Jump to content

ସଜାଡ଼

ଉଇକିଅଭିଧାନ‌ରୁ

ସଜାଡ଼

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ସଜ୍ଜିତ)

[ସମ୍ପାଦନା]
୧. ସୁସଜ୍ଜିତ —୧. Ship- shape; well equipped.
୨. ସୁବିଧା— ଜନକ —୨. Convenient.
୩. ଆରୋଗ୍ୟ ପ୍ରାପ୍ତ — ୩. Recovered.
୪. ଜୀର୍ଣ୍ଣସଂସ୍କୃତ —୪. Repaired.
୫. ପୂର୍ବାବସ୍ଥା ପ୍ରାପ୍ତ —୫. Renovated.

ଦେଶଜ - ବି—(ସଂସ୍କୃତ - ସଜ୍ଜା)

[ସମ୍ପାଦନା]
୧. ସଜ୍ଜିତ ଅବସ୍ଥା — ୧. Equipped or furnished condition.
୨. ଜୀର୍ଣ୍ଣ ସଂସ୍କୃତ ଅବସ୍ଥା —୨. Repaired condition; renovated condition.
୩. ରୁଗ୍ଣ ଦେହର ଆରୋଗ୍ୟ; ରୋଗ ମୁକ୍ତି ପୂର୍ବକ— ଶରୀରର ପୂର୍ବାବସ୍ଥା ପ୍ରାପ୍ତି, ଆରୋଗ୍ୟ —୩. Convalescence; recovery from an illness; regaining of one's previous health

[ଉ—୩ ଦିନ ଉପବାସ ରହିବାରୁ ମୋ ଦେହ ସଜାଡ଼କୁ ଆସିଲା]

୪. ରାଜା ବିଶିଷ୍ଟ ବ୍ୟକ୍ତି ଅତିଥି ଆଦିଙ୍କ ନିକଟକୁ ଉପହାର ସ୍ୱରୂପ ପ୍ରେରିତ ଖାଦ୍ୟ ଦ୍ରବ୍ୟ ସମ୍ଭାର; ଡାଲା; ସଞ୍ଚା —୪. A present of food to a guest (consisting of many varieties)

[ଦ୍ରଷ୍ଟବ୍ୟ —ବିଶିଷ୍ଟ ଯାତ୍ରିମାନଙ୍କୁ ପୁରୀର ଓ ଭୂବନେଶ୍ୱରର ପାଣ୍ଡାମାନେ ଅନ୍ନ, ତିଅଣ, ପିଠା, ମହା— ପ୍ରସାଦର 'ସଜାଡ଼' ଦିଅନ୍ତି]

[ଦ୍ରଷ୍ଟବ୍ୟ —ବିଶିଷ୍ଟ ବ୍ୟକ୍ତିଙ୍କୁ ଦିଆଯିବା କଞ୍ଚା ପରିବା, ଚାଉଳ, ଡାଲି ଆଦି ଉପହାର ସମ୍ଭାରକୁ 'ସଞ୍ଚା' ବା 'ସିଧା' ବା 'ଡାଲି' ବୋଲାଯାଏ ଜଳଖିଆ, ମହାପ୍ରାସାଦ, ମିଷ୍ଟାନ୍ନ, ପକ୍ୱରମ୍ଭା ଆଦି ସଦ୍ୟଭୋକ୍ତବ୍ୟ ଉପହାରକୁ 'ସଜାଡ଼' ବୋଲାଯାଏ]

୫. ଯଥାଯୋଗ୍ୟ ସଜ୍ଜା —୫. Proper or suitable equipment.
୬. ଯତ୍ନ —୬. Care.
୭. ପରିଷ୍କୃତ ଓ ପରିଚ୍ଛନ୍ନ ଅବସ୍ଥା —୭. Neat and clean condiption.
୮. ଉପଯୁକ୍ତ ବା ସୁବିଧାଯୁକ୍ତ ଅବସ୍ଥା — ୮. Proper or covenient state.