Jump to content

ସତ୍

ଉଇକିଅଭିଧାନ‌ରୁ

ସତ୍

ଉଚ୍ଚାରଣ

[ସମ୍ପାଦନା]
(ସତୀ—ସ୍ତ୍ରୀ) 

(ଅସତ୍—ବିପରୀତ)

  • (file)
  • (file)

ସଂସ୍କୃତ - ବିଣ—(ଅସ୍ ଧାତୁ=ହେବା+କର୍ତ୍ତୃ. ଅତ୍ (ଶତୃ); ସତ୍ ଶବ୍ଦ ପୁଂ. ୧ମା. ୧ବ.)—ସନ୍ ଓ ସ୍ତ୍ରୀ—ସତୀ;କ୍ଳୀବ ସତ୍)

[ସମ୍ପାଦନା]
୧. ବିଦ୍ୟମାନ; ବର୍ତ୍ତମାନ —୧. Existing; existent.
୨. ସତ୍ୟ — ୨. True.
୩. ପ୍ରକୃତ —୩. Actual; real.
୪. ସାଧୁ —୪. Honest; righteous.
୫. ଉତ୍ତମ — ୫. Good.
୬. ଉତ୍କୃଷ୍ଟ —୬. Excellent.
୭. ପ୍ରଶସ୍ତ —୭. Wide.
୮. ଧୀର —୮. Patient.
୯. ସୁନ୍ଦର; ଶୋଭନ —୯. Beautiful.
୧. ଚିର— ସ୍ଥାୟୀ —୧୦. Permanent.
୧୧. ମାନନୀୟ; ପୂଜ୍ୟ —୧୧. Venerable; honourable.
୧୨. ଜ୍ଞାନୀ; ବିଦ୍ୱାନ୍ —୧୨. Wise; learned.

ବିଶେଷ୍ୟ -

[ସମ୍ପାଦନା]

ବ୍ରହ୍ମା —God; the Divine Essence.

[ଦ୍ରଷ୍ଟବ୍ୟ —ସଂସ୍କୃତରେ 'ସତ୍' ଶବ୍ଦର ପୁଂଲିଙ୍ଗ ୧ମା. ଏକ ବଚନରେ 'ସନ୍' ଏ କ୍ଳୀବଲିଙ୍ଗରେ 'ସତ୍' ଓ ସ୍ତ୍ରୀଲିଙ୍ଗରେ 'ସତୀ' ହୁଏ ଅନ୍ୟପଦ ସଙ୍ଗେ ସମାସ ବା ସନ୍ଧି ହେଲେ 'ସତ୍' ରୂପ ରହେ, କିନ୍ତୁ ପୁଂଲିଙ୍ଗରେ ଏକାକୀ ବ୍ୟବହାର ହେଲେ ସଂସ୍କୃତରେ ସନ୍ ଓ ଭାଷାରେ ସତ୍ ବ୍ୟବହାର ହୁଏ ଯଥା—ସେ ଅତି ସତ୍ ଲୋକ ସତ୍ ଶବ୍ଦ ଦର୍ଶନଶାସ୍ତ୍ରର ଗୋଟିଏ ପାରିଭାଷିକ ଶବ୍ଦ ଯାହା ନିତ୍ୟ ବିଦ୍ୟମାନ, ଯାହାର କ୍ଷୟ କି ପରିବର୍ତ୍ତନ ଘଟେ ନାହିଁ ତାହା ସତ୍ ଏହି ଶବ୍ଦ ଇଂରାଜିରେ Being ବା Reality ଅର୍ଥସୂଚକ; ଅର୍ଥାତ୍ ଯାହା ଅସ୍ତିତ୍ୱଜ୍ଞାପନ (Existential), ଯାହା ପ୍ରତି ନାସ୍ତିତ୍ୱ ଅର୍ଥ କଦାପି ଆରୋପ କରାଯାଇ ନ ପାରେ ଶଙ୍କର—ବେଦାନ୍ତରେ ବ୍ରହ୍ମ ଏକା ସତ୍, ଅନ୍ୟ ସମସ୍ତ ଅସତ୍ ସଂସାର ପରିବର୍ତ୍ତନଶୀଳ ଏବଂ ଯାହା ପରିବର୍ତ୍ତନଶୀଳ ତାହା ଅସତ୍ (Non-being). 'ଓଁ' ତତ୍ ସତ୍'ରେ 'ସତ୍' ଶବ୍ଦ ଏହି ଅର୍ଥରେ ବ୍ୟବହୃତ ଏତଦ୍ୱ୍ୟତିତ 'ସତ୍'ର ଅନ୍ୟ ଗୋଟିଏ ଅର୍ଥ ମଧ୍ୟ ଅଛି ଏହି ଅର୍ଥରେ ସତ୍ ଇତ୍ତମତାସୂଚକ (=The good). 'ସାତ୍ତ୍ୱିକ' ଶବ୍ଦର ଉତ୍ପାଦନ 'ସତ୍' ଏହି ଅର୍ଥବୋଧକ ସାଧାରଣ ଭାଷାରେ ଏହି ଅର୍ଥର ପ୍ରୟୋଗ ବିଶେଷଭାବରେ ଦୃଷ୍ଟ ହୁଏ ଯଥା—ସତ୍ ଓ ଅସତ୍ ଲୋକ ଭଗବାନ୍ ସଚ୍ଚିଦାନନ୍ଦ; ଏବଂ ସଚ୍ଚିଦାନନ୍ଦ ଶବ୍ଦରେ ସତ୍ ଶବ୍ଦ ଉଭୟ ଅର୍ଥରେ ନିଆଯାଇ ପାରେ ସତ୍ (=all good) ଚିତ୍ (all knowing), ଆନନ୍ଦ (all happy) ଅଥବା ଭଗବାନ୍ ସତ୍ (= being), କାରଣ ସେ ନିତ୍ୟ, ଅନ୍ୟ ସମସ୍ତ ଅନିତ୍ୟ ଅତଏବ ଅଶତ୍—ସନ୍ଦର୍ଭ ଲେଖକ ପ୍ରୋଫେସର୍ ବିପିନ— ବିହାରୀ ରାୟ ଏମ୍. ଏ ]