ସତ୍ୟନାରାୟଣ ପୂଜା

ଉଇକିଅଭିଧାନ‌ରୁ

ସତ୍ୟନାରାୟଣ ପୂଜା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ସ୍କନ୍ଦ ପୁରାଣାନ୍ତର୍ଗତ ରେବା ଖଣ୍ଡର ୪ର୍ଥ ଅଧ୍ୟାୟରେ ବର୍ଣ୍ଣିତ ସତ୍ୟନାରାୟଣ ବା ସତ୍ୟଦେବ ବା ବିଷ୍ଣୁଙ୍କର ପୂଜା —୧. The worship of Satyanārāyaṇa of Bishṇu according to the instructions given in the Skandapurāṇa.

[ଦ୍ରଷ୍ଟବ୍ୟ —ଏଥିରେ ପାଚିଲା କଦଳୀକୁ ସମପରିମିତ ବା କିଛି ଦୁଧ, ଘିଅ ଓ ଗୁଡ଼ ବା କନ୍ଦ ସଙ୍ଗେ ଚକଟି ତହିଁରେ ଗହମ ଚୂନା ବା ଚାଉଳ ଚୂନା ମିଶାଇ ଓ ମସଲାଗୁଣ୍ଡ ଦେଇ ପ୍ରସ୍ତୁତ କରାଯିବା 'ଚକଟା' ବା 'କଦଳୀ ଚକଟା' ବା ଅମୃତକୁଣ୍ଡ ଭୋଗ ଦିଆଯାଏ ଗୋଟିଏ ପୀଠ ଉପରେ ଆସନ ପକାଇ ଶାସ୍ତ୍ର ବିଧିମତେ ସ୍ୱସ୍ତିବାଚନ ଓ ସଙ୍କଳ୍ପ ଓ ଆବାହନାଦିପୂର୍ବକ ସେଥିରେ ଚାରି କୋଣରେ କଳ୍ପିତ ଚାରି ଦେବତା (ଗଣେଷ, ଶିବ, ଦୁର୍ଗା ଓ ସୂର୍ଯ୍ୟ)ଙ୍କୁ ସ୍ଥାପନକରି କେନ୍ଦ୍ରରେ 'ସତ୍ୟନାରାୟଣ'ଙ୍କୁ (ଶାଳଗ୍ରାମଶୀଳା ରଖି କିମ୍ୱା ପୁଷ୍ପାଦି ସ୍ଥାପନ କରି ବିଷ୍ଣୁଙ୍କୁ କଳ୍ପନା କରି) ଅର୍ଚ୍ଚନା କରି ଉକ୍ତ କଦଳୀ ଚକଟାକୁ ବିଷ୍ଣୁ ମନ୍ତ୍ରରେ ନୈବେଦ୍ୟ କରାଯାଏ ତତ୍ପରେ ଆପଣାର ଗ୍ରାମବାସୀ ଓ ବନ୍ଧୁ କୁଟୁମ୍ୱଙ୍କୁ ନିମନ୍ତ୍ରଣ କରି ପୁରାଣୋକ୍ତ ସତ୍ୟନାରାଣଙ୍କ କଥା ଶୁଣାଇବାକୁ ହୁଏ; ନାରାୟଣଙ୍କ ସ୍ତବ ପାଠ କରି ମନୋବାଞ୍ଛା ସିଦ୍ଧ୍ୟର୍ଥ ପ୍ରାର୍ଥନା କରାଯାଏ ଓ ପୂଜକଙ୍କୁ ଦକ୍ଷିଣାଦ୍ୱାରା ସନ୍ତୁଷ୍ଟ କରି ନିମନ୍ତ୍ରିତ ବ୍ୟକ୍ତି— ମାନଙ୍କ ସଙ୍ଗେ ଓ ସ୍ୱପରିବାରର ବ୍ୟକ୍ତିମାନଙ୍କ ସଙ୍ଗେ ଉକ୍ତ ପ୍ରସାଦ ସେବା କରିବାକୁ ହୁଏ ପୋଥି ଧରି ଉକ୍ତ 'କଥା' ବୋଲାଗଲେ ତାକୁ ପୋଥିପୂଜା ବୋଲାଯାଏ ପଞ୍ଚଦେବତା ସ୍ଥାପିତ ହୋଇଥିବା ପୀଠର ବା ପୀଢ଼ାର ଚାରି କୋଣରେ ୪ ଖଣ୍ଡ ମୟୁରଚନ୍ଦ୍ରିକାଯୁକ୍ତ 'କାଣ୍ଡସର' କାଣ୍ଡ ପୋତା ଯାଇ ତା ଉପରେ ଫୁଲର ବା ଲୁଗାର ଚାନ୍ଦୁଆ ଟଣା ଯାଏ ଏହାହିଁ ପୁରାଣୋକ୍ତ ସତ୍ୟନାରାୟଣ ପୂଜା ପଦ୍ଧତି ଉକ୍ତ ପୁରାଣରେ ଏହି ବ୍ରତର ନିୟମ ଓ ପାଳନ ବିଧି ମଧ୍ୟ ଲେଖାଅଛି, ଯଥା—'ନିଶାମୁଖରେ ଅର୍ଥାତ୍ ସନ୍ଧ୍ୟାବେଳେ ଏ ପୂଜା କରିବ କଦଳୀ ଚକଟାକୁ ନିବେଦନ କରି ବ୍ରାହ୍ମଣଙ୍କୁ ଦକ୍ଷିଣା ଦେଇ, ବନ୍ଧୁବାନ୍ଧବଙ୍କ ସହିତ ସତ୍ୟ୍ୟ— ନାରାୟଣ କଥା ଶୁଣି ଉକ୍ତପ୍ରସାଦ ସମସ୍ତେ ସେବନ କରିବେ; ତତ୍ପରେ 'ନୃତ୍ୟଗୀତାଦି' କରିବେ ଏହି ନୃତ୍ୟଗୀତାଦିରୁ, ଆଧୁନିକ 'ଠିଆପାଲା'ର ସୂତ୍ରପାତ ହୋଇଥିବା ବୋଧ— ହୁଏ ଆଧୁନିକ 'ପାଲା'ରେ ପୁରୋହିତ ପୁରାଣୋକ୍ତ ବିଧିରେ ପୂଜା କରି ସାରିବା ପରେ ଲୋକ ମୁଖରେ 'ପୂଜା' ନାମରେ ଆଖ୍ୟାତ 'ସତ୍ୟପୀର ପାଲା' ପୁସ୍ତକର ସାହାଯ୍ୟରେ (ପୋଥିପୂଜା) ଗୀତ ବୋଲାଯାଏ ବା ନାଟ, ଗୀତ ଓ ବାଦ୍ୟଦ୍ୱାରା (ଠିଆପୂଜା) ଅଭିନୀତ ହୁଏ]

