ସଞ୍ଜୟ
ସଞ୍ଜୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ନାମ
[ସମ୍ପାଦନା]ଅନ୍ଧ ରାଜା ଧୃତରାଷ୍ଟ୍ରଙ୍କ ମନ୍ତ୍ରୀ —Name of the minister of the blind king Dhṛutarāshṭra, who narrated the story of the great battle of Kurukshetra in all its details to Dhṛutarāshṭra.
[ଦ୍ରଷ୍ଟବ୍ୟ —କୌରବ ଓ ପାଣ୍ଡବମାନଙ୍କ ମଧ୍ୟରେ ବିବାଦ ଓ ଯୁଦ୍ଧ ନ ଘଟିବା ପାଇଁ ସଞ୍ଜୟ ବହୁ ଚେଷ୍ଟା କରି ବିଫଳ— ମନୋରଥ ହୋଇଥିଲେ ବ୍ୟାସଦେବଙ୍କ କୃପାରୁ ସେ ଦିବ୍ୟ ଚକ୍ଷୁ ଲାଭ କରି ମହାଭାରତ ଯୁଦ୍ଧର ଦୈନନ୍ଦିନ ବିବରଣ ଯଥାଯଥ ଭାବରେ ଧୃତରାଷ୍ଟ୍ରଙ୍କ ନିକଟରେ ବର୍ଣ୍ଣନା କରୁଥିଲେ ଏବଂ ଶ୍ରୀକୃଷ୍ଣାର୍ଜ୍ଜୁନ ସଂବାଦ (ଭଗ୍ୱଦ୍— ଗୀତା) ଧୃତରାଷ୍ଟ୍ରଙ୍କୁ କହିଥିଲେ କୁରୁ ସୈନ୍ୟ ଧ୍ୱସ୍ତ ହେବା ପରେ ସାତ୍ୟକୀ ସଞ୍ଜୟଙ୍କୁ ନିଧନ କରିବାକୁ ଉଦ୍ୟତ ହେବାରୁ ବ୍ୟାସଦେବ ତାଙ୍କ ପ୍ରାଣରକ୍ଷା କଲେ ଯୁଦ୍ଧାନ୍ତେ ସେ ଧୃତରାଷ୍ଟ୍ରଙ୍କ ସହିତ ୧୫: ବର୍ଷ ପାଣ୍ଡବମାନଙ୍କ ଆଶ୍ରୟରେ ରହି ଶେଷରେ ଧୃତରାଷ୍ଟ୍ରଙ୍କ ସଙ୍ଗେ ବାନପ୍ରସ୍ଥ କରିଥିଲେ ଧୃତରାଷ୍ଟ୍ର ଦାବାନଳରେ ଦଗ୍ଧ ହେବାରୁ ସଞ୍ଜୟ ହିମାଳୟକୁ ଯାଇ ତପଶ୍ଚାରଣ ପୂର୍ବକ ଅବଶିଷ୍ଟ ଜୀବନ ଯାପନ କଲେ]