ସଞ୍ଜା

ଉଇକିଅଭିଧାନ‌ରୁ

ସଞ୍ଜା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ୱାମୀ)[ସମ୍ପାଦନା]

ସାଇଁ; ସ୍ୱାମୀ; ପ୍ରଭୁ — Master; lord.



ସଞ୍ଜା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବି—(ସଞ୍ଜ ଧାତୁ=ଆସକ୍ତ ହେବା+କର୍ତ୍ତୃ. ଅ+ସ୍ତ୍ରୀ. ଆ)[ସମ୍ପାଦନା]

ଛାଗୀ; ମାଈ ଛେଳି (ତ୍ରିକାଣ୍ଡ ଶେଷ) —A she-goat.

ଦେଶଜ - ବି—(ସଂସ୍କୃତ - ସନ୍ଧା=ପ୍ରତିଜ୍ଞା, ସ୍ୱୀକାର; ଯାହା ପ୍ରତିଜ୍ଞାତ ବା ସ୍ୱୀକୃତ ହୋଇଥାଏ; ଚୁକ୍ତି)[ସମ୍ପାଦନା]

୧. ଜମିର ନଗଦ ଖଜଣା ପରିବର୍ତ୍ତରେ ଚାଷୀର ଜମିଦାରକୁ ଶସ୍ୟର ନିର୍ଦ୍ଧାରିତ ପରିମାଣ ଦେବା ପାଇଁ ଜମିଦାର ସଙ୍ଗେ ପୂର୍ବରୁ କରାଯିବା ଚୁକ୍ତି —୧. Contract for payment of rent in kind fixed beforehand (i.e. before the crop is harvested) and payable to the landlord by the cultivator in lieu of cash rent.
୨. ସଞ୍ଜା ପ୍ରଥାଦ୍ୱାରା ନିର୍ଦ୍ଧାରିତ ଶସ୍ୟାଂଶରୂପ କର —୨. Stipulated produce-rent settled or previously fixed; rent-in-kind paid by the cultivator to the landlord.

