ସତ୍ୟବାଦୀ

ଉଇକିଅଭିଧାନ‌ରୁ

ସତ୍ୟବାଦୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସତ୍ୟବାଦିନୀ—ସ୍ତ୍ରୀ)
  • (file)
  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ସତ୍ୟବାଦିନ୍ ଶବ୍ଦ; ସତ୍ୟ+ବଦ୍. ଧାତୁ+ କର୍ତ୍ତୃ. ଇନ୍)[ସମ୍ପାଦନା]

ସତ୍ୟଭାଷୀ; ଯଏ ସତ୍ୟ କହେ — Truthful; speaking the truth

ବିଶେଷ୍ୟ -[ସମ୍ପାଦନା]

୧. ମୁନି —୧. Sage.
୨. ବାୟସ; କାକ — ୨. Crow.

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -[ସମ୍ପାଦନା]

୧. ଲୋକଙ୍କୁ ଦିଆଯିବା ନାମ —୧. A name given to males.
୨. ପୁରୀ ଜିଲ୍ଲା ଅନ୍ତର୍ଗତ ରାହାଙ୍ଗ ପ୍ରଗନ୍ନାର ସୁପ୍ରସିଦ୍ଧ ଗ୍ରାମ — ୨. Name of a village in Puri district.

[ଦ୍ରଷ୍ଟବ୍ୟ —ଏହା ପୁରୀଠାରୁ କଟକ ଆଡ଼କୁ ଆସିଥିବା ଜଗନ୍ନାଥ ସଡ଼କର ନିକଟରେ ପୁରୀଠାରୁ ୧ ମାଇଲ ଦୂରବର୍ତ୍ତୀ ଜୟପୁର ନାମକ ଗ୍ରାମର ଅଧମାଇଲ ପଶ୍ଚିମରେ ଅବସ୍ଥିତ ଏଠାରେ ଶ୍ରୀ ଗୋପୀନାଥ ବା ସାକ୍ଷୀଗୋପାଳ ନାମକ ଶ୍ରୀକୃଷ୍ଣବିଗ୍ରହଙ୍କ ମନ୍ଦିର ଅଛି ଏଥିପାଇଁ ଏ ସ୍ଥାନର ନାମ ମଧ୍ୟ ସାକ୍ଷୀଗୋପାଳ ହୋଇଅଛି ଓ ଏହି ଗ୍ରାମର ପ୍ରସିଦ୍ଧି ଯୋଗୁଁ ଜୟପୁର ମୌଜାରେ ଅବସ୍ଥିତ ଡାକ୍ତରଖାନା, ଡାକଘର, ଥାନା ଆଦି ପୂର୍ବରୁ ସତ୍ୟବାଦୀ ଶବ୍ଦ ଲଗାଇ କୁହାଯାଏ ଏଠାରେ ଦେବତା 'ସାକ୍ଷୀଗୋପାଳ'ଙ୍କୁ 'ସତ୍ୟବାଦୀ ଗୋପୀନାଥ' ଓ 'ଗୋପାଳଜୀଉ' ବା 'ଗୋପାଳଜୀ' ବୋଲି ଲୋକେ ଡାକନ୍ତି ଏହି ବିଗ୍ରହଙ୍କୁ ପୁରୁଷୋତ୍ତମଦେବ କାଞ୍ଚିବିଜୟ କରି ସେଠାରୁ ଆଣି କଟକରେ ରଖିଥିଲେ ଓ ଶ୍ରୀଚୈତନ୍ୟଦେବ ଏହାଙ୍କୁ କଟକଠାରେ ଦେଖିଥିଲେ ତତ୍ପରେ କେତେକ ଦିନ ଏ ବିଗ୍ରହ ପୁରୀଜିଲ୍ଲାର ରଥିପୁର ଓ କନ୍ତଳବାଇରେ ରଖାଯାଇଥିଲେ ଓ ସେଠାରେ ମଧ୍ୟ ଏ ପର୍ଯ୍ୟନ୍ତ ଉକ୍ତ ଠାକୁରଙ୍କର ତୁଚ୍ଛା ଓ ଭଙ୍ଗା ଦେଉଳମାନ ଅଛି ଏହାଙ୍କର ବର୍ତ୍ତମାନ ମନ୍ଦିର ସତ୍ୟବାଦୀଠାରେ ଏକ ପ୍ରକାଣ୍ଡ (୯ ବାଟି ୯ ମାଣ ୯ ଗୁଣ୍ଠ ୯ ବିଶ୍ୱା ଜମିରେ ଥିବା) ବକୁଳ ଉପବନ ମଧ୍ୟରେ ଆଜକୁ ଅନ୍ଦାଜ ୧୫: ବର୍ଷ ହେବ ନିର୍ମିତ ହୋଇଅଛି ପୂର୍ବେ ଏ ମନ୍ଦିରର ଚତୁଃପାର୍ଶ୍ୱରେ ଗୃହ ଓ ବସତି ଆଦି ନ ଥିଲା ଏପରି କି ଏହାଙ୍କ ସେବକମାନଙ୍କ ବସତି ଦେଉଳଠାରୁ ଅଧମାଇଲ୍ ଦୂରରେ ଅବସ୍ଥିତ ଏ ଦେବତାଙ୍କ ସେବା ନିମନ୍ତେ ଓ ସେବକଙ୍କ ଜାଗିରି ନିମନ୍ତେ ଓଡ଼ିଶାର ରାଜାମାନେ ଅନେକ ଭୂସମ୍ପତ୍ତି ଖଞ୍ଜି ଯାଇଅଛନ୍ତି ଓ ପୂର୍ବେ ଏହାର ତତ୍ତ୍ୱାବଧାରଣର ଭାର ଜଣେ ରାଜ— ବିରାଦର (ରାଏ ସାହେବ)ଙ୍କ ଉପରେ ଥିଲା, କିନ୍ତୁ ସେ ମନ୍ଦିରର କାର୍ଯ୍ୟରେ ବିଶୃଙ୍ଖଳା ଦେଖାଇବାରୁ ଇଂରେଜ ଗଭର୍ଣ୍ଣମେଣ୍ଟ ଏ ମନ୍ଦିରର ପରିଚାଳନାର୍ଥ ୧୮୬୩: ସାଲର ୨ ଆଇନ୍ ଅନୁସାରେ ପ୍ରଥମେ ୩ ଜଣ ଓ ବର୍ତ୍ତମାନ ୫ ଜଣ ମେମ୍ୱର ସମ୍ୱଳିତ ଗୋଟିଏ ପରିଚାଳନ କମିଟି (Endowment Committee or Temple Committee) ମୂକରର କରିଅଛନ୍ତି ବର୍ତ୍ତମାନ ଉକ୍ତ ଖଞ୍ଜା ସମ୍ମତ୍ତିର ବାର୍ଷିକ ଆୟ ପ୍ରାୟ ୨ ହଜାର ଟଙ୍କା

