ସତ୍ରିଜାତକ
ଦେଖଣା
ସତ୍ରିଜାତକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ; ସ=ସହିତ+ତ୍ରିଜାତକ=ଡାଳ— ଚିନି, ଅଳାଇଚ ଓ ତେଜପତ୍ର)
[ସମ୍ପାଦନା]ମାଂସ ତର— କାରୀବିଶେଷ —A kind of meat-curry.
[ଦ୍ରଷ୍ଟବ୍ୟ —ମାଂସକୁ ବହୁପରିମିତ ଘୃତରେ ଭାଜିବା ଅବସ୍ଥାରେ ତହିଁ ଉପରେ ମୁହୁର୍ମୁହୁ ପାଣି ଛିଞ୍ଚୁଥିବା ଓ ତହିଁରେ ଜୀରା ଆଦି ମସଲାର ଗୁଣ୍ଡା ଛିଞ୍ଚୁଥିବ ଏପରି ଭାବରେ ସନ୍ତୁଳା ହୋଇଥିବା ଶୁଖିଲା ମାଂସକୁ "ପରିଶୁଷ୍କ" କହନ୍ତି ଏହିପରି ଶୁଷ୍କ ମାଂସକୁ ଘୃତ ଓ ତତ୍ରରେ ବଘାରି ତ୍ରିଜାତକ (ଡାଳଚିନି, ଅଳାଇଚ ଓ ତେଜପତ୍ର) ମିଶାଇ ତିଆରି କରାଯାଏ ତରକାରୀର ନାମ ସତ୍ରି ଜାତକ—ଶବ୍ଦଚନ୍ଦ୍ରିକା]