ମନ୍ଦୁରା

ଉଇକିଅଭିଧାନ‌ରୁ

ମନ୍ଦୁରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମନ୍ଦ୍ ଧାତୁ=ନିଦ୍ରାଯିବା+ଅଧିକରଣ ଉର+ଆ; ଯହିଁରେ ଅଶ୍ୱ ନିଦ୍ରା ଯାଏ)[ସମ୍ପାଦନା]

୧. ଅସ୍ତାବଲ; ଅଶ୍ୱଶାଳା —୧. A stable.
୨. ଶଯ୍ୟା — ୨. A bed (Apte).

ମନ୍ଦୁରା ଅଭାବେ କୁମରମଣିରେ ତିରଣ ଶ‌ଯ୍ୟା କରଇ । - ଟୀକା ଗୋବିନ୍ଦ ଚନ୍ଦ୍ର, ଯୋଗୀନ୍ଦ୍ର ବିପ୍ର

୩. (ଯାହା ଉପରେ ଲୋକେ ଶୁଅନ୍ତି) ହେଁସ; ମୁନ୍ଦରା; ତୃଣ ନିର୍ମିତ ଆସନ —୩. A mat; a mat of reeds.

[ଦ୍ରଷ୍ଟବ୍ୟ —ଜୁଣ, ବେରୁହାଁ, କାଣ୍ଡ— କାଣ୍ଡିଆ ବା ସନ୍ତରା ଆଦି ତୃଣର ଡାଙ୍ଗକୁ ବାଣୀ ବା ସରୁ ଡୋରଦ୍ୱାରା ବୁଣି ଏହା ତିଆରି କରାଯାଏ ମନ୍ଦୁରା ଶବ୍ଦ ସଂସ୍କୃତ,ଏହାର ଅନ୍ୟ ସଂସ୍କୃତ ନାମ ମନ୍ଦୋଦରୀ]