ସଜ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ଶିଳ୍ପୀର ଶିଳ୍ପଯନ୍ତ୍ର; କାରିଗରର ଯନ୍ତ୍ରଚୟ
  • ବ୍ୟବସାୟ ପାଇଁ ଦରକାରୀ ସଜ୍ଜା ବା ସାଧନ
  • ପସରା
  • ଗୃହର ଉପକରଣ
  • ଗୃହର ବସନ ବର୍ତ୍ତନ
  • ପଥୁରିଆଙ୍କର ପଥର ହାଣିବା ନିହାଣ
  • ପୁସ୍ତକ, ଅଳଂକାର ଓ ଯନ୍ତ୍ର ଆଦିର ଏକ ସେଟ ବା ଏକ ସାର
  • ସୁବିଧା
  • ସୁଯୋଗ; ଦାଉ
  • ଘୋଡାକୁ ବ୍ୟବହାରାର୍ଥ ସଜ୍ଜିତ କରିବାର ପଦାର୍ଥଚୟ; ଅଶ୍ଵ ସଜ୍ଜା
  • ଅଳଂକାରଚୟ; ଭୂଷଣ
  • ସଜ୍ଜା
  • ସଜ ଲୁଗା; ସଜ କଚା ହୋଇଥିବା ଲୁଗା
  • କଞ୍ଚା ଡାଳ ମଧ୍ୟରେ ଥିବା କୋମଳ ପଦାର୍ଥ; ତାଳସଜ
  • ସହଜ ବିଷୟ
  • ଅବସ୍ଥା

ବିଶେଷଣ (ଦେଶଜ)[ସମ୍ପାଦନା]

  • ସଜ୍ଜିତ
  • ଅଳଙ୍କୃତ
  • କୌଣସି କାର୍ଯ୍ୟ କରିବାକୁ ଉଦ୍ୟତ ବା ପ୍ରସ୍ତୁତ; ସଜିଲ; କୃତାୟୋଜନ
  • ତଟକା
  • ଏକାଦିନକେ ଧୋବ କରାଯାଇଥିବା
  • ସହଜ; ସୁସାଧ୍ୟ; ସୁବୋଧ୍ୟ
  • ସୁବିଧାଜନକ
  • ସୁଯୋଗ
  • ଉପଯୋଗୀସଜ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

(ବାସି—ବିପରୀତ)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସଜ୍ଜା)[ସମ୍ପାଦନା]

୧. ଶିଳ୍ପୀର ଶିଳ୍ପଯନ୍ତ୍ର; କାରିଗରର ଯନ୍ତ୍ରଚୟ —୧. Apparatus or implements of an artisan.

[ଦ୍ରଷ୍ଟବ୍ୟ —ଚଷାର ହଳ, ଲଙ୍ଗଳ—ଲୁହା ଆଦି; ଭଣ୍ଡାରିର ଖୁର, ନହୁଣୀ ଆଦି; ବଣିଆର ସୁନାରୂପା ସମ୍ୱନ୍ଧୀୟ ହତିଆର; ବଢ଼େଇର ହତିଆର, ଶିଅଳର ଖଜୁରିଗଛକଟା କଟୁରି, ଦଉଡ଼ା ଆଦି; କମାରର ହତିଆର; ଧୋବାର କୁରାଢ଼ି ଓ ଚମାରର ତାଳ ଗଛ କଟା କଟୁରୀ ଓ ଦଉଡ଼ାକୁ ସଜ କହନ୍ତି]

୨. (ସଂସ୍କୃତ - ସଜ୍ଜା ବା ସାଧନ) ବ୍ୟବସାୟୀର ବ୍ୟବସାୟ ପାଇଁ ଦରକାରୀ ସଜ୍ଜା ବା ସାଧନ —୨. The fittings or equipments of a trader.

