Jump to content

ସଦାଶିବ ମିଶ୍ର କାବ୍ୟକଣ୍ଠ

ଉଇକିଅଭିଧାନ‌ରୁ

ସଦାଶିବ ମିଶ୍ର କାବ୍ୟକଣ୍ଠ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଓଡ଼ିଶାର ସଂସ୍କାରକାମୀ ଜନୈକ ପ୍ରସିଦ୍ଧ ସ୍ୱର୍ଗୀୟ ବ୍ରାହ୍ମଣ ପଣ୍ଡିତ —The late famous Brahmin Pandit of Orissa.

[ଦ୍ରଷ୍ଟବ୍ୟ — ଏ ପୁରୀ ସହରରୁ ପାଞ୍ଚ ମାଇଲ୍ ଦୂରବର୍ତ୍ତୀ ଶାସନ ଦାମୋଦରପୁରରେ ୧୮୫୬: ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରି ଥିଲେ ଏବଂ ୭୩: ବର୍ଷ ବୟସରେ ଚତା ୧୭: —୮—୧୯୨୯:ରେ ଲହଲୀଳା ସାଙ୍ଗ କଲେ ଏ ବାଲ୍ୟକାଳରେ ଗ୍ରାମର ପ୍ରାଇମେରୀ ବିଦ୍ୟାଳୟରେ ପଢ଼ିସାରି ପୁରୀ ସଂସ୍କୃତ ସ୍କୁଲରେ ଉପାଧି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୧୮୮୯: ଖ୍ରୀଷ୍ଟାବ୍ଦରେ ଶିକ୍ଷାବିଭାଗର ଅଧୀନତାର ସରକାରୀ ଚାକିରୀ ଗ୍ରହଣ କରି ପୁରୀ ଜିଲ୍ଲାସ୍କୁଲର ହେଡ଼୍ପଣ୍ଡିତ କାର୍ଯ୍ୟରେ ରହିଲେ ଏହି କାର୍ଯ୍ୟରେ ଦୀର୍ଘ ୩୪: ବର୍ଷ କାଳ ରହି ଏ ଖୁବ୍ ସୁନାମ୍ ଅର୍ଜନ କରିଥିଲେ ୧୯୯:ରେ ଏ ଗଭର୍ଣ୍ଣମେଣ୍ଟଙ୍କଦ୍ୱାରା 'ମହାମହୋପାଧ୍ୟାୟ' ଉପାଧିରେ ଭୂଷିତ ହୋଇଥିଲେ ଏହାଛଡ଼ା ଭାରତ ଧର୍ମମହାଣ୍ଡଳ ଆଦି ସଭା ତାଙ୍କୁ 'ମହୋପଦେଶକ', 'ବିଦ୍ୟାଭୂଷଣ' ଓ 'ଉତ୍କଳ ଭୂଷଣ' ଉପାଧିମାନ ଦେଇଥିଲେ

ଏ ଉତ୍କଳରେ ଶିକ୍ଷା ବିସ୍ତାର ଓ ବ୍ରାହ୍ମଣସମାଜର ଉନ୍ନତି ପାଇଁ ନାନା ଦେଶହିତକାର ଅନୁଷ୍ଠାନରେ ଉଦ୍ଯୋକ୍ତା ରୂପେ ନିଜର ବହୁ ସମୟ ବିନିଯୋଗ କରିଥିଲେ ଉତ୍କଳ ବ୍ରାହ୍ମଣ ସମତି, ପୁରୀ ମୁକ୍ତି ମଣ୍ଡପ ପଣ୍ଡିତ ସଭା, ପୁରୀର କର୍ମକାଣ୍ଡ ବେଦ—ବିଦ୍ୟାଳୟ ଓ ଚନ୍ଦ୍ରଶେଖର ହଲ ଏହାଙ୍କ ପ୍ରତିଷ୍ଠାନମାନଙ୍କ ମଧ୍ୟରେ ପ୍ରଧାନ ଏ ନିଜ ଗ୍ରାମରେ ଗୋଟିଏ ମାଇନ୍ର ସ୍କୁଲ ବସାଇଥିଲେ ଏହା ଛଡ଼ା ଏ ପୁରୀ ମୁକ୍ତମଣ୍ଡପ ପଣ୍ଡିତ ସଭାର ସଭାପତି, ବଙ୍ଗଳା ଆସିଆଟିକ୍ ସୋପାଇଟିର ସଦସ୍ୟ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସଦସ୍ୟ, ବିହାର ଓଡ଼ିଶା ସଂସ୍କୃତ କାଉନ୍ସିଲ୍ର ମେମ୍ୱର, ପାଟଣା ବିଶ୍ୱବିଦ୍ୟାଳୟର ସିନେଟ୍ର ମମ୍ୱେର, ମଥୁରାର ବ୍ରଜମଣ୍ଡଳର ସଂସ୍କୃତ ବିଶ୍ୱବିଦ୍ୟାଳୟର ଚାନ୍ ସେଲର୍ ଏବଂ ପାଟଣା ଓ ବଙ୍ଗଳା ବିଶ୍ୱବିଦ୍ୟାଳୟମାନଙ୍କର ସଂସ୍କୃତ ପରୀକ୍ଷକ ଥିଲେ ଏ ସଂସ୍କୃତ ଶିକ୍ଷା ସମ୍ୱନ୍ଧୀୟ ଭାରତୀୟ ଅଧିକାଂଶ ଅନୁଷ୍ଠାନ ଓ ସଭା ସମିତିମାନଙ୍କ ସଙ୍ଗେ ସଂପୃକ୍ତ ଥିଲେ ଏହାଙ୍କ ସମୟରେହିଁ ମୁକ୍ତିମଣ୍ଡପ ପଣ୍ଡିତ ସଭା ତରଫରୁ ବିହାରରେ ଲାଟ୍ ସର୍ ଏଡ଼୍ୱାର୍ଡ଼ ଗେଟ୍, କେ. ଏସ୍, ମାକ୍ଡୋନାଲ୍ଡ଼, ସୋନପୁରର ସ୍ୱର୍ଗତ ମହାରାଜ ଆଦିଙ୍କୁ ସମ୍ମାନସୂଚକ ଉପାଧିମାନ ପ୍ରଦତ୍ତ ହୋଇଥିଲା

