Jump to content

ସଦର ଜମା

ଉଇକିଅଭିଧାନ‌ରୁ

ସଦର ଜମା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈ. ଦେଶଜ -(ଆ ସଦର ଓ ଫାରାସୀ - ଜମାହ)

[ସମ୍ପାଦନା]

ଜମିଦାର ଗଭର୍ଣ୍ଣମେଣ୍ଟଙ୍କୁ ଯାହା ରାଜସ୍ୱ ଦିଅନ୍ତି — The revenue payable by the Zamindar to the Government.

[ଦ୍ରଷ୍ଟବ୍ୟ —ପୂର୍ବେ ମୋଗଲ ଓ ମରହଟ୍ଟା ଅମଳରେ ପ୍ରଜା ମାନଙ୍କଠାରୁ ଖଜଣା ଆଦାୟ କରିବା ପାଇଁ ଯେଉଁମାନେ ନିଯୁକ୍ତ ହେଉଥିଲେ ସେମାନେ ପ୍ରଜାଙ୍କଠାରୁ ଆଦାୟ କରିବା ଖଜଣାରୁ ସରକାରଙ୍କଦ୍ୱାରା ନିର୍ଦ୍ଧାରିତ ପାରି— ଶ୍ରମିକ କାଟି ରଖି ବାକି ଧନ ରାଜସ୍ୱରୂପେ ସରକାରଙ୍କ—ଠାରେ ଦାଖଲ କରୁଥିଲେ ସେତେବେଳେ ଜମିଦାମାନେ କେବଳ ମାତ୍ର ତହସିଲଦାର ବା ପ୍ରଜାଙ୍କଠାରୁ ଖଜଣା ଅସୁଲ କରିବା କର୍ମଚାରୀ ମାତ୍ର ଥିଲେ ଓ ସରକାର ଆପଣା ଇଚ୍ଛା ଅନୁସାରେ ସେମାନଙ୍କୁ ମୁକରର ଓ ବରଖାସ୍ତ କରି ପାରୁଥିଲେ ଇଂରାଜମାନେ ଓଡ଼ିଶା ଅଧିକାର କରିବା ପରେ ଯେଉଁମାନେ ସାବକ ସରକାରଙ୍କ ଅଧୀନ ତହସିଲଦାର ଥିଲେ ସେମାନଙ୍କୁ 'ଜମିଦାର' ବୋଲି ସ୍ୱାକୀର କରି ସେହିମାନଙ୍କୁ ଯେ ଯାହାର ଅସୁଲ ଇଲାକାର 'ମାଲିକ' କଲେ ପ୍ରଜାମାନଙ୍କଠାରୁ ଜମିଦାରମାନେ ଯେଉଁ ଖଜଣା ଆଦାୟ କରିବେ, ତାହା ପାଇଁ ଜମିଦାର— ମାନଙ୍କ ସଙ୍ଗେ ବନ୍ଦୋବସ୍ତ (Settlement) କରାଗଲା ଉକ୍ତ ମଫସଲଜମାରୁ ଜମିଦାର ତାଙ୍କ ପାରିଶ୍ରମିକ ବା 'ମାଲିକାନା' ଶତକଡ଼ା ଟ୩୫: ଠାରୁ ଟ୫ ପଯ୍ୟନ୍ତ କାଟି ରଖି ବାକି ଟଙ୍କା ଗଭର୍ଣ୍ଣମେଣ୍ଟଙ୍କୁ ବର୍ଷକୁ ବର୍ଷ ଯାହା ଦେବେ ବୋଲି ସ୍ଥିର କରି କବୁଲିୟତ ଲେଖି ଦେଲେ ଉକ୍ତ ଦେୟର ନାମ 'ସଦରଜମା' ବା 'ମାଲଗୁଜାରି' ଅଟେ କାଳକ୍ରମେ ଗଭର୍ଣ୍ଣମେଣ୍ଟ ଥରକୁଥର ରାଜସ୍ୱ ବନ୍ଦୋବସ୍ତ (Revenue Settlement) କରି ଜମିଦାରିର ଜମିମାନଙ୍କ ପାଇଁ ପ୍ରଜାଙ୍କଠାରୁ କେତେ ଖଜଣା ଆଦାୟ ହେବ, ତାହା ତଦନ୍ତ କରି ସେଥିରୁ ଜମିଦାରଙ୍କ ପ୍ରାପ୍ୟ ମାଲିକାନା କାଟି ବାକି ଗଭର୍ଣ୍ଣମେଣ୍ଟଙ୍କୁ ଦେୟ 'ସଦର ଜମା' ପ୍ରତିବର୍ଷ ଲାଟବନ୍ଦି କିସ୍ତି ମୁତାବକ ଗଭର୍ଣ୍ଣମେଣ୍ଟଙ୍କଠାରେ ଦାଖଲ କରିବା ନିମନ୍ତେ ଜମିଦାରମାନଙ୍କଠାରୁ ପ୍ରତି ସେଟଲମେଣ୍ଟ ଶେଷରେ କବୁଲିୟତ୍ ଲେଖାଇ ନେଉଅଛନ୍ତି କବୁଲିଅତରେ ଯେଉଁ ଶରେତ୍ମାନ ଥାଏ ତାହା ଜମିଦାର ପାଳନ କରିବାକୁ ବାଧ୍ୟ ଅଟନ୍ତି; ତାହା ପାଳନ ନ କଲେ ଜମିଦାରଙ୍କ ଠାରୁ ସରକାର ଉକ୍ତ ଜମିଦାରି ଛଡ଼ାଇ ନେବେ]