Jump to content

ସଗର

ଉଇକିଅଭିଧାନ‌ରୁ

ସଗର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ସ=ସହିତ+ଗର=ଗରଳ; ବିଷ)

[ସମ୍ପାଦନା]

ବିଷଯୁକ୍ତ; ବିଷାକ୍ତ —Mixed with poison,

ସଂସ୍କୃତ - ବିଶେଷ୍ୟ - ପୁଂ. (ନାମ) (ସ=ସହିତ+ଗର=ବିଷ ବିଷ ସହିତ ମାତୃ ଗର୍ଭରୁ ଜନ୍ମି ଥିବାରୁ)

[ସମ୍ପାଦନା]

ସୂର୍ଯ୍ୟବଂଶୀୟ ନରପତି ବିଶେଷ —Name of a king of the Solar dynasty of ancient India.

(ଉ—ଗରଳ ସଙ୍ଗେ ଜନ୍ମ ଯେଣୁ, ସଗର ନାମ ହେଉ ତେଣୁ ଜଗନ୍ନାଥ. ଭାଗବତ)

[ଦ୍ରଷ୍ଟବ୍ୟ —ଏ ସୂର୍ଯ୍ୟବଂଶୀୟ 'ବାହୁକ' ନାମକ ନରପତିଙ୍କ ପୁତ୍ର ସଗରଙ୍କ ପିତା ବାହୁକ ହୃତରାଜ୍ୟ ଓ ହୃତସର୍ବସ୍ୱ ହୋଇ ବନକୁ ପ୍ରସ୍ଥାନ କଲେ ଓ ସେହି ବନରେ ତାଙ୍କର ମୃତ୍ୟୁ ହେଲା ଏହି ସମୟରେ ଏହାଙ୍କ ରାଣୀ ଯାଦବୀ ଗର୍ଭବତୀ ହୋଇଥିଲେ ଯାଦବୀଙ୍କୁ ତାଙ୍କ ସପତ୍ନୀ ଖାଦ୍ୟଦ୍ରବ୍ୟ ସଙ୍ଗେ ଗରଳ ଖାଇବାକୁ ଦେଲେ, ତଥାପି ତାଙ୍କର ଗର୍ଭପାତ ହେଲା ନାହିଁ ଏବଂ ଯଥା— କାଳରେ ଔବ୍ୱଂ ମୁନିଙ୍କ ଆଶ୍ରମରେ ତାଙ୍କ ଗର୍ଭରୁ 'ସଗର' ଜାତ ହେଲେ ଓ ତାଙ୍କ ସଙ୍ଗେ ସଙ୍ଗେ ଯାଦବୀଙ୍କୁ ତାଙ୍କ ସପତ୍ନୀ ଦେଇଥିବା ଗରଳ ମଧ୍ୟ ଗର୍ଭରୁ ପଡ଼ିଲା ବିଷ ସହିତ ମାତୃଗର୍ଭରୁ ଜନ୍ମ ହୋଇଥିବାରୁ ଏହାଙ୍କର ଏପରି ନାମ ହେଲା