୨. ବଙ୍ଗ— ଦେଶରୁ ଉତ୍କଳକୁ ଆନୀତ 'କବିକର୍ଣ୍ଣ' ରଚିତ ବଙ୍ଗଳା ଭାଷାର ପାଞ୍ଚାଳୀ ଛନ୍ଦର (୧୪: ଅକ୍ଷରିଆ) (ଯଥା— ଶୁନ ଶୁନ ସର୍ବଜନ କରି ନିବେଦନ କାଠୁରିଆ ପାଲା ଆମି କରିବ ଗାୟନ) ୧୬: ଗୋଟି ଭିନ୍ନ ଭିନ୍ନ ଗଳ୍ପ ବର୍ଣ୍ଣନାତ୍ମକ ୧୬:ଟି ପୃଥକ୍ ନାମରେ ଆଖ୍ୟାତ ପାଲା ମଧ୍ୟରୁ ନିର୍ଦ୍ଧାରିତ ଗୋଟିଏ ଚରିତର ଗୀତକୁ ପୁସ୍ତକ ସାହାଯ୍ୟରେ କିମ୍ୱା ନୃତ୍ୟ— ବାଦ୍ୟାଦି ସାହାଯ୍ୟରେ ବୋଲାଯିବାରୂପ କ୍ରିୟା — ୨. The performance of dancing and singing (accompanied with drum and cymbals by a party of choristers) in chorus, of one of the ୧୬ stories relating to the prowess of the Deity Satyanārāyaṇas.

