Jump to content

ସକୁଲ୍ୟ

ଉଇକିଅଭିଧାନ‌ରୁ

ସକୁଲ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ବହୁବ୍ରୀହି; ସ=ସମାନ+କୁଲ୍ୟ=କୁଳ, ବଂଶ ଯାହାର)

[ସମ୍ପାଦନା]
୧. ସଗୋତ୍ର ବ୍ୟକ୍ତି; ଏକ ବଂଶୀୟ ବ୍ୟକ୍ତି —୧. One of the same family; one's distant kinsman between the ୭th and ୧୦th degrees from a person.
୨. ଆପଣା ବଂଶର ସପିଣ୍ଡମାନଙ୍କର ଊର୍ଦ୍ଧ୍ୱତନ ୩ ପୁରୁଷ ଓ ନିମ୍ନତନ ୩ ପୁରୁଷର ବ୍ୟକ୍ତିଗଣ —୨. One's distant kinsmen ୩ generations above ones Sapinda ancestors and ୩ generations below one's Sapinda descendants.
୩. ଆପଣାର ଉପରର ୬ ପୁରୁଷର ଊର୍ଦ୍ଧ୍ୱତନ ୩ ପୁରୁଷର ଓ ନିମ୍ନର ୬ ପୁରୁଷର ନିମ୍ନତମ ୩ ପୁରୁଷର ବ୍ୟକ୍ତି —୩. One's distant kinsmen in the ୭th to ୯th generation above and below a person i.e. the ୭th, ୮th and ୯th degrees.
୪. ବଂଶର ଦୂରବର୍ତ୍ତୀ ପୂର୍ବପୁରୁଷ ଓ ବଂଶଧରଗଣ —୪. One's distant agnates in general. (Apte)

[ଦ୍ରଷ୍ଟବ୍ୟ —ଆପଣାର 'ସପିଣ୍ଡ' ବ୍ୟକ୍ତିଙ୍କର ଊର୍ଦ୍ଧ୍ୱତନ ୩ ପୁରୁଷ ଓ ଅଧସ୍ତନ ୩ ପୁରୁଷଙ୍କ ସୀମା ମଧ୍ୟର ବ୍ୟକ୍ତି 'ସକୁଲ୍ୟ' ଅଟନ୍ତି ଆପଣାର ଊର୍ଦ୍ଧ୍ୱତନ ଓ ଅଧସ୍ତନ ୩ ପୁରୁଷ ସୀମା ମଧ୍ୟସ୍ଥ ବ୍ୟକ୍ତି 'ସପିଣ୍ଡ' ଅଟନ୍ତି ସପିଣ୍ଡଙ୍କ ଉପରର ଓ ତଳର ତିନି ପୁରୁଷଙ୍କୁ 'ସକୁଲ୍ୟ' ବୋଲାଯାଏ ଅର୍ଥାତ୍ ଆପଣାର ଊର୍ଦ୍ଧ୍ୱତନ ଓ ଅଧସ୍ତନ ୪ର୍ଥ ପୁରୁଷଠାରୁ ୬ଷ୍ଠ ପୁରୁଷ ପର୍ଯ୍ୟନ୍ତ ବ୍ୟକ୍ତିଙ୍କୁ 'ସକୁଲ୍ୟ' କହନ୍ତି କେହି କେହି ଆପଣାର ଉପରେ ଓ ତଳେ ୭ମ, ୮ମ ଓ ୯ମ ପୁରୁଷର ବ୍ୟକ୍ତିଙ୍କୁ ସକୁଲ୍ୟ କହନ୍ତି ସକୁଲ୍ୟଙ୍କ ବହିର୍ଭୂତ ବ୍ୟକ୍ତିମାନଙ୍କୁ 'ସଗୋତ୍ର' ବୋଲାଯାଏ ଆପଣାର

ସପିଣ୍ଡ ବ୍ୟକ୍ତି ମୃତ ହେଲେ ୧ ଦିନ ଓ ସକୁଲ୍ୟଙ୍କ ମୃତ୍ୟୁରେ ୩ ଦିନ ଅଶୌଚ ପାଳିବାକୁ ହୁଏ; ଓ ଗୋତ୍ରକଙ୍କ ମୃତ୍ୟୁରେ ସଦ୍ୟସ୍ନାନ କରି ଶୁଦ୍ଧି ଲାଭ କରାଯାଏ]