Jump to content

ସଗୋତ୍ର

ଉଇକିଅଭିଧାନ‌ରୁ

ସଗୋତ୍ର

ଉଚ୍ଚାରଣ

[ସମ୍ପାଦନା]
(ସଗୋତ୍ରା—ସ୍ତ୍ରୀ) 

(ଅସଗୋତ୍ର—ବିପରୀତ)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ସ=ସମାନ; ଏକ+ଗୋତ୍ର =ବଂଶ ଯାହାର)

[ସମ୍ପାଦନା]
୧. ଏକ ଗୋତ୍ରରୁ ଜାତ — ୧. Born of the same clan.
୨. ଏକ ବଂଶୀୟ —୨. Of the same kin; kindred.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. କୁଳ; ବଂଶ — ୧. Lineage; pedigree; family.
୨. ଜ୍ଞାତି; କୁଟୁମ୍ୱ —୨. Kinsman; kindred; kinsfolk.
୩. ଯେଉଁ ବ୍ୟକ୍ତିର ଗୋତ୍ର ଅନ୍ୟ ବ୍ୟକ୍ତିର ଗୋତ୍ର ଏକ (ଅର୍ଥାତ୍ ଯେଉଁ ଦୁଇ ଜଣଙ୍କର କୁଳପ୍ରବର୍ତ୍ତକ ମୁନି ଜଣେ; ଅର୍ଥାତ୍ ଯେଉଁମାନେ ଜଣେ ଗୋତ୍ରପ୍ରବର୍ତ୍ତକ ମୁନିଙ୍କ ବଂଶଧର ଅଟନ୍ତି) —୩. Persons descended from one and the same progenitor (sage).

[ଦ୍ରଷ୍ଟବ୍ୟ —ସଗୋତ୍ରଙ୍କ ମଧ୍ୟରେ ବିବାହ ନିଷିଦ୍ଧ ଯେଉଁ ବର ବା କନ୍ୟା ଆପଣାର କିମ୍ୱା ଆପଣା ମାତାମହଙ୍କ ସଗୋତ୍ର, ତାକୁ ବିବାହ କରିବା ନିଷିଦ୍ଧ]