Jump to content

ସତୀ ଦାହ

ଉଇକିଅଭିଧାନ‌ରୁ

ସତୀ ଦାହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ମୃତ ସ୍ୱାମୀଙ୍କ ଶବ ସଙ୍ଗେ ଚିତାଗ୍ନିରେ ସତୀର ଜୀବନୋତ୍ସର୍ଗ; ସମହରଣ; ଅନୁମରଣ —The voluntary immolation or burning of the wife on the funeral pyre of the husband.

[ଦ୍ରଷ୍ଟବ୍ୟ —ଅତି ପ୍ରାଚୀନକାଳରୁ ଭାରତୀୟ ହିନ୍ଦୁରମଣୀ ପତିଙ୍କ ଚିତାନଳରେ ଆରୋହଣ ପୂର୍ବକ ମୃତା (ସହମୃତାଃ ହେଉଥିଲେ, କିମ୍ୱା ଦୂରରେ ମୃତ ପତିଙ୍କ ଶବ ନ ମିଳିଲେ ପତିଙ୍କ ମୃତ୍ୟୁପରେ ଚିତାରୋହଣ ପୂର୍ବକ ମୃତା (ଅନୁମୁତା) ହେଉଥିଲେ ମୋଗଲ ସମ୍ରାଟ୍ ସତୀଦାହ ବିରୁଦ୍ଧରେ ନିଷେଧଜ୍ଞା ପ୍ରଚାର କରିଥିଲେ, କିନ୍ତୁ ଉକ୍ତ ପ୍ରଥା ଉଠାଇ ଦେଇ ପାରି ନଥିଲେ ଇଂରାଜ ରାଜତ୍ୱରେ ଭାରତର ବଡ଼ଲାଟ ଲାର୍ଡ଼ ବିଲିୟାମ୍ ବେଣ୍ଟିକ୍ ବଙ୍ଗୀୟ ସମାଜସଂସ୍କାରକ ରାଜା ରାମମୋହନ ରାୟଙ୍କ ସାହାଯ୍ୟରେ (ଅନେକ ରକ୍ଷଣଶୀଳ ହିନ୍ଦୁଙ୍କ ଆପତ୍ତି ସତ୍ୱେ) ଏ ପ୍ରଥା ରହିତ କରି ୧୮୧୯: ସାଲରେ ଗୋଟିଏ ଆଇନ୍ ପ୍ରଣୟନ କଲେ ଓ ତହିଁରେ ଏପରି ବିଧାନ କଲେ ଯେ, ଯେଉଁ ବ୍ୟକ୍ତିମାନ ସତୀଦାହ କାର୍ଯ୍ୟରେ ସାହାଯ୍ୟ କରିବେ ସେମାନେ ନରହତ୍ୟା ଅପରାଧରେ ଦଣ୍ଡିତ ହେବେ ସେହି ସମୟରୁ ଭାରତରୁ ସତୀଦାହ ପ୍ରଥା ଉଠି ଯାଇଅଛି

ସତୀ ଦାହ ଦୁଇପ୍ରକାର ===

୧. ସହମରଣ—ପତୀଙ୍କ ମୃତ୍ୟୁ ସଙ୍ଗେ ସ୍ତ୍ରୀ ପତିଙ୍କ ଚିତାରେ ଆରୋହଣ କରି ପତିଙ୍କ ଶବକୁ ଆଲିଙ୍ଗନ କରି ଚିତାନଳରେ ଦଗ୍ଧ ହେଉଥିଲେ
୨. ଅନୁମରଣ—ପତିଙ୍କର ଦୂରଦେଶରେ ମୃତ୍ୟୁ ହେଲେ ବା ପତିଙ୍କ ଶବ ନ ମିଳିଲେ କିମ୍ୱା ପତିଙ୍କ ମୃତ୍ୟୁ କାଳରେ ସ୍ତ୍ରୀ ଗର୍ଭବତୀ ଥିଲେ (ଗର୍ଭରୁ ମୁକ୍ତା ହେଲେ) ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ୱାମୀଙ୍କର ବ୍ୟବହୃତ କୌଣସି ବସ୍ତୁକୁ ବା ପଳାଶ ପତ୍ରାଦି ରଚିତ ସ୍ୱାମୀଙ୍କ କଳ୍ପିତ ମୂର୍ତ୍ତିକୁ ସନ୍ତକରୂପେ ଧାରଣ କରି ବିଧବା ସ୍ୱତନ୍ତ୍ର ଚିତାରେ ଆରୋହଣ କରୁଥିଲେ]