[ଦ୍ରଷ୍ଟବ୍ୟ —ଦୋକାନୀର ସେର, ତରାଜୁ, ମାଣ ଆଦି; ଗଉଡୁଣୀର ଦୁଧ ହାଣ୍ଡି, ଦହି ହାଣ୍ଡି, ଟୋକେଇ, ପାଆ ଆଦି; ଗଉଡ଼ଙ୍କ ଶିକା, ବାହୁଙ୍ଗୀ, ନଉଡ଼ି ଆଦି ତେଲୀର ତେଲ ଘଡ଼ି, ମାପପାତ୍ର ଆଦିକୁ ସଜ କୁହାଯାଏ]

୩. (ଗଉଡୁଣୀ, ତେଲୀ ଆଦିଙ୍କ) ପସରା —୩. The basket or tray in which commoditiles are hawked.

[ଦ୍ରଷ୍ଟବ୍ୟ —ଜୀବିକା— ନିର୍ବାହାର୍ଥ କାରିଗର, ବେପାରୀ, ମୂଲିଆ ଆଦି ଯେଉଁ ଯେଉଁ ମନ୍ତ୍ର, ପାତ୍ର, ମହାପାତ୍ରାଦି ବ୍ୟବହାର କରନ୍ତି, ତାକୁ ସଜ ବୋଲାଯାଏ ଦଶହରା ଆଦି ଭିନ୍ନ ଭିନ୍ନ ଉତ୍ସବ ଉପଲକ୍ଷରେ ପ୍ରତ୍ୟେକ କାରିଗର ତାହାର ସଜକୁ ପଜା କରେ ଗଉଡ଼ ଗଉଡ଼ୁଣୀମାନେ ଦୋଳପୂର୍ଣ୍ଣିମା ସମୟରେ ତାଙ୍କ ସଜକୁ ପୂଜା କରନ୍ତି ଫଳତଃ ପ୍ରତ୍ୟେକ ପ୍ରକାରର କାର୍ଯ୍ୟ, ଶିଳ୍ପ, ବ୍ୟବସାୟ, ଓ ଗୃହ ଆଦିର ଆବଶ୍ୟକ ସଜ୍ଜା, ସମ୍ଭାର, ସାଧନ, ଉପକରଣ, ଉପାଦାନ, ଯନ୍ତ୍ର, ଅସ୍ତ୍ର, ପରିଚ୍ଛଦ, ଅଳଂକାର, ବେଶ, ପାତ୍ରାଦିକୁ 'ସଜ' ବୋଲାଯାଏ]

୪. (ସଂସ୍କୃତ - ସଜ୍ଜ) ଗୃହର ଉପକରଣ — ୪. Domestic furniture.
୫. ଗୃହର ବାସନ ବର୍ତ୍ତନ —୫. Domestic tusenils.
୬. ପଥୁରିଆଙ୍କର ପଥର ହାଣିବା ନିହାଣ — ୬. Stone-cutter's chisel.
୭. ପୁସ୍ତକ, ଅଳଂକାର ଓ ଯନ୍ତ୍ର ଆଦିର ଏକ ସେଟ୍ ବା ଏକ ସାର — ୭. One set (of books, instruments, ornaments)
୮. (ସଂସ୍କୃତ - ସହଜ) ସୁବିଧା —୮. Covenience.
୯. ସୁଯୋଗ; ଦାଉ; ୯. Opportunity.
୧. (ସଂସ୍କୃତ - ସଜ୍ଜ) ଘୋଡ଼ାକୁ ବ୍ୟବହାରାର୍ଥ ସଜ୍ଜିତ କରିବାର ପଦାର୍ଥଚୟ; ଅଶ୍ୱ ସଜ୍ଜା (ଯଥା—ଜିନ୍, ଚାରିଜାମା ଖୁଗୁରୁ) —୧୦. Harness for a horse; the trappings and saddle etc of a horse.
୧୧. ଅଳଂକାରଚୟ; ଭୂଷଣ — ୧୧. Ornaments
୧୨. ସଜ୍ଜା —୧୨. Equipments; trappings;.

