କରଡ଼ା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରଡ଼ା
ଉଚ୍ଚାରଣ: Karaṟḍ̠ā
করলা

ଦେ. ବି. (ସଂ. କାରବେଲ୍ଳ) —

୧: ଲତାବିଶେଷ; କଲରା ଫଳ ଓ ଲତା —୧. Memordica Charantia (creeper and fruits)

गरारि; गर्रार; करला

୨: ଏକ ପ୍ରକାର ଜଙ୍ଗଲର ଗଛ — ୨. Cleistanthus Collinus (a wild tree).

[ଦ୍ର—ଏଥିରୁ ବକଳା ନାନା କାମରେ ଲାଗେ; ଏହା ଗଡ଼ଜାତ ଓ ସମ୍ବଲପୁର ଅଞ୍ଚଳ ଜଙ୍ଗଲମାନଙ୍କରେ ଜନ୍ମେ]

କୋଚିଲା ପିଆଶାଳ କରଡ଼ା ଆମ୍ବଡ଼ା—କୃଷ୍ଣସିଂହ. ମହାଭାରତ. ବନ

୩: ମୁଗ ବିରୀ ଆଦିର ଛୁଇଁର ଚୋପା — ୩. Empty pods of cereals.

ଗ୍ରା. ବିଣ. (ସଂ. କର୍କଶ) —

୧: ଦୃଢ; ଟାଣୁଆ; ଟାଆଁସା —୧. Hard; tough.

୨: କଷ୍ଟସହିଷ୍ଣୁ —୨. Inured to rough use.

୩: କଡ଼ା; ରାଗୀ; କଠୋର ନିୟମପ୍ରବର୍ତ୍ତକ — ୩. Strict; overstrict.

୪: କାର୍ୟ୍ୟକ୍ଷମ; ଚଞ୍ଚଳିଆ —୪. Active; fit for work.