ବର୍ତ୍ତମାନ ଏ ଦେଉଳରେ ଚାରିପାଖେ ଅନେକଗୁଡ଼ିଏ ଘର, ଦୋକାନ, ବଜାର, ମନ୍ଦିରଅଫିସ୍, ଧର୍ମାଶାଳା, ନିର୍ମିତ ହେବାରୁ ସ୍ଥାନଟି ବସତିପୂର୍ଣ୍ଣ ଓ ଜନତାମୟ

ହୋଇଅଛି ଦେଉଳର ପଶ୍ଚିମ ପାଖେ ବଉଳ ତୋଟା ମଧ୍ୟରେ କେତେଗୁଡ଼ିଏ ଦେଶକର୍ମୀ ଉଚ୍ଚଶିକ୍ଷିତ ବ୍ୟକ୍ତି ୧୫: ବର୍ଷ କାଳ ସରକାରୀ ସାହାଯ୍ୟକୁ ଅପେକ୍ଷା ନ କରି ଗୋଟିଏ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରି ସୁଖ୍ୟାତି ସହିତ ତାହା ପରିଚାଳନ କରିଥିଲେ, କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଭାରତର ନନ୍—କୋ—ଅପରେସନ୍ର ଢେଉଲାଗି ଏ ବିଦ୍ୟାଳୟଟି କିଛିଦିନ ପାଇଁ ଜାତୀୟ ବିଦ୍ୟାଳୟରେ ପରିଣତ ହୋଇ ପରେ ଧ୍ୱସ୍ତ ପ୍ରାୟ ହୋଇ ଯାଇଥିଲା; କିନ୍ତୁ ପରେ କେତେକ ଭଦ୍ର ବ୍ୟକ୍ତିଙ୍କ ଯତ୍ନରେ ଏବେ ଗୋଟିଏ ସରକାରୀ ସାହାଯ୍ୟପ୍ରାପ୍ତହାଇ ସ୍କୁଲରେ ଏହା ପରିଣତ ହୋଇଅଛି 

