ସଙ୍ଗାତ
- ଘନିଷ୍ଠ ବନ୍ଧୁ; ମିତ୍ର
- ପରସ୍ପରର ସଙ୍ଗେ ଘନିଷ୍ଠ ବନ୍ଧୁତାଦ୍ଵାରା ଧର୍ମତଃ ଆବଦ୍ଧ ବ୍ୟକ୍ତିସଙ୍ଗାତ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]
|
(ସଙ୍ଗାତୁଣୀ—ସ୍ତ୍ରୀ)
ଦେଶଜ - ବିପୁଲିଙ୍ଗ - ଓ ସ୍ତ୍ରୀ. (ସଂସ୍କୃତ - ସଙ୍ଗ= ସାହଚର୍ଯ୍ୟ; ସଙ୍ଗତ= ମିତ୍ରତା; ସଂଘାତ=ମିଳନ; କିମ୍ୱା ସମଗାତ୍ର=ଯେ ଦୁହେଁ ପରସ୍ପରର ଗାତ୍ରକୁ ଅପରର ବୋଲି ବିଚାରନ୍ତି ନାହିଁ)
[ସମ୍ପାଦନା]- ୧. ପରସ୍ପରର ସଙ୍ଗେ ଘନିଷ୍ଠ ବନ୍ଧୁତାଦ୍ୱାରା ଧର୍ମତଃ ଆବଦ୍ଧ ବ୍ୟକ୍ତି —୧. A person connected with another; a close friend- by the establishment of a solemn friend ship; a sort of god-relationship or relationship of warm friends; god- brother.
- ୨. ଘନିଷ୍ଠ ବନ୍ଧୁ; ମିତ୍ର; ସୁହୃଦ୍ — ୨. A very close and intimate friend.
[ଦ୍ରଷ୍ଟବ୍ୟ —ଜ୍ଞାତିତ୍ୱ, ରକ୍ତସଂପର୍କ ବା ବିବାହଦ୍ୱାରା ସଂବନ୍ଧଯୁକ୍ତ ହୋଇ ନ ଥିବା ବ୍ୟକ୍ତିମାନେ ଧର୍ମକୁ, ଇଷ୍ଟ ଦେବତାଙ୍କ
ବା ପ୍ରସାଦକୁ କିମ୍ୱା ତୁଳସୀ ଆଦି ପବିତ୍ର ବସ୍ତୁଙ୍କୁ ସାକ୍ଷୀ ରଖି ପରସ୍ପର ମଧ୍ୟରେ ନାନାପ୍ରକାର ମିତ୍ରତା ସ୍ଥାପନ କରନ୍ତି ତହିଁମଧ୍ୟରୁ 'ସଙ୍ଗାତ' ମିତ୍ରତା ଏକତମ ଯେଉଁ ଦୁଇ ଜଣଙ୍କର ନାମ ଏକ, ସେମାନେ ପରସ୍ପର ସଙ୍ଗେ 'ମିତ' ବସନ୍ତି ଏହା ଛଡା ସହୀ, ସଙ୍ଗାତ ଆଦି ମଧ୍ୟ ବସନ୍ତି ଆମ ଦେଶରେ 'ସଙ୍ଗାତ' ବସିବାଟା ଅନ୍ୟାନ୍ୟ ମିତ୍ରତା ସ୍ଥାପନ ଅପେକ୍ଷା ବେଶି
ସାଧାରଣତଃ ବାଲ୍ୟକାଳରେ ଦୁଇ ଜଣଙ୍କ ମଧ୍ୟରେ (ଦୁଇ ଜଣ ବାଳକଙ୍କ ମଧ୍ୟରେ କିମ୍ୱା ଦୁଇ ଜଣ ବାଳିକାଙ୍କ ମଧ୍ୟରେ) 'ସଙ୍ଗାତ' ମିତ୍ରତାର ସୂତ୍ରପାତ କରାଯାଏ
ପୁଣି ବଉଳ ଅମାବାସ୍ୟାଦିନ ବଉଳ, ଅଶୋକାଷ୍ଟମୀ ଦିନ ଓଶକା ବଢି, କୁମାରପୂର୍ଣ୍ଣିମା ଦିନ ଚନ୍ଦ୍ର ନୈବେଦ୍ୟ ଚାନ୍ଦ, ଗଙ୍ଗାଜଳ, ଗୋଦାବରୀଜଳ, ତୁଳସୀ, ପହିଲି ଭୋଗ, ପ୍ରସାଦ, ଅଭଡା, ସରପୁଳି, ମହାପ୍ରସାଦ ପରସ୍ପର ଖୁଆଖୋଇ ହୋଇ ଦୁଇ ବ୍ୟକ୍ତି ଯଥାକ୍ରମେ ବଉଳ, ଓଶକା, ଚାନ୍ଦ, ଗଙ୍ଗାଜଳ, ଗୋଦାବରୀ, ତୁଳସୀ, ପହିଲିଭୋଗ, ଅଭଡା, ସରପୁଳି, ମହାପ୍ରସାଦ ବସନ୍ତି
ଆଜି କାଲି ଲୋକେ ମହୁଲ, ଗୁଜରାତି, ଫୁଲ, ଗୋଲାପ ଆଦି ମଧ୍ୟ ଦିଆଦେଇ ହୋଇ ସେହି ନାମରେ ପରସ୍ପରକୁ ଡକାଡକି ହେବା ଦେଖାଯାଏ
ସଙ୍ଗାତ ବସିଥିବା ସ୍ତ୍ରୀ ଓ ପୁରୁଷମାନେ ପରସ୍ପରକୁ ସଙ୍ଗତ, ସମ୍ୱୋଧନ କରନ୍ତି; କିନ୍ତୁ ସଙ୍ଗାତଙ୍କ ସ୍ତ୍ରୀଙ୍କୁ 'ସଙ୍ଗାତୁଣୀ' ବୋଲି ଡକାଯାଏ, ମଧ୍ୟ ଉଲ୍ଲେଖ କରାଯାଏ
ସଙ୍ଗାତ ବସିବା ବନ୍ଧୁମାନଙ୍କ ମଧ୍ୟରେ ବିବାହ ଆଦି ଉତ୍ସବରେ ବେଭାର ନିମନ୍ତ୍ରଣ ଆଦି ଚଳେ ମୋ ସଙ୍ଗାତଙ୍କ ପୁଅ ମୋର ପୁତୁରା ଅଟେ ଏବଂ ମୋତେ ମୋ ସଙ୍ଗାତଙ୍କ ପୁଅ 'ମଉସା' ବୋଲି ଡାକିବ 'ସଙ୍ଗାତ' ଆଦି ବସିଥିବା ବନ୍ଧୁମାନେ ପରସ୍ପରର ନାମ ଧରି ଡକାଡକି ହୁଅନ୍ତି ନାହିଁ]
ପ୍ରାଦେଶିକ - (ବାମଣ୍ଡା) ବିଶେଷ୍ୟ -
[ସମ୍ପାଦନା]କୌଣସି ପୁରୁଷର ଆପଣା ଶାଳୀକି ସମ୍ୱୋଧନ କଲାବେଳେ ବ୍ୟବହୃତ ଡାକ — A term used by a male in addressing his wife's younger sister.