[ଦ୍ରଷ୍ଟବ୍ୟ —ପୁରାଣୋକ୍ତ 'ସତ୍ୟ— ନାରାୟଣ ପୂଜା' ଭାରତର ଉତ୍ତର ପଶ୍ଚିମାଞ୍ଚଳ, ମଧ୍ୟପ୍ରଦେଶ, ଗୁଜରାଟ, ବମ୍ୱେ ଓ ଦାକ୍ଷିଣାତ୍ୟରେ ଅନୁଷ୍ଠିତ ହୁଏ କିନ୍ତୁ ସତ୍ୟନାରାୟଣ ପାଲା କେବଳ ବଙ୍ଗଦେଶରେ ଓ ବଙ୍ଗ— ଦେଶରୁ ଅଣାଯାଇ ଓଡ଼ିଶାରେ ଦେଖାଯାଏ ସ୍କନ୍ଦ ପୁରାଣରେ ଥିବା ୪ଟି ଉପାଖ୍ୟାନ ଛଡ଼ା ଅନ୍ୟ କେତେ— ଗୁଡ଼ିଏ ଗଳ୍ପକୁ ମିଶାଇ ବଙ୍ଗର 'କବିକର୍ଣ୍ଣ' ୧୪: ଅକ୍ଷରିଆ ଛନ୍ଦ (ଯେଉଁ ଛନ୍ଦରେ ଓଡ଼ିଆ ନୃସିଂହ ପୁରାଣ, ଶାରଳା ମହାଭାରତ ଆଦି ରଚିତ ତହିଁ)ରେ ୧୬:ଟି ପଦ୍ୟ ରଚନା କରିଥିଲେ ସେହି ଗୁଡ଼ିକର ପ୍ରତ୍ୟେକର ଗୋଟିଏ ଗୋଟିଏ ନାମ ଅଛି ଲୋକେ ମନୋବାଞ୍ଛା ସିଦ୍ଧ ହେବାର କାମନା କରି 'ପୂଜା' କରନ୍ତି, କିମ୍ୱା ମନୋବାଞ୍ଛା ସିଦ୍ଧ ହେଲେ ୧ଥର ବା ୪ଥର ବା ୮ଥର ବା୧୬: ଥର ପୂଜା କରିବେ ବୋଲି ଯାଚନ୍ତି ବା ମନାସନ୍ତି ଏହି ପୂଜାରେ ଦେଖାଯାଏ ଯେ, ପ୍ରତିବେଶୀ ମୁସଲମାନମାନଙ୍କୁ ହିନ୍ଦୁଧର୍ମାବଲମ୍ୱୀଙ୍କର ମୁସଲମାନଙ୍କ ଧର୍ମ ପ୍ରତି ଆସ୍ଥା ଥିବା ବିଷୟ ଦେଖାଇବା ପାଇଁ 'ସତ୍ୟନାରାୟଣ'ଙ୍କୁ 'ସତ୍ୟପୀର', ପୂଜାକୁ 'ପାଲା', 'ନୈବେଦ୍ୟ'କୁ 'ଶିରନୀ' ରୂପେ ଅଖ୍ୟାତ କରାଯାଇଅଛି ସତ୍ୟପୀରଙ୍କୁ ମୁସଲମାନଙ୍କ ଭାଷାରେ 'ସଉଆସେର୍ 'ଶିରନୀ', 'ସଉଆମହଣ ଶିରନୀ', 'ସଉଆସହ କେଳ' ଯଚାଯାଏ ପୁରାଣବର୍ଣ୍ଣିତ 'ଅମୃତକୁଣ୍ଡ ବା କଦଳୀ— ଚକଟାକୁ' 'କଚ୍ଚୀ ଶିରନୀ' ନାମ ଦେଇ ସୁମଲମାନଙ୍କ ପ୍ରିୟ ଗହମ ଅଟାର ତିଆରି ବୁନ୍ଦିଆ ଓ ମିଠାଇକୁ 'ପକ୍କୀଶିରନୀ' ନାମ ଦେଇ 'ସତ୍ୟପୀର'ଙ୍କଠାରେ ପୂଜା କରାଯାଏ ପୁରଣରେ ସତ୍ୟନାରାୟଣ ଦେବ 'ବୁଦ୍ଧବ୍ରାହ୍ମଣ' ବା ବୃଦ୍ଧଦଣ୍ଡୀ ବେଶରେ ମନୁଷ୍ୟମାନଙ୍କୁ ଦେଖା ଦେଇଥିଲେ କବିକର୍ଣ୍ଣ ରଚିତ ପାଲାରେ ସତ୍ୟନାରାୟଣ ଦେବ 'ବୁଢ଼ା ଫକୀର' ବେଶରେ ଦେଖା ଦେଇଥିବା ବର୍ଣ୍ଣିତ ଅଛି ପୀଢ଼ା ଉପରେ ଆବାହନ କରି ସ୍ଥାପିତ ହୋଇଥିବା ପଞ୍ଚ— ଦେବତାଙ୍କ ମଧ୍ୟରୁ କେନ୍ଦ୍ରସ୍ଥ ସତ୍ୟନାରାୟଣ ବା ସତ୍ୟପୀରଙ୍କ

