Jump to content

ସଙ୍ଗିନି

ଉଇକିଅଭିଧାନ‌ରୁ

ସଙ୍ଗିନି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ସଙ୍ଗୀନ୍)

[ସମ୍ପାଦନା]

ବନ୍ଧୁକର ଅଗରେ ନଳିର ପାର୍ଶରେ ଗୁଞା ହୋଇଥିବା ମୁନିଆଁ ବର୍ଛାପରି ଅସ୍ତ୍ର (ଏଥିଲେ ଭୁସାଯାଏ); ବନ୍ଧୁକ ସଂଲଗ୍ନ ଛୋରା —Bayonent.

(ଉ—ବାତ୍ସଲ୍ୟେ ନ ବାନ୍ଧି ପ୍ରଜାଙ୍କର ଚିତ୍ତ, ବିଦେଶି ସଙ୍ଗିନେ କଲା ତାଙ୍କୁ ଭୀତ— ରାଧାନାଥ, ଦରବାର)

ବୈଦେଶିକ - ବିଶେଷଣ - (ଫାରାସୀ - ସଙ୍ଗୀନ୍= ପଥରରେ ତିଆରି, ତେଣୁ ଦୃଢ)

[ସମ୍ପାଦନା]
୧. ଗୁରୁତର — ୧. Serious.

(ଉ—ସଙ୍ଗିନ୍ ମକଦ୍ଦମା)

୨. ଖୁବ୍ ଭାରୀ —୨. Heavy; weighty.

(ଉ—ସଙ୍ଗୀନ ବୋଝ)

୩. ଅତି କଠୋର —୩. Very hard.

(ଉ—ସଙ୍ଗିନ୍ ସଜା)

୪. କଷ୍ଟ ସାଧ୍ୟ —୪. Difficult.

(ଉ—ସଙ୍ଗିନ୍ କାମ)

୫. ଦାୟିତ୍ୱପୂର୍ଣ୍ଣ — ୫. Full of responsibility.

(ଉ—ସଙ୍ଗିନ୍ ଚାକିରୀ)

୬. ଅସାଧାରଣ —୬. Extraordinary.

(ଉ—ସଙ୍ଗିନ୍ ଘଟନା)

୭. ମୋଟ ଓ ମଜଭୁତ — ୭. Coarse and strong.

(ଉ—ସଙ୍ଗିନ୍ ଲୁଗା)

୮. ଖୁବ୍ ମଜଭୁତ; ସୂଦୃଢ —୮. Very strong.

(ଉ—ସଙ୍ଗିନ୍ ମୂଳଦୁଆ)