Jump to content

ସତ

ଉଇକିଅଭିଧାନ‌ରୁ

ସତ

ଉଚ୍ଚାରଣ

[ସମ୍ପାଦନା]

(ମିଛ—ବିପରୀତ)

  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂ—ସତ୍ୟ)

[ସମ୍ପାଦନା]
୧. ସତ୍ୟ; ଶପଥ; ପ୍ରତିଜ୍ଞା — ୧. Promise; truth.

(ଉ—ଆପଣା ପ୍ରତିଜ୍ଞା ରଖିବି, ତୁମ୍ଭର ସତ ଛଡ଼ାଇବି ଭୂପତି. ପ୍ରେମ ପଞ୍ଚାମୃତ)

୨. ସତ୍ୟକଥା —୨. Truth.
୩. ବିଶ୍ୱାସ; ଆସ୍ଥା —୩. Faith.
୪. ସତ୍ୟଯୁଗ —୪. The Golden Age; of truth; the millenium.
୫. ସତ୍ତ୍ୱଗୁଣ (ଦେଖ) - —୫. Sattwa guṇa (See).

ଅନୁବାଦ

[ସମ୍ପାଦନା]

ବିଶେଷଣ -

[ସମ୍ପାଦନା]
୧. ସତ୍; ସାଧୁ —୧. Honest.

(ଉ—ଆମ୍ଭର ମନ ଯେବେ ତେ, ଯାଇଛି ଗୋବିନ୍ଦ ସଙ୍ଗତ ଭୂପତି ପ୍ରେମପଞ୍ଚାମୃତ)

୨. ସତ୍ୟବାଦୀ —୨. Truthful.
୩. ଯାହା ମିଥ୍ୟା ନୁହେଁ; ପ୍ରକୃତ —୩. True.

(ଉ—ବିରହ ସୂତ ଯୋଗ ସତ ସ୍ୱରୂପା ଭଞ୍ଜ. ବୈଦେହୀଶ— ବିଳାସ)

୪. ବିଶ୍ୱାସୀ —୪. Faithful.

ଦେଶଜ - ଅ

[ସମ୍ପାଦନା]

ସିନା (ନିଶ୍ଚୟାର୍ଥକ); ନିଶ୍ଚେ —Certainly.

(ଉ—ଫଳିତ ହୋଇ ଦୂରରେ ଥିଲେ ତୋତେ ଭଜିତ ଥିବାର ସତ କବିସୂର୍ଯ୍ୟ. କିଶୋରୀ ଚମ୍ପୂ. ଫ. ଗୀତ)

[ଦ୍ରଷ୍ଟବ୍ୟ —ଏ କଥା ମତେ ତତେ (ତୁମକୁ) ମିଛ—ଦେଶଜ - ବାକ୍ୟ ===

କୌଣସି ଅସମ୍ଭବ ବା ଅବିଶ୍ୱସନୀୟ ଘଟନାକୁ ସ୍ୱଚକ୍ଷୁରେ ଦେଖିଥିବା ବ୍ୟକ୍ତି ଅନ୍ୟ ବ୍ୟକ୍ତିମାନଙ୍କ ଆଗରେ ବର୍ଣ୍ଣନା କଲାବେଳେ କହିବା ବାକ୍ୟ, ଅର୍ଥାତ୍ ଏହା ମୁଁ ଦେଖିଛି ବୋଲି ମୁଁ ଏ କଥା ସତ୍ୟ ବୋଲି ଜାଣିଛି, କିନ୍ତୁ ତୁମ୍ଭେମାନେ ଏହା ଦେଖି ନାହିଁ ବୋଲି ଏହାକୁ ସତ୍ୟ ମଣିବ ନାହିଁ]