ନିମନ୍ତେ ଅଭିପ୍ରେତ ନୈବେଦ୍ୟ ଗୋଟିଏ ବଡ଼ ପାତ୍ରରେ ରଖାଯାଇଥାଏ ଓ ଅନ୍ୟ ୪ ଦେବତାଙ୍କ ପ୍ରତ୍ୟେକଙ୍କ ନିକଟରେ ପାନ, ଗୁଆ ସହିତ ସାମାନ୍ୟ ପରିମାଣରେ ନୈବେଦ୍ୟ ବା ଗୋଟିଏ କଦଳୀ ପୃଥକ୍ ପୃଥକ୍ ରଖାଯାଏ ଉକ୍ତ ନୈବେଦ୍ୟକୁ 'ମୁକାମ୍' ବା 'ମୁକା' ବା 'ମୋକାମ୍' କହନ୍ତି (ଫା, ମକାନ୍=ବାସସ୍ଥାନ) 

ଶାସ୍ତ୍ରୋକ୍ତ ବିଧିଦ୍ୱାରା ସତ୍ୟନାରାୟଣଙ୍କ ପୂଜା ଶେଷ କରି ବଙ୍ଗଳାଭାଷାରେ ରଚିତ 'ପୂଜା' ବା ପାଲାଗୀତ ଆରମ୍ଭ କରାଯାଏ

ସତ୍ୟନାରାୟଣଙ୍କ ପୂଜାବିଧି ଉକ୍ତ ପୁରାଣରେ ଅଛି ଓ ସତ୍ୟନାରାୟଣ କଥାଶ୍ରବଣ ଓ ନୃତ୍ୟଗୀତାଦି କରିବା କଥା ଉଲ୍ଲେଖ ଅଛି; ଅଧୁନା ଆରଚିତ 'ପାଲା'ର କଥାମାନ ପୁରାଣରେ ମିଳେ ନାହିଁ ଏହି ପୂଜାକୁ ଯେ କୌଣସି ଦିନ 'ନିଶାମୁଖ'ରେ ଅର୍ଥାତ୍ ରାତ୍ରିର ପ୍ରଥମ ପ୍ରହରରେ କରିବାର ବିଧି ଅଛି ସତ୍ୟନାରାୟଣ ଦେବଙ୍କୁ ନୈବେଦ୍ୟ ଅର୍ପଣ କରାଇ, ପୂଜକକୁ ଦକ୍ଷିଣା ଦେଇ, ବନ୍ଧୁବାନ୍ଧବମାନଙ୍କୁ ନିମନ୍ତ୍ରଣ କରି ସତ୍ୟନାରାୟଣଙ୍କ କଥା ଶୁଣି, ସେମାନଙ୍କ ସଙ୍ଗେ (ସମପାଦ ପକ୍ୱରମ୍ୱା, ଦୁଧ, ଘୃତ ଶର୍କରା ଓ ଗୋଧୂମଚୂର୍ଣ୍ଣ—ଅଭାବେ ଶାଳି ତଣ୍ଡୁଳଚୂର୍ଣ୍ଣ ମିଶ୍ରଣଦ୍ୱାରା ପ୍ରସ୍ତୁତ ଓ ସତ୍ୟନାରାୟଣଙ୍କୁ ନିବେଦିତ) ଉକ୍ତ ପ୍ରସାଦ ସେବନ କରି ନୃତ୍ୟଗୀତାଦି କରିବ ଏହା କଲେ ବାଞ୍ଛାସିଦ୍ଧି ହୁଏ କଳିଯୁଗରେ ଏହା ଛଡ଼ା ମୋକ୍ଷଲାଭର ପ୍ରକୃଷ୍ଟତର ଉପାୟ ନାହିଁ ଆମ ଦେଶରେ ସାଧାରଣତଃ ଶିଶୁର ଏକୋଇଶିଆକୁ 'ସତ୍ୟନାରାୟଣ ପୂଜା' କରାଯାଏ ଅକ୍ଷମ ବ୍ୟକ୍ତି ପୋଥି ପୂଜା କରେ ଓ କ୍ଷମ ବ୍ୟକ୍ତି 'ଠିଆଁପୂଜା', 'ଜାଉଁଳିପୂଜା' 'ବାଦୀପୂଜା' ଆଦି କରନ୍ତି ଯେଉଁମାନେ ଏକାଧିକ ପୂଜା ଯାଚି ଥାଆନ୍ତି, ସେମାନେ ପ୍ରତି ବର୍ଷର ପିଲାର ଜନ୍ମଦିନ ଗୋଟିଏ ଲେଖାଏଁ ପୂଜା କରି ମାନସିକ ଅନୁସାରେ ୪, ୮ ବା ୧୬: ପାଲା ଶେଷ କରନ୍ତି)