Jump to content

ସକ୍ରେଟିସ୍

ଉଇକିଅଭିଧାନ‌ରୁ

ସକ୍ରେଟିସ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ନାମ)

[ସମ୍ପାଦନା]

ପ୍ରାଚୀନ ଗ୍ରୀସ୍ଦେଶର ଜନୈକ ଦାର୍ଶନିକ ପଣ୍ଡିତ —Socrates; the famous Greek philosopher.

(ଦ୍ର—ସକ୍ରେଟିସ୍ ଖ୍ରୀଷ୍ଟପୂର୍ବ ୫ମ ଶତାବ୍ଦୀର ଲୋକ ଏ ପ୍ରଥମେ ସୈନିକ ଥାଇ ବୀରତ୍ୱ ଦେଖାଇ ଥିଲେ ପରେ ଦର୍ଶନ ଶାସ୍ତ୍ର ଅଧ୍ୟୟନ କରି ମହାପଣ୍ଡିତ ହୋଇ କାମ, କ୍ରୋଧ ଆଦି ରିପୁମାନଙ୍କୁ ଦମନ କରିଥିଲେ ଦେବତାଙ୍କୁ ମାନୁ ନ ଥିବା ଅଭିଯୋଗରେ ରାଜାଦେଶରେ ବିଷପାନ କରି ସେ ପ୍ରାଣତ୍ୟାଗ କରିଥିଲେ ଏହାଙ୍କ ସ୍ତ୍ରୀ ଭାରି ଦୁଷ୍ଟା ଥିଲେ ଓ ତାଙ୍କୁ ନାନା କଷ୍ଟ ଦେଉଥିଲେହେଁ ସେ ତାହା ନିର୍ବିକାର ହୃଦୟରେ ସହି ଯାଉଥିଲେ

ସକ୍ରେଟିସ୍ଙ୍କ ଧୈର୍ଯ୍ୟ ସମ୍ୱନ୍ଧରେ ଗୋଟିଏ ପ୍ରବାଦ ଅଛି; ଏହାଙ୍କ ସ୍ତ୍ରୀ ଜ୍ୟାନ୍ଥିପୀ (Xanthipe) ଅତି ଉଗ୍ରଚଣ୍ଡୀ ଥାଇ ସର୍ବଦା ସ୍ୱାମୀଙ୍କୁ ନିର୍ଯ୍ୟାତନା ଦେଉଥିଲେ ଦିନେ ସକ୍ରେଟିସ୍ ସ୍ତ୍ରୀଙ୍କ ବାକ୍ୟବାଣ ଓ ଗର୍ଜନରୁ ଅବ୍ୟାହତି ଲାଭ କରିବା ପାଇଁ ଘରୁ ବାହାରି ଯାଇ ବାହାରେ ବସି ପୁସ୍ତକ ପାଠ କଲେ ଏହା ଦେଖି ତାଙ୍କ ସ୍ତ୍ରୀ ଆହୁରି ରାଗି ଯାଇ କୋଠା ଉପରକୁ ଯାଇ ବାଲତିଏ ମଇଳା ପାଣି ଆଣି ଏହାଙ୍କ ଉପରେ ଅଜାଡି ଦେଲେ ଏଥିଲେ ସୁଦ୍ଧା ସକ୍ରେଟିସ୍ ଧୈର୍ଯ୍ୟ ନ ହରାଇ ସ୍ମିତବଦନରେ କହିଲେ," ଏତେ ବଡ଼ ମେଘ ଗର୍ଜନ ପରେ ଅସରାଏ ଦୁମୁକାଣି ବରଷା ହୋଇ ନ ଥିଲେ ଶୋଭା ପାଇ ନ ଥାନ୍ତା")