କର୍ମଧାରଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ମଧାରୟ
ଉଚ୍ଚାରଣ: Karmadhāraya

ସଂ. ବି. (କର୍ମନ୍+ଧୃ ଧାତୁ= ଧରିବା+କର୍ତ୍ତୃ. ଅ) —

(ବ୍ୟାକରଣ) ସମାସବିଶେଷ; ସମାନ ସମାନ ବିଭକ୍ତିଯୁକ୍ତ ବିଶେଷଣ ଓ ବିଶେଷ୍ୟ ପଦ ଘୋଟିତ ସମାସ; (ଯଥା—ଶୁକ୍ଳବସ୍ତ୍ର; ନାଲିଧଡ଼ି; ଭଲପିଲା) — (grammar) A compound formed of an adjective and a noun qualified by it.

[ଦ୍ର—ଯେଉଁ କର୍ମଧାରୟ ସମାସରେ ବାକ୍ୟର ମଧ୍ୟପଦଟି ଲୁପ୍ତ ହୋଇ ଆଦ୍ୟ ଓ ଶେଷ ପଦର ମିଳନରେ ସମସ୍ତ ପଦ ଗଠିତ ହୁଏ ତାକୁ ମଧ୍ୟପଦଲୋପୀ କର୍ମଧାରୟ ବୋଲାଯାଏ; ଯଥା—ଘୃତମିଶ୍ରିତ ଅନ୍ନ=ଘୃତାନ୍ନ; ଛାୟାପ୍ରଧାନ ତରୁ=ଛାୟାତରୁ ଯେଉଁଠାରେ ରୂପକ, ସଦୃଶ ତୁଲ୍ୟ ଆଦି ମଧ୍ୟପଦ ଲୁପ୍ତ ହୁଏ ତାକୁ ରୂପକ କର୍ମଧାରୟ ବୋଲାଯାଏ ଯଥା—ଚନ୍ଦ୍ର ସଦୃଶ ମୁଖ=ଚନ୍ଦ୍ରମୁଖ; ପଦ୍ମ ତୁଲ୍ୟ ହସ୍ତ=ପଦ୍ମହସ୍ତ; ଶାଖାରୂପକ ହସ୍ତ=ଶାଖା ହସ୍ତ ଯେଉଁଠାରେ ଉପମାନ ଶବ୍ଦ ଉପମେୟ ଶବ୍ଦର ପରେ ରହେ ତାକୁ ଉପମିତ କର୍ମଧାରୟ ବୋଲାଯାଏ ଯଥା—ଚନ୍ଦ୍ର ପରି ଉପମେୟ ମୁଖ=ମୁଖଚନ୍ଦ୍ର; ପଦ୍ମ ସଙ୍ଗେ ଉପମେୟ ହସ୍ତ= ହସ୍ତପଦ୍ମ]