Jump to content

ସଦସ୍ୟ

ଉଇକିଅଭିଧାନ‌ରୁ

ସଦସ୍ୟ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ସଦସ୍=ସଭା+ସମ୍ୱନ୍ଧାର୍ଥେ. ଯ)

[ସମ୍ପାଦନା]
୧. ସଭା ସମ୍ୱନ୍ଧୀୟ —୧. Relating to an assembly.
୨. ସାମାଜିକ —୨. Social.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ସଦସ୍+ସାଧୁ ବା କୁଶଳ ଅର୍ଥରେ. ଯ)

[ସମ୍ପାଦନା]
୧. ସଭାସଦ୍; ସଭାର ସଭ୍ୟ — ୧. Member of an assembly or association.
(ସଦସ୍ୟା—ସ୍ତ୍ରୀ) 
୨. ଯଜ୍ଞାଦି ସ୍ଥଳରେ ବିଧିଦର୍ଶୀ ବ୍ୟକ୍ତି; ଯଜ୍ଞ— ସ୍ଥଳରେ ଉପସ୍ଥିତ ଯେଉଁ ବ୍ୟକ୍ତି ଯଜ୍ଞାଦି ଅନୁଷ୍ଠାନ କରୁ ଥିବା ପୁରୋହିତମାନଙ୍କର ଭ୍ରମାଦି ସଂଶୋଧନ କରନ୍ତି — ୨. A person whose duty is to point out the mistakes, if any, committed by persons performing Vedic sacrifices.

[ଦ୍ରଷ୍ଟବ୍ୟ —ପ୍ରତ୍ୟେକ ଯଜ୍ଞାନୁଷ୍ଠାନରେ ଯେତେଗୁଡ଼ିଏ ପୁରୋହିତ ବା ଯାଜକ ନିଯୁକ୍ତ ହୁଅନ୍ତି, ତାଙ୍କ ମଧ୍ୟରୁ ସଦସ୍ୟ ଏକତମ; ଏହାଙ୍କ ନାମାନ୍ତର 'ପ୍ରଶ୍ନବକ୍ତା' 'କର୍ତ୍ତା' ହୋମାଦି କରିବେ, ପୁରୋହିତ ବା 'ବ୍ରହ୍ମା' ତାଙ୍କୁ ମନ୍ତ୍ରାଦି ବତାଇ ଦେଉଥିବେ ଓ ସାହାଯ୍ୟ କରୁଥିବେ; ଅନ୍ୟ ଜଣେ 'ବ୍ୟକ୍ତି' ପୁସ୍ତକାଚାର୍ଯ୍ୟ ବା 'ତନ୍ତ୍ରଧାରକ' ପୋଥି ଧରି ପୁରୋହିତଙ୍କୁ ସାହାଯ୍ୟ କରୁଥିବେ ଅନ୍ୟ ଜଣେ ବ୍ୟକ୍ତି ପ୍ରଶ୍ନବକ୍ତା ବା 'ସଦସ୍ୟ' ଦେଖୁ— ଥିବେ ଯେ, ବେଦୋକ୍ତ ବିଧି କେଉଁଠାରେ ନ୍ୟୁନାତିରିକ୍ତ ହେଲା, କେଉଁଠାରେ ବ୍ରହ୍ମା ଓ ତନ୍ତ୍ରଧାରକ କଅଣ ଛାଡ଼ି ଗଲେ]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବ୍ରାହ୍ମଣମାନଙ୍କ ବଂଶୋପାଧି ବିଶେଷ — A family-title of Brāhmaṇas.

[ଦ୍ରଷ୍ଟବ୍ୟ —ଫଳତଃ ଦେଖାଯାଏ ଯେ, ଯେଉଁମାନଙ୍କ କୌଣସି ପୂର୍ବ— ପୁରୁଷ ପୂର୍ବେ ଯଜ୍ଞରେ 'ସଦସ୍ୟ' ରୂପେ ବରିତ ହୋଇ ସେହି ଉପାଧି ପାଇଥିଲେ, ତାଙ୍କରି ବଂଶଧରମାନେ ସେହି ସଦସ୍ୟ ଉପାଧି ଆପଣା ନାମ ସଙ୍ଗେ ଅଦ୍ୟାବଧି ରଖିଅଛନ୍ତି; ମାତ୍ର ଦୁଃଖର କଥା, ଏମାନଙ୍କ ମଧ୍ୟରୁ ଅନେକଙ୍କ ପକ୍ଷରେ 'ସଦସ୍ୟ'ର ଅର୍ଥ ଜାଣିବା ଅତି ଦୁରୂହବ୍ୟାପାର ହୋଇଅଛି]