ସଗର ଉକ୍ତ ଔବ୍ୱଂ ମୁନିଙ୍କ ଆଶ୍ରମରେ ବଢି ବୟଃପ୍ରାପ୍ତ ହୋଇ ହୃତ ପୈତୃକ ରାଜ୍ୟକୁ ପୁନରୁଦ୍ଧାର କରି ଧର୍ମ— ପାଳନ—ପୂର୍ବକ ପୁତ୍ରନିର୍ବିଶେଷରେ ପ୍ରଜାଙ୍କୁ ପାଳନ କଲେ ଏହାଙ୍କର ଏକ ରାଣୀ 'ଶୈବ୍ୟାଙ୍କ' ଗର୍ଭରୁ 'ଅସମଞ୍ଜ' ନାମକ ଏକ ପୁତ୍ର ଓ ଏକ କନ୍ୟା ଜନ୍ମ ହେଲେ ସଗରଙ୍କ ଅନ୍ୟତମା ରାଣୀ 'ବୈଦ୍ୟର୍ଭୀ'ଙ୍କ ଗର୍ଭରୁ ଗୋଟିଏ ମାଂସପିଣ୍ଡ ଜାତ ହେଲା ଓ ସେହି ମାଂସପିଣ୍ଡରୁ ଷାଠିଏ ହଜାର ପୁତ୍ର ବାହାରିଲେ ସଗର ୯୯:ଟି ଅଶ୍ୱମେଧ ଯଜ୍ଞ ସମ୍ପନ୍ନ କରି ଇନ୍ଦ୍ରତ୍ୱ ଲାଭ କରିବା ପାଇଁ ଶତତମ ଅଶ୍ୱମେଧ ଯଜ୍ଞ ଆରମ୍ଭ କଲେ ଇନ୍ଦ୍ର ଏଥିରେ ଭୀତ ହୋଇ ଉକ୍ତ ଅଶ୍ୱକୁ ନେଇ ପାତାଳରେ କପିଳ ମୁନିଙ୍କ ଆଶ୍ରମରେ ବାନ୍ଧି ରଖିଲେ ଆଶ୍ୱ ହଜିବା ଦେଖି ସଗରଙ୍କର ଷାଠିଏ ହଜାର ପୁଅ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ଧୁଣ୍ଡି ପକାଇଲେ ଏବଂ ଭୂପୃଷ୍ଠକୁ ଏପରି ଖୋଳି ପକାଇଲେ ଯେ, ଉକ୍ତ ଗଭୀର ଖାତ 'ସାଗର' ବା ସମୁଦ୍ରରେ ପରିଣତ ହେଲା (ସଗର ରାଜାଙ୍କ ପୁତ୍ରମାନଙ୍କଦ୍ୱାରା ଖୋଳା ହୋଇଥିବାରୁ ସମୁଦ୍ରର ନାମ 'ସାଗର' ହେଲା) ସଗରଙ୍କ ପୁତ୍ରମାନେ ଭୂପୃଷ୍ଟ ଖୋଳି ଖୋଳି ପାତାଳରେ ପଶି କପିଳମୁନିଙ୍କ ଆଶ୍ରମରେ ଯଜ୍ଞୀୟ ଅଶ୍ୱକୁ ଦେଖି କପିଳ ମୁନିଙ୍କୁ ଉକ୍ତ ଅଶ୍ୱର ଅପହର୍ତ୍ତା ବୋଲି ବିଚାରି ମୁନିଙ୍କୁ ପ୍ରତି କଟୁବାକ୍ୟ ପ୍ରୟୋଗ କରି ତାଙ୍କୁ ଦଣ୍ଡ ଦେବାକୁ ଉଦ୍ୟତ ହୁଅନ୍ତେ କପିଳଙ୍କ ଅଭିଶାପରେ ଏ ୬ ହଜାର ଯାକ ପୁଅ ପୋଡ଼ି ଭସ୍ମ ହୋଇଗଲେ ଅତଃପର ସଗରଙ୍କ ପୌତ୍ର ଅଂଶୁମାନ୍ ପାତାଳକୁ ଗମନପୂର୍ବକ ତପସ୍ୟା ଓ ସ୍ତବଦ୍ୱାରା ମୁନିଙ୍କୁ ତୁଷ୍ଟ କରାଇ ଉକ୍ତ ଅଶ୍ୱକୁ ଆଣି ପିତାମହଙ୍କ ଆରବ୍ଧ ଯଜ୍ଞକୁ ଶେଷ କରାଇଲେ ଉତ୍ତରକାଳରେ ଏହି ସୂର୍ଯ୍ୟବଂଶର ବଂଶଧର 'ଭଗୀରଥ' ସ୍ୱର୍ଗରୁ ଗଙ୍ଗାଙ୍କୁ ମର୍ତ୍ତ୍ୟକୁ ଆଣି (ଏଥିପାଇଁ ଗଙ୍ଗାଙ୍କର ଅନ୍ୟ ନାମ 'ଭାଗୀରଥୀ' ହୋଇ ଅଛି) ଗଙ୍ଗାଙ୍କୁ ବାଟ ଦେଖାଇ ଦେଖାଇ କପିଳ ମୁନିଙ୍କ ଆଶ୍ରମ ବାଟେ ନେଇ ସମୁଦ୍ରରେ ପକାଇଲେ ଓ କପିଳ ମୁନିଙ୍କ ଆଶ୍ରମରେ ସଗରଙ୍କ ୬ ହଜାର ପୁତ୍ରଙ୍କ ଭସ୍ମ ଗଙ୍ଗ— ଜଳଦ୍ୱାରା ପ୍ଳାବିତ ହେବାରୁ ସେମାନେ ଉଦ୍ଧାର ପାଇଲେ ଅଦ୍ୟାବଧି ଗଙ୍ଗାର ସମୁଦ୍ର ସଙ୍ଗେ ମିଳିତ ହୋଇଥିବା ମୁହାଣ (ଗଙ୍ଗାସାଗର ସଙ୍ଗମ) ହିନ୍ଦୁମାନଙ୍କର ମହାତୀର୍ଥରୂପେ ପରିଗଣିତ ହେଉଅଛି ଓ ସେଠାରେ ପ୍ରତିବର୍ଷ ମକରସଂକ୍ରାନ୍ତି ସମୟରେ ସହସ୍ର ସହସ୍ର ହିନ୍ଦୁ ସ୍ନାନ କରନ୍ତି ଏହାଛଡା ସେଠାରେ ଗୋଟିଏ ବଡ ମେଳା ମଧ୍ୟ ହୁଏ]