Jump to content

ସତୀ ପୀଠ

ଉଇକିଅଭିଧାନ‌ରୁ

ସତୀ ପୀଠ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନାମ)

[ସମ୍ପାଦନା]
୧. ବିରଜା କ୍ଷେତ୍ର; ଯାଜପୁରର ଏକ ନାମ —୧. A name of J̄ajapura (which is one of the places where parts of the body of Satī fell).

[ଦ୍ରଷ୍ଟବ୍ୟ —କଥିତ ଅଛି— ମହାଦେବଙ୍କ ସ୍ତ୍ରୀ ସତୀଙ୍କ ଶବ ସୁଦର୍ଶନ ଚକ୍ରଦ୍ୱାରା ୫୧: ଖଣ୍ଡ ହୋଇ, ଭାରତବର୍ଷର ବିଭିନ୍ନ ସ୍ଥାନମାନଙ୍କରେ ପଡ଼ିଥିଲା ଯେଉଁ ଖଣ୍ଡ ଚମ୍ପକ ବନରେ ପଡ଼ିଥିଲା ତାହା 'ବିରଜା' ନାମରେ ବିଦିତ ଓ ସେ ସ୍ଥାନ ସତୀପୀଠ ବା ବିରଜାକ୍ଷେତ୍ର ନାମରେ ପ୍ରସିଦ୍ଧି ଲାଭ କରିଥିଲା

ଶୈବ ପୁରାଣମତରେ—ଯାଜପୁର କାଳୀଙ୍କର ଏକ ପୀଠ ଶିବଙ୍କ ସ୍ତ୍ରୀ ସତୀଙ୍କ ମୃତ୍ୟୁରେ ଶିବ ବାତୁଳ ହୋଇ ପୃଥିବୀରେ ଚାରିଆଡ଼େ ବୁଲିଲେ ତାଙ୍କର ବାତୁଳତା ନାଶ କରିବା ପାଇଁ ବିଷ୍ଣୁ ନିଜର ସୁବିଖ୍ୟାତ ସୁଦର୍ଶନ ଚକ୍ରରେ ଉକ୍ତ ଶବକୁ ୫୧: ଖଣ୍ଡ କଲେ ଯେଉଁ ସବୁ ସ୍ଥାନରେ ଏହା ଖଣ୍ତ ଖଣ୍ଡ ହୋଇ ପଡ଼ିଲା, ସେ ସବୁ ସ୍ଥାନ ସତୀପୀଠ ନାମରେ ପରିଚିତ ହେଲା ବିରଜା ନାମରେ ସତୀଙ୍କର ଗୋଟିଏ ମନ୍ଦିର ଯାଜପୁରରେ ଅଛି ଯେଉଁ ସ୍ଥାନରେ ଏ ମନ୍ଦିର ବିଦ୍ୟମାନ, ସେଠାରେ ସତୀଙ୍କର ଶବରୁ ଖଣ୍ଡେ ପଡ଼ିଥିଲା ବୋଲି କଥିତ ଲେଖକ—ଚନ୍ଦ୍ରଶେଖର ଦାସ]

୨. ଯେଉଁ ଯେଉଁ ସ୍ଥାନରେ ସତୀଙ୍କ ଶବର ଅଂଶମାନ ପଡ଼ିଥିଲା (ପୀଠ ତଳେ ଟୀକା ଦେଖ) —୨. Places where parts of the corpse of Sati fell. (See note under Pīṭha)