ଉଇକିଅଭିଧାନ:ବଛା ଶବ୍ଦ/୨୦୨୦
« ୨୦୧୯ | ୨୦୨୦ | ୨୦୨୧ » |
ଜାନୁଆରୀ - ଫେବୃଆରୀ - ମାର୍ଚ୍ଚ - ଅପ୍ରେଲ - ମଇ - ଜୁନ - ଜୁଲାଇ - ଅଗଷ୍ଟ - ସେପ୍ଟେମ୍ବର - ଅକ୍ଟୋବର - ନଭେମ୍ବର - ଡିସେମ୍ବର |
ଜାନୁଆରୀ[ସମ୍ପାଦନା]
ଛନ୍ଦାଛନ୍ଦି
ଉଚ୍ଚାରଣ: Chhandā-chhandi
ଦେଶଜ - ବିଶେଷ୍ୟ —
- ଗୁଡେଇ ତୁଡେଇ ବାନ୍ଧିବା
- ଅନ୍ୟୋଽନ୍ୟ ବନ୍ଧନ
[ଉଦାହରଣ —ତରୂ ବ୍ରତତୀର ପ୍ରେମେ ବନ୍ଧାବନ୍ଧି ଛନ୍ଦାଛନ୍ଦି ଘେନାଘେନି — ରାଧାନାଥ, ଯଯାତିକେଶରୀ]
ଫେବୃଆରୀ[ସମ୍ପାଦନା]
ପହଣୀ
ଉଚ୍ଚାରଣ: Pahaṇī
ଶବ୍ଦ ବିନ୍ୟାସ: ସଂସ୍କୃତ - ପ୍ରବେଣୀ; ସଂସ୍କୃତ - ପୟଃ+ ନାଳୀ
ଦେଶଜ - ବିଶେଷ୍ୟ —
- ଜଳ ନାଳ
- ଲମ୍ୱା ଗହୀର ଗାତ
ମାର୍ଚ୍ଚ[ସମ୍ପାଦନା]
ଦହଣ
ଉଚ୍ଚାରଣ: Dahaṇa
ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ —
- ଗହିର ମଝିରେ ଥିବା ଚାଷ ଜମି
ଅପ୍ରେଲ[ସମ୍ପାଦନା]
ଜେମା
ଶବ୍ଦ ବିନ୍ୟାସ: ସଂସ୍କୃତ- ଜାମା=କନ୍ୟା (ସ୍ତ୍ରୀ.)
ଦେଶଜ - ବିଶେଷ୍ୟ —
- ରାଜପୁତ୍ରୀ, ଜେମାଦେଈ
[ଉଦାହରଣ —ଜୟ କାଞ୍ଚୀଜେମା ବିଶ୍ୱମନୋରମା— ରାଧାନାଥ, ଚିଲିକା]
ମଇ[ସମ୍ପାଦନା]
ପଇକାରୀ
ଉଚ୍ଚାରଣ: Paikārī
ଶବ୍ଦ ବିନ୍ୟାସ: ଫାରାସୀ - ପୈକାର୍
ବୈଦେଶିକ - ବିଶେଷ୍ୟ —
- କୋଚା ବିକ୍ରି କରିବା ବେପାରୀ; ଯେଉଁ ବେପାରୀ ବଡ଼ ମହାଜନ ଠାରୁ ସଉଦ ଆଣି ଗ୍ରାହକମାନଙ୍କୁ ଅଳ୍ପ ଅଳ୍ପ ପରିମାଣରେ ବିକ୍ରି କରେ
ଜୁନ[ସମ୍ପାଦନା]
ନିହ୍ନୁତ
ଉଚ୍ଚାରଣ: Nihnuta
ଶବ୍ଦ ବିନ୍ୟାସ: ନି+ହ୍ନୁ ଧାତୁ+କର୍ମ. ତ