[ଦ୍ରଷ୍ଟବ୍ୟ —ନଗଦ ଖଜଣା ପରିବର୍ତ୍ତରେ ପ୍ରଜାର ଜମିଦାରକୁ ଶସ୍ୟର ଅଂଶ ପ୍ରଥାକୁ 'ଭାଗ' ଦେବା ପ୍ରଥା ବୋଲା— ଯାଏ ଏହା ଦୁଇପ୍ରକାର—୧ ଧୂଳିଭାଗ, ୨ ସଞ୍ଜା ଭାଗ ଧୂଳି ଭାଗକୁ ଲୋକେ ସାଧାରଣତଃ 'ଭାଗ' ଓ ସଞ୍ଜା— ଭାଗକୁ 'ସଞ୍ଜା' ବୋଲି କହନ୍ତି ଉଭୟ ପ୍ରଥାର ମୂଳରେ ଭୂମିରୁ ଉତ୍ପନ୍ନ ଶସ୍ୟର ଅଂଶ (ଭାଗ) ଜମିଦାରଙ୍କୁ ଦିଆଯିବା କଥା ବିଦ୍ୟମାନ 'ଭାଗ'ରେ ଜମିରୁ ଶସ୍ୟାଦି ଯେତେ ଉତ୍ପନ୍ନ ହେଲା, ଶସ୍ୟ ଅମଳ ହୋଇ ଦେଖାଗଲା ପରେ ତହିଁର ଅର୍ଦ୍ଧେକ ଅଂଶ କୃଷକର (ଚଷା ଭାଗ ବା ଚାଷୀଭାଗ) ଓ ଅପରାର୍ଦ୍ଧ ଜମିଦାରଙ୍କର (ରଜାଭାଗ ବା ରାଜଭାଗା) ବୋଲି ସ୍ଥିର ହୁଏ କିନ୍ତୁ 'ସଞ୍ଜା'ରେ ଭୂମିରୁ ଅମଳ ହେବା ପୂର୍ବରୁ ତହିଁର ଉତ୍ପନ୍ନ ଶସ୍ୟର ଅର୍ଦ୍ଧେକ ପରିମାଣ ଅଟକଳ ବା ଅନୁମାନ କରାଯାଏ ସଞ୍ଜା ପ୍ରଥା 'ସନ୍ଧା' ବା ରଜା ପ୍ରଜା ମଧ୍ୟରେ 'ଚୁକ୍ତି' ଉପରେ ନିର୍ଭର କରେ; ଅର୍ଥାତ୍ ପ୍ରଜା ଚାଷ କରି— ଥିବା ଜମିରୁ ଅନ୍ଦାଜ ଏତେ ଧାନ ଆମଦାନି ହେବ, ଏହା ଧାନ କଟା ହେବା ପୂର୍ବରୁ ଅଟକଳ ବା ଅନ୍ଦାଜିଦ୍ୱାରା ସ୍ଥିରୀକୃତ ହୁଏ ଏବଂ ଉକ୍ତ ପରିମିତ ଧାନ ଜମିଦାରଙ୍କୁ ପ୍ରଜା ଦେବା ନିମନ୍ତେ ପୂର୍ବରୁ ଅଙ୍ଗୀକାର (ସନ୍ଧା) ବା ଚୁକ୍ତି କରେ ଏଥିରୁ ଦେଖାଯିବ ଯେ 'ଭାଗ ପ୍ରଥା' ଜମିର ପ୍ରକୃତ ଉତ୍ପାଦନ ଉପରେ ଓ 'ସଞ୍ଜା ପ୍ରଥା' ଅନୁମାନିକ ଉତ୍ପାଦନ ଅନୁସାରେ ରଜା ପ୍ରଜା ମଧ୍ୟରେ ହେବା ଚୁକ୍ତି ଉପରେ ନିର୍ଭର କରେ 'ଭାଗ' ପ୍ରଥାରେ ଜମିରୁ ମିଳିବା ଧାନରୁ ଅଧେ ଜମିଦାର ନିଅନ୍ତି ଓ ଅଧେ ପ୍ରଜା ନିଅନ୍ତି; 'ଧୂଳିଭାଗ' ପ୍ରଥାରେ ଜମିରୁ ଯେତେ ଯେତେ ପଦାର୍ଥ (ଧାନ, ନଡ଼ା, କୁଟା, ଏପରି କି 'ଧୂଳି' ସୁଦ୍ଧା) ମିଳେ, ତହିଁରୁ ଅଧେ ଜମିଦାର ତାହାଙ୍କର ପ୍ରାପ୍ୟ 'ରାଜଭାଗ' ନିଅନ୍ତି ଓ ଅନ୍ୟ ଅର୍ଦ୍ଧକ ପ୍ରଜା ତାର 'ଚଷାଭାଗ' ପାଆନ୍ତି ଭାଗ ବା ଧୂଳି ଭାଗରେ ରଜା ପ୍ରଜା ଉଭୟେ ଥାଇ ଧାନ କଟା ହୁଏ, ଅଥବା ଧାନହଳା ଓ ନଡ଼ାଯାକ ଗଣିତ କରି ପ୍ରଜା ଅଧେ ଧାନହଳା ଓ ନଡ଼ା ନିଅନ୍ତି ଏବଂ ଜମିଦାର ଅନ୍ୟ ଅର୍ଦ୍ଧନ ନିଅନ୍ତି; କିମ୍ୱା ସବୁ ହଳା ଓ ନଡ଼ା ଏକା ଜାଗା (ଜମିଦାରଙ୍କ ଖଳା ବା ରଇତର ଖଳା କିମ୍ୱା ଉଭୟଙ୍କ ମନୋନୀତ କୌଣସି 'ଭଲ ଲୋକ'ଙ୍କ ଖଳା)କୁ ନିଆଯାଇ ସେଠାରେ ବେଙ୍ଗଳା ପଡ଼େ ଏବଂ ବେଙ୍ଗଳା ପରେ ଯାହା ଯାହା ମିଳେ (ଧାନ, ଅଗାଡ଼ି, ଚଷୁ, କୁଟା) ସେ ସବୁଥିରୁ ଜମିଦାର ଅଧେ ଓ ପ୍ରଜା ଅଧେ ନିଅନ୍ତି ଏହାକୁ 'ଧୂଲିଭାଗ' ବୋଲାଯାଏ ସଞ୍ଜାର ନାନା ପ୍ରକାର ମଧ୍ୟ ପ୍ରଚଳିତ ଅଛି ଯଥା—୧ ସାଧାରଣ ସଞ୍ଜା, ୨ ମୁକରରା ସଞ୍ଜା, ୩ ଦେଖାମଣା ସଞ୍ଜା