ଏହି ସ୍ଥାନଟି ପୁରୀ ଜିଲ୍ଲାବାସୀ ସ୍ୱର୍ଗୀୟ ଗୋପବନ୍ଧୁ ଦାଶ, ସ୍ୱର୍ଗୀୟ କୃପାସିନ୍ଧୁ ମିଶ୍ର, ପଣ୍ଡିତ ନୀଳକଣ୍ଠ ଦାଶ, ଆଚାର୍ଯ୍ୟ ହରିହର ଦାଶ, ପଣ୍ଡିତ ଗୋଦାବରୀଶ ମିଶ୍ର ଆଦି ଦେଶକର୍ମୀମାନଙ୍କର ଜାତୀୟ କର୍ମସାଧନାର କେନ୍ଦ୍ରସ୍ଥଳୀ ଥିଲା ଓ ଏଠାରେ ଗୋପବନ୍ଧୁଙ୍କ ପ୍ରଚାରିତ ସାପ୍ତାହିକ, ପରେ ଦୈନିକ, ସମ୍ୱାଦପତ୍ର ପତ୍ର 'ସମାଜ'ର ଜନ୍ମ ସ୍ଥାନଟି ପୁରୀ ଜିଲ୍ଲାର ରାହାଙ୍ଗ ବ୍ରାହ୍ମଣ ଶାସନମାନଙ୍କର ପ୍ରାୟ କେନ୍ଦ୍ରସ୍ଥଳରେ ଅବସ୍ଥିତ

ଏହାର ସନ୍ନିକଟବର୍ତ୍ତୀ ଶ୍ରୀରାମଚନ୍ଦ୍ରପୁର ଶାସନରେ ଅନେକ ଉଚ୍ଚଶିକ୍ଷିତ ବ୍ୟକ୍ତିଙ୍କର ବାସ ଓ ଗୋପାଳପୁର ପଟଣାରେ ଏ ଅଞ୍ଚଳର ପ୍ରସିଦ୍ଧ ଷଢ଼େଇବାଲିଆ ମହାଜନ 'ଓତା' ବଂଶର ଓ ନିକଟସ୍ଥ ଜୟପୁର ଗ୍ରାମରେ ସ୍ଥାନୀୟ ଅନ୍ୟ ମହାଜନ 'ଶତପଥୀ' ବଂଶଙ୍କ ବାସସ୍ଥାନ ଅଛି ସତ୍ୟବାଦୀରେ ଗୋଟିଏ ଦାତବ୍ୟ ଚିକିତ୍ସାଳୟ, ଥାନା, ପୋଷ୍ଟ ଓ ଟେଲିଗ୍ରାଫ୍ ଅଫିସ, ଡାକବଙ୍ଗଳା, ବେଙ୍ଗଲ ନାଗପୁର ରେଲବେର ପୁରୀ ଶାଖାର ଗୋଟିଏ ଷ୍ଟେସନ, ଇଉନିୟନ କମିଟି, କେତେ ମାରୁଆଡ଼ି ଓ ମେମନ୍ ମହାଜନଙ୍କ ଗୋଦାମ ଓ ରାହାଙ୍ଗର ଜମିଦାର ପାଇକପଡ଼ା ଷ୍ଟେଟର 'ଲାଲାବାବୁ'ଙ୍କ କଚିରି ଓ ଗୋଟିଏ ସୁରମ୍ୟ ଧର୍ମଶାଳା ଅଛି ଏହା ମଧ୍ୟ ନଡ଼ିଆ ବ୍ୟବସାୟର ଗୋଟିଏ ପ୍ରଧାନ କେନ୍ଦ୍ରସ୍ଥଳ ଓ ପ୍ରତିବର୍ଷ ଏଠାର ନଡ଼ିଆ— ମହାଜନମାନେ ବହୁ ଲକ୍ଷ ଟଙ୍କାର ନଡ଼ିଆ ବିଭିନ୍ନ ଦେଶକୁ ରେଳଦ୍ୱାରା ପଠାନ୍ତି