସହିତ ବର୍ତ୍ତମାନ)—ସୂକ୍ଷ୍ମ କାରୁକାର୍ଯ୍ୟବିଶିଷ୍ଟ; ସୂକ୍ଷ୍ମ ଶିଳ୍ପଯୁକ୍ତ —୪. Artistic; having fine sculpture.
୫. କଳାଯୁକ୍ତ (ଚନ୍ଦ୍ର) —୫. (moon) With digits.

[ଉ—ସୁରଙ୍କୁ ବାରୁଣୀ ସେବା କରାଇଲା ବଳେ, ସକଳ ହୋଇ ରୁଚିର ଅଖଣ୍ଡ ମଣ୍ଡଳେ ଭଞ୍ଜ ପ୍ରେମସୁଧାନିଧି]



ସକଳ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ସର୍ବ. ବହୁବଚନ

[ସମ୍ପାଦନା]
୧. ସମସ୍ତେ —୧. All.
୨. ସମସ୍ତ ବ୍ୟକ୍ତି — ୨. All persons.