ସତର ଫଳା
ସତର ଫଳା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]
|
ଦେଶଜ - ବିଣ
[ସମ୍ପାଦନା]ଓଡ଼ିଆର ଯେଉଁ ବ୍ୟଞ୍ଜନବର୍ଣ୍ଣ ମାନଙ୍କର ଫଳକ ବା 'ଫଳା'ମାନ ଅନ୍ୟ ବ୍ୟଞ୍ଜନବର୍ଣ୍ଣ ସଙ୍ଗେ ମିଶି ଯୁକ୍ତାକ୍ଷର ହୁଏ, ସେହି ଫଳକ ଚିହ୍ନିତ ଅକ୍ଷରମାନ — The signs representing the consonants while forming dipthongs with other consonants.
[ଦ୍ରଷ୍ଟବ୍ୟ —ୟେଉଁ ବ୍ୟଞ୍ଜନ ଅକ୍ଷର ମାନ ଅନ୍ୟ ବ୍ୟ଼୍ୟଞ୍ଜନବର୍ଣ୍ଣ ସଙ୍ଗେ ଯୁକ୍ତ ହେଲେ ସଂଯୁକ୍ତ ନାହିଁ, ଯଥା— ବ+ଧ=ବ୍ଧ, କ+ସ=କ୍ସ, ଗ+ଡ଼=ଗ୍ଡ; ବ୍ୟ଼୍ୟଞ୍ଜନ
ବର୍ଣ୍ଣରେ ଯୁକ୍ତ ହେବା ସ୍ୱରବର୍ଣ୍ଣର ଚିହ୍ନମାନଙ୍କୁ 'ମାତ୍ରା' ବୋଲାଯାଏ
(ଯଥା—କ+ଆ=କା; ଖ+ଇ=ଖି)
ଦ୍ୱିତ ବ୍ୟଞ୍ଜନକୁ ଫଳା ବୋଲାଯାଏ ନାହିଁ ଯଥା— ଇ, ଚ୍ଛ, ଜ୍ଜ, ଜ୍ଝ, ଟ୍ଟ, ଟ୍, ଡ୍ଡ, ଡ଼୍ତ, ତ୍ତ, ତ୍ଥ, ଦ୍ଦ, ଦ୍ଧ, ବ୍ଧ, ବ୍ଭ ଅନୁନାସିକ ବର୍ଣ୍ଣ ସଙ୍ଗେ ସେହି ବର୍ଗର ବ୍ୟ଼ଞ୍ଜନ ବର୍ଣ୍ଣ ଯୁକ୍ତ ହେଲେ ତାହାକୁ ମଧ୍ୟ ଫଳା ବୋଲାଯାଏ ନାହିଁ
(ଯଥା— ଙ+କ=ଙ୍କ ବା ଙ୍କ, ଙ+ଖ=ଙ୍ଖ ବା ଙ୍ଖ, ଙ+ଗ =ଙ୍ଗ ବା ଙ୍ଗ, ଙ+ଘ=ଙ୍ଘ ବା ଘଂ, ଞ+ଚ=ଞ୍ଚ, ଞ+ ଛ=ଞ୍ଛ, ଞ+ଜ=ଞ୍ଜ, ଞ+ଝ=ଞ୍ଝ, ଣ+ଟ=ଣ୍ଟ, ଣ+ଠ=ଣ୍ଠ, ଣ+ଡ=ଣ୍ଡ, ଣ+ଢ=ଣ୍ଢ, ନ+ଦ= ନ୍ଦ, ନ+ଧ=ନ୍ଧ, ମ+ପ=ମ୍ପ, ମ+ଫ=ମ୍ଫ)
ନିମ୍ନଲିଖିତ ୧୭:ଟି ଫଳା ଓଡ଼ିଆ ବର୍ଣ୍ଣ ପରିଚୟରେ ପିଲାମାନେ ଶିଖନ୍ତି ===
- ୧. କ ଫଳା= /?/ ଯଥା—କ୍କ, ସ୍କ
- ୨. ଟ ଫଳା= /?/ ଯଥା—କ୍ଟ, ଷ୍ଟ
- ୩. (କ) ତ ଫଳା (ବର୍ଣ୍ଣର ପରେ)=,, କ୍ତ, ନ୍ତ, ପ୍ତ, ଫ୍ତ, ସ୍ତ
(ଖ) (ବର୍ଣ୍ଣର ପୂର୍ବେ) ତ ଫଳା= , ଯଥା=ତ୍କ, ତ୍ସ
- ୪. ଥ ଫଳା=/?/, ଯଥା=ନ୍ଥ, ସ୍ଥ
- ୫. ନ ଫଳା=/?/, ଯଥା=କ୍ନ, ତ୍ନ, ନ୍ନ, ପ୍ନ
- ୬. ବ ଫଳା=/?/, ଯଥା=କ୍ୱ, ଜ୍ୱ, ଡ଼୍ୱ, ତ୍ୱ, ନ୍ୱ
