ସଦର କାନଗୋଇ
ଦେଖଣା
ସଦର କାନଗୋଇ
ଉଚ୍ଚାରଣ
[ସମ୍ପାଦନା]ସଦର କାନୁନ୍ ଗୋ, ସଦର କାନୁନ୍ ଗୋଇ—ଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଦର କାନଗୋଇ
|
ବୈଦେଶିକ - ବିଶେଷ୍ୟ - (ଆରବୀ - ସଦର ଓ ଫାରାସୀ - କାନୁନ୍ ଗୋ)
[ସମ୍ପାଦନା]ଜିଲ୍ଲାର ସଦରରେ ବା ରାଜଧାନୀରେ ନିଯୁକ୍ତ ପ୍ରଧାନ କାନୁନଗୋ —Sudder Kanungo.
[ଦ୍ରଷ୍ଟବ୍ୟ —ଓଡ଼ିଶାର ଭୂରାଜସ୍ୱ ଓ ଭୂମି ସମ୍ୱନ୍ଧେ ସଂବାଦ ସଂଗ୍ରହ ଓ କେତେକ ପ୍ରୟୋଜନୀୟ ତଥ୍ୟ ସଂଗ୍ରହ, ଫସଲ କୋରଖ ଆଦି କାର୍ଯ୍ୟ କରିବା ପାଇଁ ମୋଗଲ ବାଦ ସାହାଙ୍କ ଅମଳରେ ଜାଗିରିଖିଆ ପଟୁଆରିମାନେ ନିଯୁକ୍ତ ଥିଲେ କ୍ରମଶଃ ଇଂରାଜଙ୍କ ଅମଳରେ ଓଡ଼ିଶାରେ ପ୍ରତ୍ୟେକ ପ୍ରଗନ୍ନାରେ ଜଣେ ଲେଖାଏଁ କାନୁନଗୋ ନୁଯୁକ୍ତ ହେଲେ ଓ ପଟୁଆରି ପ୍ରଥା ରହିତ ହେଲା ବର୍ତ୍ତମାନ କାନୁନଗୋ— ମାନଙ୍କ ସଂଖ୍ୟା କମିଅଛି ଓ ଏକାଧିକ ପ୍ରଗନ୍ନା ଜଣେ ଜଣେ କାନୁନ୍ଗୋଙ୍କ ତତ୍ତ୍ୱାବଧାନରେ ଅଛି ପ୍ରତ୍ୟେକ କାନୁନଗୋଙ୍କ ଅଧୀନ ଇଲାକାକୁ 'ଚକଲା' ବୋଲାଯାଏ ଓ ମଫସଲର କାନୁଗୋଇମାନଙ୍କୁ 'ଚକଲା କାନଗୋଇ' ବୋଲାଯାଏ ସେମାନଙ୍କ କାଗଜ ପତ୍ର ଓ କାର୍ଯ୍ୟ ଓ ରିପୋଟମାନ ତନଖି କରି କିଲଟର ସାହେବଙ୍କ ନିକଟ ତାହା ପେଶ କରିବା ନିମନ୍ତେ ସଦର ମହକୁମାରେ ଯେଉଁ କାନୁନଗୋ ଥାଆନ୍ତି ତାଙ୍କୁ ସଦର କାନୁଗୋଇ ବୋଲାଯାଏ]