Jump to content

ସଡ଼ପ

ଉଇକିଅଭିଧାନ‌ରୁ

ସଡ଼ପ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ଚରକ) ସଡ଼କ —୧. Road.
୨. (ସଂସ୍କୃତ - ଛଟଫାଳ=ତାଳଗଛ) ସାଗୁ ବହା ଗୁଆଗଛ ଜାତୀୟ ଏକପ୍ରକାର ଗଛ —୨. A sort of palm tree; Uaryota Curens.

[ଦ୍ରଷ୍ଟବ୍ୟ —ଏହା ଗୁଆ ଗଛ ଶ୍ରେଣୀର; କିନ୍ତୁ ଏଥିର କାଣ୍ଡ ନଡ଼ିଆ ଗଛ ପରି ମୋଟା ଏଥିର ଦୀର୍ଘ ମଞ୍ଜରୀରେ ଖଜୁରି କୋଳି ପରି ନିଦା କୋଳିମନ ଲମ୍ୱ ପେଣ୍ଡା ପେଣ୍ଡା ହୋଇ ଫଳେ ଓ ଏହି ଗଛର ଦେହରୁ ବର୍ଷକୁ ବର୍ଷ ଗୁଆ ଖୋଳପା ଭଳି ଶୁଖିଲା ବାହୁଙ୍ଗା ଝଡ଼େ ଏ଼ଥିର ଫଳ

ଓ ମଞ୍ଜି ଏକ ଫଳ ଶୁଖିଗଲେ କଳା ଦେଖାଯାଏ ଏବଂ ତାହକୁ ଗୁଆକାତିରେ କାଟିଲେ ତହିଁର ବର୍ଣ୍ଣ ଓ ସ୍ୱାଦ ଅବିକଳ ଗୁଆ ପରି ଲାଗେ ପରୀକ୍ଷା କରି ଦେଖା ଯାଇଅଛି ଯେ, ଉକ୍ତ ଗୁଆକୁ କାଟି ପାନ ସଙ୍ଗେ ସାଧାରଣ ଗୁଆ ପରି ଖିଆ ଯାଇ ପାରେ ଏହା ଏ ଦେଶର ଗଛ ନୁହେ; କିନ୍ତୁ ଶୋଭା ସମ୍ପାଦନ ପାଇଁ ସଉକୀ ଓ ବଡ଼— ଲୋକମାନେ ଏ ଗଛକୁ ଆଣି ବଗିଚାରେ ଓ ବାଟର ଦୁଇ ପାଖରେ ଲଗାନ୍ତି ଏ ଗଛଗୁଡ଼ିକ ବଡ଼ ହୋଇଗଲେ ମନୋରମ ଦେଖାଯାଏ ଏହା ଅବିକଳ ସାଗୁ ଗଛ ପରି ଓ ସାଗୁ ଗଛର ଅନ୍ତିରୁ ଯେଉଁ ପରି ସାଗୁଦାନା ପ୍ରସ୍ତୁତ କରାଯାଏ, ଏହାର ଅନ୍ତିରୁ ମଧ୍ୟ ସେହିପରି ଏକପ୍ରକାର ଦାନା ପ୍ରସ୍ତୁତ କରାଯାଏ 

ଆସାମର ଏହିପ୍ରକାର ଗଛକୁ 'ସରଳ' ବୋଲି କହନ୍ତି ଓଡ଼ିଶା ଗଡ଼ଜାତର ଜଙ୍ଗଲରେ ଅନେକ ସଡ଼ପ ଗଛ ଦେଖାଯାଏ ଗରିବ ଲୋକେ ଏହାର ମଞ୍ଜିରୁ ପାଳୁଅ (ଅଟା) ବାହାର କରି ପିଠା ଓ ଖିରି କରି ଖାଆନ୍ତି କିନ୍ତୁ ଏହା ସାଗୁ ପରି ଲଘୁପାକ ନ ହୋଇ ଗୁରୁପାକ ଅଟେ]