ସତ୍ୟ ପ୍ରତିଜ୍ଞା
ଦେଖଣା
ସତ୍ୟ ପ୍ରତିଜ୍ଞା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ସ୍ତ୍ରୀ (ସତ୍ୟ ପ୍ରତିଜ୍ଞା+ସ୍ତ୍ରୀ, ଆ)
[ସମ୍ପାଦନା]ସତ୍ୟପ୍ରତିଜ୍ଞର ସ୍ତ୍ରୀଲିଙ୍ଗ —The feminine of Satyapratijn̄a.
ଦେଶଜ - ବିଶେଷ୍ୟ - (କଚିରିଆ)
[ସମ୍ପାଦନା]- ୧. ଶପଥ; ମୁଁ ଯାହା କହୁଛି ଏହା ସତ ବୋଲି ଶପଥ କରିବା; ହଲପ —୧. Swearing to the truth of one's statement; statement on oath.
- ୨. ଏଫିଡେଭିଟ୍; ସୃକୃତିପତ୍ର; ଲିଖିତ ଦଲିଲରେ ଲେଖାଥିବା ବିଷୟ ସତ ଥିବା ବିଷୟରେ ଲେଖକର ଶପଥ — ୨. Affidavit; sworn testimony.
- ୩. ମକଦମାରେ ପକ୍ଷମାନେ (ଅର୍ଥାତ୍ ବାଦୀ ତାହାର ଅରଜିର ଶେଷରେ, ପ୍ରତିବାଦୀ ତାହାର ଜବାବର ଶେଷରେ ଓ ଦରଖାସ୍ତକାରୀ ତାହାର ଦରଖାସ୍ତର ଶେଷରେ) କଚିରିରେ ଦାଖଲ କରିବା ଅରଜି ଆଦିର ପ୍ରାନ୍ତରେ ଲେଖିବା ଧର୍ମତଃ ଶପଥ ବାକ୍ୟ; ସତ୍ୟପାଠ —୩. Verification at the end of a plaint or a written statement or of a petition filed in court.
[ଦ୍ରଷ୍ଟବ୍ୟ —ଆଇନ୍ ଅନୁସାରେ ନିମ୍ନଲିଖିତ ଆକାରରେ ସତ୍ୟପ୍ରତିଜ୍ଞା ବା ସତ୍ୟପାଠ ଲେଖାଯାଏ ===
ଆମ୍ଭେ ଅମୁକ ଆଜି ଅମୁକ ତାରିଖରେ ଅମୁକ ମୁକାମରେ ଉପସ୍ଥିତ ହୋଇ ଧର୍ମତଃ ପ୍ରତିଜ୍ଞା କରୁଅଛୁଁ କି, ଏଥି ଲିଖିତ ଅମୁକ ଅମୁକ ଦଫାର ବିଷୟମାନ ଆମ୍ଭ ଜ୍ଞାନମତେ ସତ୍ୟ ଅଟେ ଓ ଅମୁକ ଦଫାର ବିଷୟମାନ ଆମ୍ଭର ବିଶ୍ୱସମତେ ସତ୍ୟ ଅଟେ
ବିଶିଷ୍ଟରୂପେ କ୍ଷମତାପ୍ରାପ୍ତ ନ ହେଲେ କୌଣସି କାରପରଦାଜ ବା ଏଜେଣ୍ଟ୍ ସ୍ୱାମୀ (Principal)ଙ୍କ ପକ୍ଷରୁ ସତ୍ୟପ୍ରତିଜ୍ଞାରେ ଦସ୍ତଖତ୍ କରି ପାରନ୍ତି ନାହିଁ]