[ଦ୍ରଷ୍ଟବ୍ୟ —ମ ଓ ଦ ଅକ୍ଷର ଛଡ଼ା ଅନ୍ୟ ଅକ୍ଷର ସଙ୍ଗେ 'ବ' ଫଳା ଯୁକ୍ତ ହେଲେ ଉକ୍ତ 'ବ' ଫଳା ଅବର୍ଗ୍ୟ ବରୂପେ ଉଚ୍ଚାରିତ ହୁଏ 'ମ'ରେ 'ବ' ଫଳା ଯୁକ୍ତ ହେଲେ ଉକ୍ତ ଫଳା 'ବର୍ଗ୍ୟ ବ' ଓ 'ଅବର୍ଗ୍ୟ ବ' ରୂପେ ଉଚ୍ଚାରିତ ହୁଏ, ଯଥା—୧ ଅମ୍ୱର (ବର୍ଗ୍ୟ ବ ଉଚ୍ଚାରଣ), ୨ ଚମ୍ୱାହରଣ (ଅବର୍ଗ ବ ଉଚ୍ଚାରଣ); 'ଦ'ରେ 'ବ'ଫଳା ଯୁକ୍ତ ହେଲେ ମଧ୍ୟ ଦୁଇ ପ୍ରକାରେ ଉଚ୍ଚାରିତ ହୁଏ, ଯଥା—
- ୧. ସଦ୍ୱଳ (ବର୍ଗ୍ୟ ବ ଉଚ୍ଚାରଣ) ଓ ୨ ଅଦ୍ୱୈତ (ଅବର୍ଗ ବ ଉଚ୍ଚାରଣ)]
- ୭. ମ ଫଳା=/?/, ଯଥା—କ୍ମ, କ୍ଷ୍ମ, ତ୍ମ, ଦ୍ମ, ଧ୍ମ, ନ୍ମ, ମ୍ମ
- ୮. ଯ ଫଳା=/?/, ଯଥା—କ୍ୟ, ଖ୍ୟ, ଗ୍ୟ, ଚ୍ୟ, ଜ୍ୟ
- ୯.ର ଫଳା (ବର୍ଣ୍ଣର ପରେ)=/?/, ଯଥା—କ୍ର, ଖ୍ର, ଗ୍ର
- ୧.ର ଫଳା (ବର୍ଣ୍ଣର ପୂର୍ବେ)=/?/, ଯଥା—ର୍କ, ର୍ଖ, ର୍ଗ
[ଦ୍ରଷ୍ଟବ୍ୟ —ବର୍ଣ୍ଣର ପୂର୍ବେର ଯୁକ୍ତ ହେଲେ ଉକ୍ତ ବର୍ଣ୍ଣ ବିକଳ୍ପେ ଦ୍ୱିତ୍ୱ ହୁଏ ଯଥା—ର୍ଚ୍ଚ, ର୍ଜ୍ଜ, ର୍ତ୍ତ, ର୍ତ୍ଥ, ର୍ଦ୍ଦ]
- ୧୧. ଳ ଫଳା=/?/, ଯଥା—କ୍ଳ, ଖ୍ଳ, ଗ୍ଳ, ଘ୍ଳ ଲ ଫଳା=/?/, ଯଥା—ସ୍ଲ, ଲ୍ଲ
- ୧୨. ରେଫ+ନ ଫଳା ଯଥା—ର୍କ୍ନ
- ୧୩. ରେଫ୍+ଯ ଫଳା ଯଥା—ର୍କ୍ୟ
- ୧୪. ରେଫ୍+ମ ଫଳା ଯଥା—ର୍କ୍ମ
- ୧୫. ରେଫ୍+ବ ଫଳା ଯଥା—ର୍କ୍ୱ
- ୧୬. ରେଫ୍+ର ଫଳା ଯଥା—ର୍କ୍ର
- ୧୭. ରେଫ+ଳ ଫଳା ଯଥା—ର୍କ୍ଲ
ଅତଏବ ଦେଖାଯାଏ ଯେ, ସତର ଫଳାର ସଂଖ୍ୟା— ବିଭାଗ ଦୃଢ଼ ନିୟମ ଅନୁସାରେ ଚଳି ନାହିଁ; ଗୁଡ଼ିଏ ଫଳା ଓ ଯୁକ୍ତାକ୍ଷର ନ ଶିଖିଲେ ଯୁକ୍ତବର୍ଣ୍ଣର ଜ୍ଞାନ ସମ୍ପୂର୍ଣ୍ଣ ହୁଏ ନାହିଁ ଏଥିପାଇଁ ଚାଟଶାଳି ପାଠୁଆମାନେ ଯୁକ୍ତାକ୍ଷର ବିଷୟରେ ଅନେକ ଯାଗାରେ ଝୁଣ୍ଟନ୍ତି ଋ ଓ /?/ ସ୍ୱରବର୍ଣ୍ଣ ହେଲେ ସୁଦ୍ଧା ବ୍ୟଞ୍ଜନ ବର୍ଣ୍ଣ ସହିତ ମିଶିଲେ ତାକୁ କେତେ ଲୋକ ଫଳା କହନ୍ତି ବଙ୍ଗଳାରେ ଦଶଟି ଫଳା ଯଥା—ଯ, ର, ଲ, ବ, ଶ, ନ, ମ, ର, ଋ, /?/ ]