ସଦାଚାର
ସଦାଚାର
ଉଚ୍ଚାରଣ
[ସମ୍ପାଦନା](ଅସଦାଚାର—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (କର୍ମଧା; ସତ୍=ସାଧୁ+ଆଚାର)
[ସମ୍ପାଦନା]- ୧. ସାଧୁ ବ୍ୟବହାର —୧. Good conduct.
- ୨. ଶାସ୍ତ୍ରବିହିତ ବିଧି ବା ରୀତି —୨. Approved usage.
- ୩. ଶାସ୍ତ୍ରବିହିତ ଆଚାର —୩. Conduct approved or enjoined by the scriptures.
- ୪. ଧର୍ମାନୁମୋଦିତ ଆଚରଣ — ୪. Virtuous course of action.
- ୫. ସାଧୁ ବ୍ୟକ୍ତିଙ୍କ ଓ ମହାପୁରୁଷମାନଙ୍କ ଅନୁଷ୍ଠିତ ଆଚରଣ — ୫. The conduct or course of action of good and great men.
[ଦ୍ରଷ୍ଟବ୍ୟ —ମନୁସଂହିତାରେ ଅଛି ଯେ, ସରସ୍ୱତୀ ଓ ଦୃଶଦ୍ୱତୀ ନାମକ ଦେବନଦୀଦ୍ୱୟର ମଧ୍ୟବର୍ତ୍ତୀ ଦେବନିର୍ମିତ ଦେଶକୁ 'ବ୍ରହ୍ମାବର୍ତ୍ତ' ବୋଲାଯାଏ; ସେହି ଦେଶରେ ଭିନ୍ନ ଭିନ୍ନ ବର୍ଣ୍ଣମାନଙ୍କର ପାରମ୍ପର୍ଯ୍ୟ— କ୍ରମାଗତ ଆଚାରକୁ 'ସଦାଚାର' ବୋଲାଯାଏ ସତ୍ ଅର୍ଥାତ୍ ସାଧୁବ୍ୟକ୍ତିମାନଙ୍କ ଆଚରଣକୁ ସଦାଚାର ବୋଲାଯାଏ "ମହାଜନୋ ଯେନ ଗତଃ ସ ପନ୍ଥାଃ"; ମହାଜନମାନେ ଯେଉଁ କାର୍ଯ୍ୟମାନ କରି ଯାଇଅଛନ୍ତି, ସେହି ଅନୁସାରେ କରାଯିବା ଆଚରଣକୁ ସଦାଚାର କହନ୍ତି ଆଗମ, ପୁରାଣ ଓ ସଂହିତାରେ ରାଜାଙ୍କର କର୍ତ୍ତବ୍ୟ ସଦାଚାର, ଗୃହସ୍ଥର କର୍ତ୍ତବ୍ୟ ସଦାଚାର ଆଦି ବର୍ଣ୍ଣିତ ଅଛି ଯଥା—ବେଦାଧ୍ୟୟନ, ହୋମ, ପୂଜା, ଶ୍ରାଦ୍ଧ, ବୈଶ୍ୱଦେବ, ବଳିଦାନ, ସ୍ନାନ, ଦନ୍ତଧାପନ, ଶାତଦିୟା ଦୁର୍ଗାପୂଜା, ପୁଷ୍ୟାଭିଷେକ, ଶ୍ରୀପଞ୍ଚମୀ ପୂଜା, ମୃତବ୍ୟକ୍ତିର ଧନରେ ଉତ୍ତରାଧିକାରିତ୍ୱ, ନିତ୍ୟକର୍ମ, ବ୍ରତ, ପର୍ବ, ଦଶବିଧ ସଂସ୍କାର, ଶୌଚାଶୌଚ, ଖାଦ୍ୟାଖାଦ୍ୟ, ସ୍ପୃଶ୍ୟାସ୍ପୃଶ୍ୟ, ଅନ୍ତ୍ୟେଷ୍ଟିକ୍ରିୟା, ବର୍ଣ୍ଣାଶ୍ରମଧର୍ମ, କର୍ତ୍ତବ୍ୟାକର୍ତ୍ତବ୍ୟ ଇତ୍ୟାଦି ମନୁସଂହିତା, କାଳିକାପୁରାଣ —୮୬: , ୮୯: ଅଧ୍ୟାୟ, ବାମନପୁରାଣ ୧୪ଶ ଅଧ୍ୟାୟ, ପଦ୍ମପୁରାଣ ସ୍ୱର୍ଚଖଣ୍ଡ, ବିଷ୍ଣୁପୁରାଣରେ ୧୧:ଟି ଅଧ୍ୟାୟ, ମାର୍କ— ଣ୍ଡେୟ ପୁରାଣର ସଦାଚାର ନାମକ ଅଧ୍ୟାୟରେ ସଦାଚାର ବିଶେଷରୂପେ ବର୍ଣ୍ଣିତ ହୋଇଅଛି]