୧. ସାଧାରଣ ସଞ୍ଜା—ଜମିଦାର ପ୍ରଜାକୁ ଜମି ପଟା ଦେଲା ବେଳେ ଜମିଦାର ଓ ପ୍ରଜା ଉଭୟେ ଅନୁମାନଦ୍ୱାରା ସ୍ଥିର କରନ୍ତି ଯେ, ଏ ଜମିରେ ଏତେ ଧାନ ଫଳିବ; ସେହି ଅନୁମାନ ଉପରେ ନିର୍ଭର କରି ଶସ୍ୟର ଉକ୍ତ ଅନୁମାନିକ ପରିମାଣରୁ ଅଧେ ଜମିଦାରଙ୍କୁ ଦେବା ପାଇଁ ପ୍ରଜା ଚୁକ୍ତି କରନ୍ତି ପ୍ରଜାଙ୍କ କର୍ମକୁ ଯେବେ ଉକ୍ତ ଜମିରେ ଅନୁମିତ ପରିମାଣରୁ ଅଧିକ ଶସ୍ୟ ଫଳେ, ତାହା ହେଲେ ଚୁକ୍ତି ହୋଇଥିବା ପରିମାଣରୁ ଅଧିକ ଶସ୍ୟ ଜମିଦାର ପ୍ରଜା ଠାରୁ ଦାବି କରି ପାରନ୍ତି ନାହିଁ; ପୂର୍ବରୁ ଯେତିକି 'ସଞ୍ଜା' ନିର୍ଦ୍ଧାରିତ ହୋଇଥାଏ, ଜମିଦାର ସେତିକି ମାତ୍ର ଶସ୍ୟ ପାଆନ୍ତି ଆଉ ଯାହା ବେଶୀ ଫଳେ ଓ ନଡ଼ା ପ୍ରଭୃତି ଯାହା ହୁଏ, ସେ ସମସ୍ତ ପ୍ରଜା ନିଅନ୍ତି ପୁଣି ଯଦି ପ୍ରଜାଙ୍କ ଦୁର୍ଭାଗ୍ୟକୁ ଉକ୍ତ ଜମିରୁ ଅନୁମିତ 'ସଞ୍ଜା' ଅପେକ୍ଷା କମ୍ ଶସ୍ୟ ମିଳେ, ତେବେ ପ୍ରଜା ବିନା ଓଜରରେ ପୂର୍ବରୁ ଚୁକ୍ତି କରିଥିବା ପରିମାଣର 'ସଞ୍ଜା' ଧାନ ଜମିଦାରଙ୍କୁ ଦେବାକୁ ବାଧ୍ୟ ହୁଅନ୍ତି ଯେବେ ଧୋଇ ବା ମରୁଡ଼ି ଯୋଗୁଁ ଫସଲ ଲୋକସାନ ହୋଇଯାଏ କିମ୍ୱା କିଛି ନ ଫଳେ, ଅଥବା ପ୍ରଜା ଉକ୍ତ ଜମିକୁ ପଡ଼ିଆ ପକାନ୍ତି, ତେବେ ସୁଦ୍ଧା ପ୍ରଜା ନିର୍ଦ୍ଧାରିତ 'ସଞ୍ଜା' ଜମିଦାରଙ୍କୁ ଦେବାକୁ ବାଧ୍ୟ ସାଧାରଣ 'ସଞ୍ଜା'ରେ ଧୋଇ, ମରୁଡ଼ି, ପଡ଼ିଆ, ଉଠିଆ, ଲୋକସାନି ଆଦିର ଓଜର ଆପତ୍ତି ନାହିଁ
୨. ମୁକରରା ସଞ୍ଜା ବା ଚିରସ୍ଥାୟୀ ସ଼ଞ୍ଜା—ଏ ସଞ୍ଜାର ପରିମାଣ ଅବଶ୍ୟ ଅନୁମାନିକ ଉତ୍ପନ୍ନ ଶସ୍ୟର ଅଧେ
ବୋଲି କସୋଟ କରାଯାଏ; କିନ୍ତୁ ଏହା ଜମିଦାର ଓ ପ୍ରଜା ମଧ୍ୟରେ ଚିରସ୍ଥାୟୀ ରୂପେ ନିର୍ଦ୍ଧାରିତ ହୋଇଥାଏ ଉକ୍ତ ପରିମାଣରେ 'ସଞ୍ଜା' ପ୍ରଜା ପୁରୁଷାନୁକ୍ରମେ ଜମିଦାରଙ୍କୁ ଦିଅନ୍ତି ଏଥିରେ ମଧ୍ୟ ଧୋଇ, ମରୁଡ଼ି ଲୋକସାନି ଆଦିର ଓଜର ପ୍ରଜା କରି ନ ପାରେ 

