Jump to content

ସତ୍ତା

ଉଇକିଅଭିଧାନ‌ରୁ

ସତ୍ତା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସତ୍+ଭାବେ. ତା)

[ସମ୍ପାଦନା]
୧. ବିଦ୍ୟମାନତା; ସ୍ଥିତି — ୧. Presence; existence; being.
୨. ଉତ୍ପତ୍ତି —୨. Birth; origin; production.
୩. ସାଧୁତା —୩. Honesty.
୪. ଉତ୍କର୍ଷ —୪. Excellence.

[ଦ୍ରଷ୍ଟବ୍ୟ —ଏହା ଦର୍ଶନଶାସ୍ତ୍ରର ପାରିଭାଷିକ ଶବ୍ଦ ଯାହା ପଦାର୍ଥର ସାର ବିଷୟ, ଯାହା ପଦାର୍ଥର ପଦାର୍ଥତ୍ୱ ନିର୍ଦ୍ଦେଶକ, ତାହା ଉକ୍ତ ପଦାର୍ଥର ସତ୍ତା ସତ୍ (ବା ସ୍ତିତି ବିଶିଷ୍ଟ) ପଦାର୍ଥ ମାତ୍ରେ ସତ୍ତାବିଶିଷ୍ଟ ଏବଂ ଏକ ପଦାର୍ଥର ସତ୍ତା ଅନ୍ୟ ପଦାର୍ଥର ସତ୍ତାଠାରୁ ଭିନ୍ନ ବେଦାନ୍ତ ମତରେ ବ୍ରହ୍ମ ଏକ ବ୍ରହ୍ମାଣ୍ଡର ସତ୍ତା ଜୀବାତ୍ମା (Humans Soul) ଏବଂ ପରମାତ୍ମା (World Soul) ଏକ ସତ୍ତାବିଶଷ୍ଟ ଜାଗତିକ ପରିବର୍ତ୍ତନ ମାୟା ଅଟେ ଯଦି ମାୟାବାଦ ସ୍ୱୀକୃତ ନ ହୁଏ, ଅର୍ଥାତ୍ ସାଂସରିକ ପରିବର୍ତ୍ତନ ସତ୍ୟତା ଗୃହୀତ ହୁଏ, ତେବେ ମଧ୍ୟ ସତ୍ତାର ଏକତ୍ୱ ସଂସ୍ଥିତ ରହେ ଏହି ଅର୍ଥରେ ସାରା ଜାଗତିକ ପରିବର୍ତ୍ତନ (evolution) ଏକ ସତ୍ତାର ବିକାଶ =ଭେଦ ମାତ୍ର ସାଂଖ୍ୟ ମତରେ ଜଗତ୍ ପ୍ରକୃତି (=body) ଏବଂ ପୁରୁଷ (=soul), ଏହିରୂପ ଦୁଇ ସତ୍ତାଯୁକ୍ତ ବୈଶେଷିକ ଦର୍ଶନରେ ଜଗତ୍ ପରମାଣୁରୁ ସୃଷ୍ଟି ପରମାଣୁ ଅନେକ ଏବଂ ବିଭିନ୍ନ ଏଣୁ ସତ୍ତା ଘେନି ଏକ ପଦାର୍ଥ ଅନ୍ୟଠାରୁ ଭିନ୍ନ—ସନ୍ଦର୍ଭ ଲେଖକ, ପ୍ରୋଫେ ସର ବିପିନବିହାରୀ ରାୟ ଏମ. ଏ.]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପତ୍ତା; ଚିହ୍ନ —Trace; indication.

(ଯଥା— ସେ ମୋତେ ଅମୁକ ବିଷୟରେ ସତ୍ତା ଦେଖାଇଲା ନାହିଁ)