ସତ୍ୟଯୁଗ
ସତ୍ୟଯୁଗ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]କୃତଯୁଗ; ସୃଷ୍ଟିର ୪ଟି ଯୁଗ ମଧ୍ୟରୁ ପ୍ରଥମ ରୂପ — The first of the ୪ ages or cycles of the creation according to the Hindu mythology.
[ଦ୍ରଷ୍ଟବ୍ୟ —ଏ ଯୁଗର ପରିମାଣ ୧୭: ଲକ୍ଷ ୨୮ : ହଜାର ବର୍ଷ ମତାନ୍ତରରେ ୧ କୋଟି ୭ ଲକ୍ଷ ୨୮: ହଜାର ବର୍ଷ ସୃଷ୍ଟିର ପ୍ରଥମେ ସତ୍ୟଯୁଗ, ତତ୍ପରେ ତ୍ରେତା, ଦ୍ୱାପର ଓ ଶେଷରେ କଳିଯୁଗ, ଏହି କ୍ରମ ଅନୁସାରେ ଯୁଗମାନ ହୁଏ ବୈଶାଖ ଶୁକ୍ଳପକ୍ଷ ତୃତୀୟା (ଅକ୍ଷୟ ତୃତୀୟା) ଦିନ ସତ୍ୟଯୁଗର ଉତ୍ପତ୍ତି ଏହି ଯୁଗରେ ମତ୍ସ୍ୟ, କୂର୍ମ, ବରାହ ଓ ନୃସିଂହ ଏହି ୪ ଗୋଟି ଅବତାର; କୁରୁକ୍ଷେତ୍ର ତୀର୍ଥ; ମନୁଷ୍ୟମାନେ ସତ୍ୟପରାୟଣ ଓ ମଜ୍ଜାଗତ ପ୍ରାଣ, ଭୋଗଶୂନ୍ୟ, ଇଚ୍ଛାମୃତ୍ୟୁ; ଉଚ୍ଚରେ ୬୧: ହାତ ବଢ଼ାନ୍ତି ପରମାୟୁ ୧ ଲକ୍ଷ ବର୍ଷ ସତ୍ୟ ଯୁଗରେ ବଳି, ବେଣୁ, ମାନ୍ଧତା, ପୁରୋରବାଃ, ଧୁନ୍ଦୂମାର, କୀର୍ତ୍ତବୀର୍ଯ୍ୟ ଏହି ୬ ଜଣ ଚକ୍ରବର୍ତ୍ତୀ ରାଜା ଥିଲେ ସତ୍ୟଯୁଗର ତାରକ ବ୍ରାହ୍ମ ନାମ ===
ନାରାୟଣ ପରାବେଦାଃ, ନାରାୟଣ ପରାକ୍ଷରାଃ ନାରାୟଣ ପରା ମୁକ୍ତି, ନାରାୟଣ ପରା ଗତିଃ"
ଏହି ଯୁଗରେ ଧର୍ମ ଚତୁଷ୍ପାଦ ଦେବତାମାନେ ପୃଥିବୀରେ ସର୍ବଦା ବିଚରଣ କରି ଲୋକଙ୍କୁ ସଦ୍ୟଃଫଳ ଦେଉ ଥିଲେ ବସୁମତୀ ସର୍ବଶସ୍ୟପ୍ରଦା ଓ ହୃଷ୍ଟପୁଷ୍ଟଜନାବୃତ ଥିଲା]