ଏ ଉତ୍କଳପ୍ରଚଳିତ ସ୍ମୃତି ଶାସ୍ତ୍ରମାନଙ୍କରୁ ସାର ସଂଗ୍ରହ କରି 'କଲ୍ୟାପଦ୍ଧମ ସ୍ୱର୍ବସ୍ୱ' ନାମକ ଗୋଟିଏ ପ୍ରକାଣ୍ଡ ସଂସ୍କୃତ ଗ୍ରନ୍ଥ ରଚନା କରିଥିଲେ ଏହା ଛଡ଼ା ପୁରୁଷୋତ୍ତମ କ୍ଷେତ୍ର ତତ୍ତ୍ୱ, ଭାରତୀୟ ଆର୍ଯ୍ୟ ଦର୍ଶନ, ଜଗନ୍ନାଥ ମନ୍ଦିର, ବ୍ୟାକରଣାନୁଶୀଳନୀ, ମହାଷ୍ଟମୀ ବ୍ୟବସ୍ଥା ଆଦି ଗ୍ରନ୍ଥମାନ ମଧ୍ୟ ଏହାଙ୍କ ରଚନା

ସୋନପୁରର ସ୍ୱର୍ଗୀୟ ମହାରାଜା ସର ବୀରମିତ୍ରୋଦୟ ସିଂହ ଦେବ ଧର୍ମନିଧି ଜ୍ଞାନଗୁଣାକର K.C.I.E.ଙ୍କ ଅର୍ଥ ସାହାଯ୍ୟ୍ୟରେ ଏ କେତେ ଖଣ୍ଡ ସଂସ୍କୃତ ଗ୍ରନ୍ଥର ମୁଦ୍ରଣ କରାଇଥିଲେ

ଏ ସର୍ବଦା ଦେଶର ସାଧାରଣ କାର୍ଯ୍ୟରେ ପରିଶ୍ରମ କରୁଥିଲେ ଏବଂ ନିଜେ ଜଣେ ନୈଷ୍ଠିକ ବ୍ରହ୍ମଣ ଥାଇ ସୁଦ୍ଧା ହିନ୍ଦୁ ସମାଜରେ ସମୟୋଚିତ ସଂସ୍କାରର ପକ୍ଷପାତୀ ଥିଲେ ଏ ଇଂରାଜି ପଢ଼ି ନ ଥିଲେ; କିନ୍ତୁ ଆଧୁନିକ ସମାଜରେ ପ୍ରବର୍ତ୍ତନୀୟ ବିଧବାବିବାହ, ସମୁଦ୍ର— ଯାତ୍ରା ଆଦି ସମ୍ୱନ୍ଧରେ ଏହାଙ୍କ ମତ ମରହଟ୍ଟା ରକ୍ଷଣଶୀଳ ପଣ୍ଡିମାନଙ୍କ ମତ ଅପେକ୍ଷା ଉଦାରତର ଥିଲା ଧର୍ମ, ସାହିତ୍ୟ ଓ ସମାଜ ସମ୍ୱନ୍ଧୀୟ ଏହାଙ୍କର ବହୁ ପ୍ରବନ୍ଧ ସାମୟିକ ପତ୍ରପତ୍ରିକାମାନଙ୍କରେ ପ୍ରକାଶିତ ହୋଇଥିଲା ସରକାର ଭୂବନେଶ୍ୱର ମନ୍ଦିର ମରାମତି କାର୍ଯ୍ୟର ଭାର ଗ୍ରହଣ କରିବା ପୂର୍ବରୁ ଏ ସାଧାରଣ ଚାନ୍ଦାଦ୍ୱାରା ଉକ୍ତ ମନ୍ଦିରର ମରାମତି କାର୍ଯ୍ୟର ସୂତ୍ରପାତ କରିଥିଲେ ଏହିରୂପେ ତାଙ୍କର ସମଗ୍ରଜୀବନ ସାମାଜିକ ନାନା କର୍ମଜାଲରେ ସତତ ବିଜଡ଼ିତ ଥିଲା ପୁରୀରେ ଏହାଙ୍କ ବିୟୋଗଜନିତ ଅଭାବ ଗତ ୧ ବର୍ଷ ମଧ୍ୟରେ ପୂର୍ଣ୍ଣ ହୋଇ ପାରି ନାହିଁ]