ସଦାଶବ ବିଦ୍ୟାଭୂଷଣ
ସଦାଶବ ବିଦ୍ୟାଭୂଷଣ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ଗଞ୍ଜାମ ବ୍ରହ୍ମପୁରବାସୀ ସ୍ୱର୍ଗୀୟ ଉତ୍କଳୀୟ ବ୍ରାହ୍ମଣ ପଣ୍ଡିତ —A late Oriya Brahmin Pandit of Berhampur of Ganjam district.
[ଦ୍ରଷ୍ଟବ୍ୟ —୧୮୬୬: ଖ୍ରୀଷ୍ଟାବ୍ଦରେ ଏହାଙ୍କର ଜନ୍ମ ଏବଂ ୧୯୩: ଖ୍ରୀଷ୍ଟାବ୍ଦରେ ପରଲୋକପ୍ରାପ୍ତି ଏ ମାମୁଘରେ ବ୍ରହ୍ମପୁରଠାରେ ଜନ୍ମଗ୍ରହଣ କରି ମାମୁଙ୍କର ପୋଷ୍ୟପୁତ୍ର ହୋଇଥିଲେ ଏହାଙ୍କ ଜନ୍ମଦାତା ପିତା ନାରାୟଣ ମିଶ୍ର ଆନ୍ଧ୍ରପ୍ରଦେଶରେ ପାଲକୋଣ୍ଡା ରାଜ୍ୟବାସୀ ଥିଲେ ଏହାଙ୍କ ମାତା ଅନ୍ନପୂର୍ଣ୍ଣା ସଂସ୍କୃତ, ଓଡ଼ିଆ ଓ ତେଲଗୁ ଭାଷାରେ ସୁପଣ୍ଡିତା ଥିଲେ ଏହାଙ୍କ ପାଳନ ପିତା (ମାତୁଳ) ଚନ୍ଦ୍ରଶିଖର ରାୟଗୁରୁ ଚିକିଟୀ ରାଜାଙ୍କ ସଭା— ପଣ୍ଡିତ ଥିଲେ ବ୍ରହ୍ମପୁର ନର୍ମାଲ୍ସ୍କୁଲରେ ଏକ ବର୍ଷ ଅଧ୍ୟୟନ କରି ନିମ୍ନ ୪ର୍ଥ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବାପରେ ଏହାଙ୍କ ସ୍କୁଲ୍ ଶିକ୍ଷା ସାଙ୍ଗ ହୋଇଥିଲା; କିନ୍ତୁ ଘରେ ବହୁ ବିଦ୍ୟାନୂଶୀଳନ କରି ଏ କାବ୍ୟ, ନାଟକ, ସଙ୍ଗୀତ, ବ୍ୟାକରଣ ଆଦିରେ ପାଣ୍ଡିତ୍ୟ ଲାଭ କରିଥିଲେ ଉତ୍କଳ ଭାଷା, ଉତ୍କଳ ସାହିତ୍ୟ ଓ ଉତ୍କଳୀୟ ସଙ୍ଗୀତ ଚର୍ଚ୍ଚାରେ ଆପଣାକୁ ନିୟୋଜିତ କରି ତାତ୍କାଳିକ ରାଜନୀତିକ ଓଡ଼ିଶା ସଙ୍ଗେ ଗଞ୍ଜାମର ମିଶ୍ରଣ ସମ୍ୱନ୍ଧେ ଏ ସବିଶେକ୍ଷ ଚେଷ୍ଟା କରିଥିଲେ ଏ ଗଞ୍ଜାମସ୍ଥ ଚିକିଟୀ ରାଜ୍ୟର ରାଜା ରାଧାମୋହନ ରାଜେନ୍ଦ୍ର ଦେବଙ୍କ ସଭାପଣ୍ଡିତ ଥାଇ ତାଙ୍କୁ ଅନେକଗୁଡ଼ିଏ ଓଡ଼ିଆ ନାଟକ ରଚନାରେ ଖୁବ୍ ସହାୟତା କରିଥିଲେ ଏ ଇଂରାଜୀ, ବଙ୍ଗଳା, ହିନ୍ଦୀ, ତେଲଗୁ, ମରହଟ୍ଟୀ, ଗୁଜରାଟୀ, ତାମିଲ ପ୍ରଭୃତି ଭାଷାଭିଜ୍ଞ ଥିଲେ ତେଲଗୁ, ଓଡ଼ିଆ, ବଙ୍ଗଳା, ସଂସ୍କୃତ ଓ ହିନ୍ଦିରେ ଏ ଅତି ସୁନ୍ଦରରୂପେ ବକ୍ତୃତା କରି ପାରୁଥିଲେ ସଦାଶିବଙ୍କର ଜ୍ଞାନପିପାସା ଅତି ପ୍ରବଳ ଥିଲା ଏ ବଙ୍ଗ, ବିହାର, ଓଡ଼ିଶା, ମାନ୍ଦ୍ରାଜ, ବମ୍ୱେଇ ଆଦି ବିଭିନ୍ନ ଅଞ୍ଚଳ ପୁନଃ ପୁନଃ ପ୍ରଯ୍ୟଟନ କରି ନିଜର ଜ୍ଞାନଭଣ୍ଡାର ବଢ଼ାଇଥିଲେ ସଭାମଣ୍ଡପ ଓ ରଙ୍ଗଭୂମି ତାଙ୍କର ସବୁଠାରୁ ଅଧିକ ପ୍ରିୟସ୍ଥଳ ଥିଲା ଏ ତେଲେଗୁରେ ଓ ସଂସ୍କୃତରେ ଗୁଡ଼ିଏ ସଙ୍ଗୀତ ଓ ନାଟକ ରଚନା କରିଥିଲେ ବାଲ୍ୟକାଳରୁ ଏହାଙ୍କର ନାଟକ ଅଭିନୟ ଦିଗରେ ସ୍ପୃହା ଥିଲା ଯୌବନ ବୟସରେ ଏ ବ୍ରହ୍ମପୁରରେ ଗୋଟିଏ ଓଡ଼ିଆ ନାଟକଦଳ ଗଠନ କରିଥିଲେ ବର୍ତ୍ତମାନ ବ୍ରହ୍ମପୁରରୁ ପ୍ରକାଶିତ 'ଓଡ଼ିଆ' ନାମକ ସାପ୍ତାହିକ ସମ୍ୱାଦପତ୍ରର ସମ୍ପାଦକ ପଣ୍ଡିତ ଆନନ୍ଦ ଆଚାର୍ଯ୍ୟ ଏହାଙ୍କ ଭ୍ରାତୁଷ୍ପୁତ୍ର ଅଟନ୍ତି]