୩. ଦେଖାମଣା ସଞ୍ଜା ବା କୁତ ସଞ୍ଜା—ଏହା ପ୍ରତି ବର୍ଷ ପ୍ରତି ଫସଲର ପରିମାଣ ଅନୁସାରେ କମ୍ ବେଶୀ ହୁଏ ଜମିରେ ପାଚିଲା ଫସଲ ମହଜୁଦ ଥିଲା ବେଳେ ଜମିଦାର ଓ ପ୍ରଜା ଉଭୟେ କେତେଜଣ ଭଲଲୋକଙ୍କୁ ସଙ୍ଗରେ ଘେନି ଜମି ଉପରକୁ ଯାଆନ୍ତି ଏବଂ ସେଠାରେ ମହଜୁଦ ଥିବା ଫସଲକୁ ବା ଛେକୁ 'ଦେଖା ମଣା' କରନ୍ତି, ଅର୍ଥାତ୍ ଅନୁମାନ କରନ୍ତି ଯେ, ଉକ୍ତ ଫସଲ ଅମଳ ହେଲେ ପ୍ରଜାଙ୍କୁ ଏତେ ପରିମିତ ଶସ୍ୟ ମିଳିବ ଏହି ଅନୁମାନ କରିବାକୁ 'କୁତ' କରିବା ବା କୁତିବା (ଗଞ୍ଜାମରେ ଗୁତା ବା ଗୁତ୍ତା) କହନ୍ତି ଏହି ଅନୁମତି ଉତ୍ପନ୍ନ ଦ୍ରବ୍ୟରୁ ଅଧେ ଜମିଦାରଙ୍କୁ ଦେବା ପାଇଁ ପ୍ରଜା ସେହିଠାରେ 'ମଣନ୍ତି' ଅର୍ଥାତ୍ ଅଙ୍ଗୀକାର କରନ୍ତି ଜମିଦାର ଓ ପ୍ରଜା ଉଭୟେ ଜମିର ଫସଲକୁ ଦେଖିବା ପରେ ଜମିଦାରଙ୍କ ପ୍ରାପ୍ୟକୁ ପ୍ରଜା ମଣିବାରୁ (ଅଙ୍ଗୀକାର କରିବାରୁ) ଏ ରୀତିର ନାମ 'ଦେଖାମଣା' ତାପରେ ଫସଲ କଟା ହେବା ବେଳେ ଜମିକୁ ଆସିବା ଜମିଦାରଙ୍କର ଆବଶ୍ୟକ ହୁଏ ନାହିଁ ପ୍ରଜା ଫସଲ କାଟି ଅମଳ କରନ୍ତି ଏବଂ 'ଦେଖାମଣା' ହୋଇଥିବା ପରିମାଣରୁ ପ୍ରଜାଙ୍କୁ ବେଶୀ ମିଳୁ ବା କମ୍ ମିଳୁ, ସେ ଜମିଦାରଙ୍କୁ ପୂର୍ବ ସ୍ୱୀକୃତ 'ଦେଖାମଣା ସଞ୍ଜା' ଦେବାକୁ ବାଧ୍ୟ ଅଟନ୍ତି ଏହି ଦେଖାମଣା ସଞ୍ଜାର ପରିମାଣ ଧୋଇ ମରୁଡ଼ି ଆଦି ଅନୁଯାୟୀ ଫସଲର ଅବସ୍ଥା ଉପରେ ନିର୍ଭର କରେ

ଜମିରେ ଆବାଦ କରାଯିବା ନାନାବିଧି ଶସ୍ୟ (ଧାନ, ମୁଗ, ବିରି କୋଳଥ, ମାଣ୍ଡିଆ, ଚଣା) ସମ୍ୱନ୍ଧରେ ମଧ୍ୟ ସଞ୍ଜା ନିର୍ଦ୍ଧାରିତ ହୁଏ କିନ୍ତୁ 'ମୁକରିର ସଞ୍ଜା'ରେ ଓ 'ସାଧାରଣ ସଞ୍ଜାରେ' ଯାହା ପୂର୍ବରୁ ନିର୍ଦ୍ଧାରିତ ବା ଲିପିବଦ୍ଧ ହୋଇଥିବ, ପ୍ରଜା ତଦପେକ୍ଷା ବେଶୀ ପାଇଲେ କିମ୍ୱା ତହିଁରୁ ଅଧିକ ପ୍ରକାରର ଫସଲ ସେ ଜମିରେ ଆବାଦ କଲେ ଜମିଦାର ମୁକରରା ଜମାରୁ ବେଶୀ ପ୍ରଜାଠାରୁ ଦାବୀ କରି ପାରନ୍ତି ନାହିଁ

