Jump to content

ସଗୋତ୍ର ସପିଣ୍ଡ

ଉଇକିଅଭିଧାନ‌ରୁ

ସଗୋତ୍ର ସପିଣ୍ଡ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସ୍ମୃତି)

[ସମ୍ପାଦନା]

ଯେଉଁ ସଗୋତ୍ରମାନଙ୍କ ସଙ୍ଗେ କୌଣସି ବ୍ୟକ୍ତିର ପିଣ୍ଡଦାନଦ୍ୱାରା ସମ୍ୱନ୍ଧ ଅଛି —Person of the same kin connected with a person by the offering of funeral cakes.

(ଦ୍ର—ଜୀବିତ ବ୍ୟକ୍ତି ଆପଣାର ପିତାଙ୍କୁ, ପିତାମହଙ୍କ ଓ ପ୍ରପିତାମହଙ୍କୁ ପିଣ୍ଡଦାନ କରେ ଏବଂ ମୃତ ବ୍ୟକ୍ତି ଆପଣାର ପୁତ୍ର, ପୌତ୍ର ଓ ପ୍ରପୌତ୍ରଙ୍କଠାରୁ 'ପିଣ୍ଡ' ପାଏ ଏପରି ସ୍ଥଳରେ ନିଜର ଉପରିସ୍ଥ ୩ ପୁରୁଷ ଓ ତଳର ୩ ପୁରୁଷ ମୋର ସଗୋତ୍ର ସପିଣ୍ଡ ଅଟନ୍ତି

ଯେଉଁମାନେ ଆପଣା ଗୋତ୍ରର ନୁହନ୍ତି, ଅଥଚ ମୋଠାରୁ ପିଣ୍ଡ ପାଆନ୍ତି ଓ ମୋତେ ପିଣ୍ଡ ଦେବେ, ସେମାନେ ମୋର ଅସଗୋତ୍ର ସପିଣ୍ଡ ଅଟନ୍ତି ଯଥା— ମାତାମହ, ପ୍ରମାତାମହ ଓ ବୃଦ୍ଧ ପ୍ରମାତାମହ ଏବଂ ଦୌହିତ୍ର, ଦୌହିତ୍ରପୁତ୍ର ଓ ଦୌହିତ୍ରପୌତ୍ର ଆପଣା ଗୋତ୍ରର ଯେଉଁ ବ୍ୟକ୍ତିମାନଙ୍କ ସଙ୍ଗେ ମୋର ପିଣ୍ଡସମ୍ପର୍କ ନାହିଁ, ସେମାନେ ମୋର ଅସପିଣ୍ଡ ସଗୋତ୍ର ଅଟନ୍ତି ଯଥା— ପ୍ରପିତାମହଙ୍କ ଊର୍ଦ୍ଧ୍ୱତନ ପୁରୁଷଗଣ ଓ ପ୍ରପୌତ୍ରର ଅଧସ୍ତନ ପୁରୁଷଗଣ)