[ଉ—ପ୍ରଜଘଂ ଶୋଣିତାକ୍ଷ ଅଙ୍ଗେ ଭରି ସଜ—କୃଷ୍ଣସିଂହ. ମହାଭାରତ. ବନ]

୧୩. (ସଂସ୍କୃତ - ସଦ୍ୟ)—ସଜ ଲୁଗା; ସଜ ବଚା ହୋଇଥିବା ଲୁଗା — ୧୩. A cloth which has been washed by the washerman and returned to the owner on the same dya
when it is given to him for washing

ଅନୁବାଦ[ସମ୍ପାଦନା]

୧୪. (ସଂସ୍କୃତ - ଶସ୍ୟ)—କଞ୍ଚା ତାଳ ମଧ୍ୟରେ ଥିବା କୋମଳ ପଦାର୍ଥ; ତାଳସଜ —୧୪. The soft kernel inside the unripe plam-fruit.
୧୫. (ସଂସ୍କୃତ - ସହଜ) ସହଜ ବିଷୟ —୧୫. An easy matter.
୧୬. ଅବସ୍ଥା —୧୬. Condition; state.

[ଉ—ଆପଣ ଯେଉଁ ସଜେ ଅଛନ୍ତି, ସେହି ସଜେ ଅଯୋଧ୍ୟାକୁ ଫେରି ଯିବାକୁ ହେବ ନୀଳକଣ୍ଠ ପିଲାଙ୍କ ରାମାୟଣ]

ଦେଶଜ - ବିଶେଷଣ - (ସଂସ୍କୃତ - ସଜ୍ଜ=ସଜ୍ଜିତ)[ସମ୍ପାଦନା]

୧. ସଜ୍ଜିତ —୧. Furnished; equipped.

[ଉ—ରାଜଆଜ୍ଞା ପାଇ ରାଜପୁତ୍ରବୃନ୍ଦ ସେହିକ୍ଷଣି ହେଲେ ସଜ ରାଧାନାଥ. ପାର୍ବତୀ]

୨. ଅଳଙ୍କୃଢ —୨. Decorated.
୩. କୌଣସି କାର୍ଯ୍ୟ କରିବାକୁ ଉଦ୍ୟତ ବା ପ୍ରସ୍ତୁତ; ସଜିଲ; କୃତାୟୋଜନ —୩. Ready or prepared to do a thing.

(ଉ—ଯେବେ ପାଇଥାଏ ଘଇତା ବୁକୁ, ସଜ ହୋଇଥାଏ ବାପ ଘରକୁ ଢ଼ଗ)

୪. (ସଂସ୍କୃତ - ସଦ୍ୟଃ) ତଟକା —୪. Fresh

(ଯଥା— ସଜ ଫୁଲ, ସଜ ଗୋବର, ସଜ ଦହି, ସଜ ପଖାଳ, ସଜ ମଡ଼ା, ସଜ ହଳଦୀ, ସଜ କ୍ରିୟା)

[ଉ—ତଥାପି ସେ ସଜ—ସରୋଜ—ବଦନ ଶୋକେ ହୋଇଅଛି ଫିକା ରାଧାନାଥ. ପାର୍ବତୀ]

୫. ଏକାଦିନକେ ଧୋବ କରା ଯାଇଥିବା ବସ୍ତ୍ର —୫. (cloth) Washed, cleansed and returned to the owner in the course of one day.

(ଯଥା—ସଜ ଲୁଗା)

୬. (ସଂସ୍କୃତ - ସହଜ) ସହଜ; ସୁସାଧ୍ୟ; ସୁବୋଧ୍ୟ —୬. Easy.

(ଉ—ସଜବାଟ; ସଜପାଠ)

୭. ସୁବିଧାଜନକ —୭. Convenient.
୮. ସୁଯୋଗ ଯକ୍ତ —୮. Opportune.
୯. ଉପଯୋଗୀ — ୯. Suitable.