Jump to content

ସଞ୍ଜ ବସାଇବା

ଉଇକିଅଭିଧାନ‌ରୁ

ସଞ୍ଜ ବସାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ସଞ୍ଜ ଦେବା; ସନ୍ଧ୍ୟାବତୀକୁ ଜାଳି ଦେବ ମୂର୍ତ୍ତିଙ୍କ ସମ୍ମୁଖରେ, ତୁଳସୀମୂଳେ ବା ଦାଣ୍ଡ ଦୁଆରରେ ରଖିବା —To set lighted wicks before idols or Tulsi plants in the evening.

[ଦ୍ରଷ୍ଟବ୍ୟ —ସଞ୍ଜବତୀ ଦେବତାଙ୍କ ଆଗରେ ବସାଇବା ବେଳେ ସ୍ତ୍ରୀଲୋକମାନେ ଧର୍ମଦେବତାଙ୍କୁ ଡ଼ାକି ମିତ୍ର ଓ ପ୍ରିୟ ବ୍ୟକ୍ତି— ମାନଙ୍କର ମଙ୍ଗଳକାମନା କରନ୍ତି ଏବଂ ଶୁତ୍ର ଓ ଅପକାରୀ— ମାନଙ୍କ ନାମ ଉଚ୍ଚାରଣ କରି ସେମାନେ ଧର୍ମଦେବତାଙ୍କଦ୍ୱାରା ଦଣ୍ଡିତ ହେବାପାଇଁ ପ୍ରାର୍ଥନା କରନ୍ତି ଅତଏବ "ସେ ଅମୁକ ନାଆଁରେ ସଞ୍ଜ ବା ସଞ୍ଜବତୀ ବସାଉଛି"ର ଅର୍ଥ— ସେ ଅମୁକର ଅଶୁଭ ପ୍ରାର୍ଥନା କରୁଛି ଏହିପରି ମଧ୍ୟ ସକାଳେ ସ୍ନାନ କଲାବେଳେ ମାଇପେ 'ଧର୍ମଦେବତାଙ୍କୁ' ଡାକି ପାଣି ଆଞ୍ଜୁଳା ଟେକନ୍ତି ବା ଦିଅନ୍ତି ଏବଂ ସେଥିରେ ମଧ୍ୟ ଶତ୍ରୁର ଅମଙ୍ଗଳ ପ୍ରାର୍ଥନା କରନ୍ତି ଏଥିପାଇଁ "ଅମୁକ ନାଆଁରେ ପାଣି ଟେକିବା, ପାଣିଆଞ୍ଜୁଳା ଟେକିବା, ପାଣି ଆଞ୍ଜୁଳି ଦେବା" ମଧ୍ୟ ଅମୁକଶତ୍ରୁର ଅମଙ୍ଗଳକାମନା କରିବା ଏହି ଅର୍ଥରେ ବ୍ୟବହୃତ ହୁଏ]