ସତେଇଶି ହଜାରି
ଦେଖଣା
ସତେଇଶି ହଜାରି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସତେଇଶି ହଜାରି
|
ଦେଶଜ - ବିଶେଷଣ -
[ସମ୍ପାଦନା]ଅତି ଧନୀ (ବ୍ୟକ୍ତି); (ଯେ ନଗଦ ୨୭: ହଜାର ଟଙ୍କା ଗଣି ଦେଇ ପାରେ) —Very rich (man).
ଅନୁବାଦ
[ସମ୍ପାଦନା]ସତେଇଶି ହଜାରି
|
ବିଶେଷ୍ୟ -
[ସମ୍ପାଦନା]- ୧. ଅତି ଧନୀ ବ୍ୟକ୍ତି —୧. A very rich man.
- ୨. ପୁରୀ ରାଜାଙ୍କ ମାରଫତଦାରିରେ ଥିବା ଜଗନ୍ନାଥ ମହପ୍ରଭୁଙ୍କ ସେବା ପାଇଁ ଞ୍ଜା ପୁରୀଜିଲ୍ଲାର ଅବ— ସ୍ଥିତ ଜମିଦାରୀ —୨. Name of a Zamindary or estate in the Puri district which has been endowed for the worship of the Deity Jagannath of Puri.
[ଦ୍ରଷ୍ଟବ୍ୟ —ଏହାର ଆୟ ୨୭: ହଜାର ଟଙ୍କା ଥିବା ବିଷୟ ପୂର୍ବେ କସୋଟ କରାଯାଇଥିବାରୁ ଏହି ନାମ ହୋଇଅଛି ଏହାକୁ ପୂର୍ବେ ଇଂରାଜ ଗଭର୍ଣ୍ଣମେଣ୍ଟ ନିଜେ ହସ୍ତମୁଦି ବା ଖାସ୍ ତହସିଲ୍ ଅଧୀନ କରି ଏଥିର ଖଜଣା ଆଦାୟ କରି ପୁରୀର ରାଜାଙ୍କୁ ଜଗନ୍ନାଥଙ୍କ ସେବା ଖରଚ ପାଇଁ ୨୭: ହଜାର ଟଙ୍କା ନଗଦ ଦେଉଥିଲେ କିନ୍ତୁ ପରେ ଜମିଦାରକୁ ରାଜାଙ୍କୁ ଛାଡ଼ି ଦେଲେ ଓ ବର୍ତ୍ତମାନ ଜମିଦାରି ମାହାଲକୁ ପୁରୀ ରାଜା ନିଜେ ବୁଝୁଅଛନ୍ତି ଏହି ଜିମିଦାରିର ଗୋଟିଏ ବିଶେଷତ୍ୱ ଏହି ଯେ, ଏଥିର କେତେକ ଜମିର ଖଜଣାକୁ ରଇତ ଓ ମଧ୍ୟସତ୍ୱାଧିକାରୀମାନେ ବାଣ୍ଟି କରି ପୁରୀ ରାଜାଙ୍କୁ ଦିଅନ୍ତି ଓ କେତେକ ଅଂଶ ରାହାଙ୍ଗ ଜମିଦାରିର ଜମିଦାର ପାଇକପଡ଼ା ଷ୍ଟେଟ୍ର ମଲିକଙ୍କୁ ଦିଅନ୍ତି ଖଜଣାର ଯେଉଁ ଅଂଶକୁ ରଇତ ପୁରୀ ରାଜାଙ୍କୁ ଦିଏ ତାକୁ 'ସତେଇଶି ହଜାର' ଜମା ବୋଲାଯାଏ]