ଗଞ୍ଜାମର ଜମିଦାର (ଅର୍ଥାତ୍ ରାଜା ଉପାଧିଧାରୀ) ମାନେ ପ୍ରଜାଙ୍କଠାରୁ ଏହି 'ଗୁତ୍ତା' ପ୍ରତାରେ ଫସଲରୁ ଅଧେ ନିଅନ୍ତି ଏବଂ ଅନେକ ସ୍ଥଳରେ ବହୁ ଗ୍ରାମରୁ ଏହି 'ସଞ୍ଜା' ଆଦାୟ କରିବାର ଅଧିକାରକୁ ଜମିଦାରମାନେ ଜଣେ ତୃତୀୟ ବ୍ୟକ୍ତିଙ୍କୁ 'ରୁତ୍ତା' ଦିଅନ୍ତି; ଅର୍ଥାତ୍ ଉକ୍ତ ତୃତୀୟ ବ୍ୟକ୍ତି ଜମିଦାରଙ୍କୁ ନିର୍ଦ୍ଧାରିତ ନଗଦ ଟଙ୍କା ଆଗତୁରା ଦେଇ ପରେ ସର— ଜମିନ୍ରେ ପ୍ରଜାଙ୍କଠାରୁ 'ଦେଖାମଣା ସ଼ଞ୍ଚା' ଆଦାୟ କରି ନିଅନ୍ତି ଓଡ଼ିଶାରେ ଜମିଦାରୀମାନଙ୍କରେ ଜମିଦାର ବା ପ୍ରଜା କିଲଟର କିମ୍ୱା ବନ୍ଦୋବସ୍ତ ହାକିମଙ୍କ ପାଖେ ଦରଖାସ୍ତ କଲେ ହାକିମ୍ 'ସଞ୍ଜା' ବା 'ଭାଗ' ପରିବର୍ତ୍ତରେ ଉକ୍ତ ଜମି ଉପରେ 'ନଗଦ ଖଜଣା' ଧାର୍ଯ୍ୟ କରି ଦିଅନ୍ତି କେବଳ କେତେକ ଶ୍ରେଣୀର ଅନନ୍ୟୋପାୟ ଜମିଦାର— ମାନଙ୍କ (ଯେଉଁ ଦେବତା—ଜମିଦାରଙ୍କ 'ଭୋଗ' ତସ୍ତୁ, ଯଥା, ଖଇ, ଛତୁଆ, ଚୁଡ଼ା, ଖିରି ଆଦି ଜମିରୁ ଉତ୍ପନ୍ନ ଶସ୍ୟରୁ ପ୍ରସ୍ତୁତ ହୁଏ, ବିଧବା ଜମିଦାର, ନାବାଲଗ ଜମିଦାର, ବ୍ରାହ୍ମଣ, କ୍ଷତ୍ରିୟ, ଓ କରଣ ଜାତୀୟ ଜମିଦାର, ଯେଉଁମାନେ ନିଜେ ସାମାଜିକ ପ୍ରଥା ଅନୁସାରେ ହଳ ଧଳ ଧରି ନିଜେ ଭୂମି ଚଷି ପାରିବେ ନାହିଁ—ଏହିମାନଙ୍କ) ଅଧୀନ ରଏତି ଜମିର 'ସଞ୍ଚା' 'ନଗଦ ଖଜଣା'ରେ ବଦଳା ଯାଇ ପାରିବ ନାହିଁ (୧୯୧୩: ସାଲରେ ୨ ଆଇନ ଓଡ଼ିଶା ପ୍ରଜାସତ୍ୱ ଆଇନର ୪୭: ଦଫା) ଯେବେ 'ସଞ୍ଜା' ବା 'ଧୂଳିଭାଗ' ନିର୍ଣ୍ଣୟ କରିବାକୁ ଜମିଦାର ବା ପ୍ରଜା ଜମି ଉପରକୁ ନ ଆସନ୍ତି ଓ ଏଣେ ପାଚିଲା ଫସଲ ଉଜୁଡ଼ି ଯିବାର ଆଶଙ୍କା ଥାଏ, କିମ୍ୱା ଜମିଦାର ଓ ପ୍ରଜାଙ୍କ ମଧ୍ୟରେ ଫସଲ ନେବା ବିଷୟରେ ବିବାଦ ବା କଳହି ହେବାର ଆସଙ୍କା ଥାଏ, ତେବେ ଏଥିଯୋଗୁଁ ଅସନ୍ତୁଷ୍ଟ ପକ୍ଷ (ରଇତ ବା ଜମିଦାର) କିଲଟରଙ୍କ ପାଖେ ଦରଖାସ୍ତ ଦେଲେ କିମ୍ୱା ଏଥିରେ ସମ୍ୱାଦ ବିଲଟରଙ୍କୁ ମିଳିଲେ କିଲଟର ଜଣେ ସରକାରୀ ବ୍ୟକ୍ତି (କାନୁଗୋଇ, ନାଜର ପିଆଦା ବା ! ପୁଲିସ କର୍ମଚାରୀ)ଙ୍କୁ ସର— ଜମିନ୍କୁ ପଠାଇ ଶସ୍ୟକୁ କୁତ କରାଇ ଦିଅନ୍ତି, କିମ୍ୱା କଟାଇ ଅମଳ କରାଇ ଉପସ୍ଥିତ ପକ୍ଷର ପ୍ରାପ୍ୟ ଶସ୍ୟାଂଶ ତାକୁ ଦିଆଇ ଦିଅନ୍ତି ଓ ଅନୁପସ୍ଥିତ ପକ୍ଷର ପ୍ରାପ୍ୟ ଫସଲକୁ ଭଲଲୋକଙ୍କ ଜିମାରେ ରଖାଇ ଦେଇ ଆସନ୍ତି; ଅଥବା ଉଜୁଡ଼ି ଯିବା ପଦାର୍ଥ ହେଲେ ତାକୁ ପ୍ରକାଶ୍ୟ ନିଲାମଦ୍ୱାରା ଜମି ଉପରେ ବା ନିକଟ— ବର୍ତ୍ତୀ ହାଟରେ ବିକି ଦେଇ ତହିଁରୁ ମିଳିବା ନଗଦ ଟଙ୍କା ଆଣି ସରକାରୀ ଖଜଣା ଖାନାରେ ଡିପାଜିଟ୍ କରି ଦିଅନ୍ତି ଅନୁପସ୍ଥିତ ପକ୍ଷ କଚେରୀରେ ହାଜର ହୋଇ ଦରଖାସ୍ତ କଲେ ଉକ୍ତ ଜମା ଥିବା ଶସ୍ୟ ବା ଟଙ୍କା ତାକୁ ମିଳେ ଓ ସେ ଭବିଷ୍ୟତରେ ଉକ୍ତ ଫସଲ, ସଞ୍ଜା ବା ଭାଗ ଅପର ପକ୍ଷଙ୍କ ଠାରୁ ଦାବୀ କରି ପାରେ ନାହିଁ (୧୯୧୩: ସାଲରେ ଓଡ଼ିଶା ପ୍ରଜାସତ୍ୱ ଆଇନରେ ୭୯: ଦଫା)

