ସତ୍ୟନାରାୟଣ ବ୍ରତ
ସତ୍ୟନାରାୟଣ ବ୍ରତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ମନୋବାଞ୍ଛାସିଦ୍ଧି ହେବା ପାଇଁ ଅନୁଷ୍ଠିତ ସତ୍ୟନାରାୟଣଙ୍କ ପୂଜା କିମ୍ୱା ବାଞ୍ଛାସିଦ୍ଧି ହେଲେ ସତ୍ୟନାରାୟଣ ପୂଜା କରିବା ପାଇଁ ମନୁଷ୍ୟ ଯେଉଁ ସଙ୍କଳ୍ପ (ମାନସିକ) କରିଥାଏ, ବାଞ୍ଛାସିଦ୍ଧି ଉତ୍ତାରେ ଉକ୍ତ ପୂଜା କରିବା ଓ ବନ୍ଧୁ କୁଟୁମ୍ୱ ସହିତ ସତ୍ୟନାରାୟଣ କଥା ଶୁଣିବା ଓ ପ୍ରସାଦ ସେବନ କରିବାରୂପ ବ୍ରତ —The vow or promise for the worship of Satyanārāyaṇa and the carrying out of the same vow.
[ଦ୍ରଷ୍ଟବ୍ୟ — ସ୍କନ୍ଦ ପୁରାଣରେ ଲେଖାଅଛି ଯେ, ଯେ କେଉଁଣସି ଦିନ ଓ ବିଶେଷତଃ ସଂକ୍ରାନ୍ତି ପୂର୍ଣ୍ଣମୀ ଆଦି ପୁଣ୍ୟ ଦିବସରେ 'ନିଶାମୁଖ'ରେ ବା ରାତ୍ରିର ପ୍ରଥମ ପ୍ରହରରେ ଏ ପୂଜା କରିବ ଏବଂ କଳିଯୁଗରେ ଯେଉଁ ବ୍ୟକ୍ତି ଏ ବ୍ରତ କରିବ, ତାହାର ସର୍ବ ବାଧା ପ୍ରଶମନ, ସର୍ବ କାମ ସିଦ୍ଧି, ଇହଲୋକରେ ବିଭବ ଓ ପରଲୋକରେ ବୈକୁଣ୍ଠ ପ୍ରାପ୍ତି ହେବ ବଚନ ଯଥା— ଧନଧାନ୍ୟାଦିକଂ ତସ୍ୟ ଭବେତ୍ ସତ୍ୟ ପ୍ରସାଦତଃ, ଦରିଦ୍ରୋ ଲଭତେ ବିତ୍ତଂ ବଦ୍ଧୋମୁଚ୍ୟେତ ବନ୍ଧନାତ୍ ଭୀତୋଭୟାତ୍ ପ୍ରମୁଚ୍ୟେତ ସତ୍ୟମେତତ୍ ନସଂଶୟଃ ଈପ୍ସିତଂଚ ଫଳଂ ଭୁକ୍ତ୍ୱାଚାନ୍ତେ ସତ୍ୟପୁରଂ ବ୍ରଜେତ୍ ଓ ଏବଂ କୃତେ ମନୁଷ୍ୟାଣାଂ ବାଞ୍ଛାସିଦ୍ଧି ଭବେତ୍ ଧ୍ରୁବଂ ବିଶେଷତଃ କଳିଯୁଗେ ନାନ୍ୟୋପାୟୋଽସ୍ତି ଭୂତଳେ— ସ୍କନ୍ଦପୁରାଣ ରେବାଖଣ୍ଡ, ୪ର୍ଥ ଓ ୧ମ ଅଧ୍ୟାୟ]