ସଂସ୍କୃତ - ବିଶେଷଣ —
- ଗୋପିତ; ଅପ୍ରକାଶିତ
ଜୁଲାଇ[ସମ୍ପାଦନା]
ଛୁରି
ଉଚ୍ଚାରଣ: Chhuri
ଶବ୍ଦ ବିନ୍ୟାସ: ଛୁର୍ ଧାତୁ+ କରଣ. ଇ
ସଂସ୍କୃତ - ବିଶେଷ୍ୟ —
- କାଟିବାର କ୍ଷୁଦ୍ର ଅସ୍ତ୍ର; ଅସିପୁତ୍ରୀ
[ଉଦାହରଣ —ଛଟା କାହା କଟାକ୍ଷର ଛୁରି ହେଲା କି ବକ୍ଷର - କବିସୂର୍ଯ୍ୟ, କିଶୋରୀଚମ୍ପୁ]
ଅଗଷ୍ଟ[ସମ୍ପାଦନା]
ଶୁଷ୍କ
ଉଚ୍ଚାରଣ: Ṡushka
ସ୍ତ୍ରୀ: ଶୁଷ୍କା
ଶବ୍ଦ ବିନ୍ୟାସ: ଶୁଷ୍ ଧାତୁ=ଶୁଖିଯିବା+କର୍ତ୍ତୃ. ତ; 'ତ' ସ୍ଥାନରେ 'କ' ଆଦେଶ
ସଂସ୍କୃତ - ବିଶେଷଣ —
- ନିର୍ଜ୍ଜଳ; ଜଳହୀନ; ଶଖିଲା
ସେପ୍ଟେମ୍ବର[ସମ୍ପାଦନା]
ଟିକାଇତ
ଉଚ୍ଚାରଣ: Ṭikāita
ଦେଶଜ - ବିଶେଷ୍ୟ —
- ରାଜଦ୍ୱାରରେ ବିଶିଷ୍ଟ ସମ୍ମାନର ଚିହ୍ନସ୍ୱରୁପ ଯେଉଁ ବ୍ୟକ୍ତିର କପାଳରେ ଟିକା ଦିଆଯାଇ ଥାଏ
[ଉଦାହରଣ —ଟିକାଇତ ଅଷ୍ଟଦୁର୍ଗର କହଇ ଶ୍ୟାମ ଏକି ଆଚରିତ - କବିସୂର୍ଯ୍ୟ, କିଶୋରୀ ଚମ୍ପୁ, ଟ. ଗୀତ]
ଅକ୍ଟୋବର[ସମ୍ପାଦନା]
ବିଧାନ
ଉଚ୍ଚାରଣ: Bidhāna
ଶବ୍ଦ ବିନ୍ୟାସ: ବି+ ଧା ଧାତୁ+ ଭାବ. ଅନ
ଦେଶଜ —
- ପରି; ସଦୃଶ
[ଉଦାହରଣ —କ୍ରୋଧେ ନ ସ୍ଫୁରଇ ବଚନ, ନ କାନ୍ଦି କାନ୍ଦିଲା ବିଧାନ - ଭୂପତି, ପ୍ରେମ ପଞ୍ଚାମୃତ]
ନଭେମ୍ବର[ସମ୍ପାଦନା]
ତୋଟାଳ
ଉଚ୍ଚାରଣ: Toṭāḻa
ଦେଶଜ - ବିଶେଷ୍ୟ —
- ତୋଟା ରଖୁଆଳ; ତୋଟା ଜଗୁଆଳି; ଉପବନ-ରକ୍ଷକ ମାଳି
ଡିସେମ୍ବର[ସମ୍ପାଦନା]
ମୈନିକ
(file) |
ଉଚ୍ଚାରଣ: Mai̱nika
ଶବ୍ଦ ବିନ୍ୟାସ: ପୁଲିଙ୍ଗ - (ମୀନ+ ଜୀବିକାର୍ଥେ. ଇକ)
ସଂସ୍କୃତ - ବିଶେଷ୍ୟ —
- ମତ୍ସ୍ୟବ୍ୟବସାୟୀ