Jump to content

ସମ୍ଭୁନାଥ ପଣ୍ଡିତ

ଉଇକିଅଭିଧାନ‌ରୁ

ସମ୍ଭୁନାଥ ପଣ୍ଡିତ

ଉଚ୍ଚାରଣ

[ସମ୍ପାଦନା]

(ଜଷ୍ଟିସ୍) ===

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଖ୍ରା: ୧୮୨:ରେ ଏହାଙ୍କ ଜନ୍ମ ଓ ୧୮୭୯:ରେ ମୃତ୍ୟୁ ଏ କଲିକତା ବାସୀ କାଶ୍ମୀରୀ ବ୍ରାହ୍ମଣ ଥିଲେ ସ୍ୱୀୟ ପ୍ରତିଭା ବଳରେ ଏ ପ୍ରଥମେ କଲିକତାର ସଦର ଦେବାନି ଅଦାଲତରେ ମାସିକ ଟ ୨ରେ ମୋହରିଗିରି କାର୍ଯ୍ୟରୁ କଲିକତାରେ ସରକାରୀ ଓକିଲ, କଲିକତା ପ୍ରେସିଡ଼େନ୍ସି କଲେଜର ଆଇନ ଅଧ୍ୟାପକ ଓ କଲିକତା ହାଇକୋଟର ଜଜ୍ ହୋଇଥିଲେ ଏ ଅତି ନ୍ୟାୟପର ଓ ଭଦ୍ର ଥିଲେ; ଏପରି କି, ଚାକରମାନଙ୍କୁ 'ତୁମ୍ଭେ' ବୋଲି ସଂବୋଧନ କରୁ ଥିଲେ ଏ କଲିକତାରେ ଗୋଟିଏ ସାଧାରଣ ଚିକିତ୍ସାଳୟ ପାଇଁ ବୃତ୍ତି ଖଞ୍ଜି ଯାଇଅଛନ୍ତି ଏହାଙ୍କ ନାମାନୁସାରେ ସେଠାରେ ଗୋଟିଏ ଚିକିତ୍ସାଳୟ (ଶମ୍ଭୁନାଥ ପଣ୍ଡିତ ହସ୍ପିଟାଲ୍) ଅଛି