ଭାଗ ଓ ସଞ୍ଜା ସମ୍ୱନ୍ଧେ ଏ ସନ୍ଦର୍ଭ ଲେଖା ହେବା ପରେ ନୂଆ ଓଡ଼ିଶା ପ୍ରଦେଶ ପାଇଁ ଅଧିକ ସଂଖ୍ୟକ କଂଗ୍ରେସୀ ମେମ୍ୱରଙ୍କ ଦ୍ୱାର ପ୍ରଭାବିତ ଓଡ଼ିଶା ବ୍ୟବସ୍ଥାପକ ସଭା ନୂଆ ପ୍ରଜାସ୍ୱତ୍ୱ ଆଇନ ୧୯୩୭-୩୮:ରେ ପେଶ୍ ଓ ପାଶ୍ କରି ଅଛନ୍ତି ଏଥିରେ ପ୍ରଜାମାନଙ୍କଠାରୁ ଜମିଦାରଙ୍କର ଉତ୍ପଳ ଫସଲର ଅର୍ଦ୍ଧାଂଶ ପାଇବା ପରିବର୍ତ୍ତେ ନଗଦ ଖଜଣା ଧାର୍ଯ୍ୟ ହେବା ପାଇଁ ମଧ୍ୟ କଟକଣା କରା ଯାଇଅଛି]