କାପ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାପ
ଉଚ୍ଚାରଣ: Kāpa
কনকবউলী काँप; करनफुल

ଦେ. ବି (ସଂ. କର୍ଣ୍ଣପାଲୀ; କିମ୍ବା କମ୍ପ ଧାତୁ; ମୁଣ୍ଡ଼କୁ ହଲାଇଲା— ବେଳେ ଏହା କାନରେ କମ୍ପିବାରୁ) —

୧: ଚଟକା ବା ବର୍ତ୍ତୁଳ କାନର ଅଳଙ୍କାରବିଶେଷ —୧. A kind of flat ear ornament.

ତେସନେକ ଅନୁପମ ଶ୍ରବଣର କାପ—ବିଷ୍ଣୁକେରିପୁରାଣ

୨: (ସଂ. କପଟ) ଛଦ୍ମବେଶ: ଛଳନା — ୨. Mask; false appearance; pretext.

୩: ବଙ୍ଗଦେଶରେ ବାରେନ୍ଦ୍ର ଶ୍ରେଣୀର ବ୍ରାହ୍ମଣମାନଙ୍କର କୌଳୀନ୍ୟଘଟିତ ଦୋଷରୁ ଘଟିବା ନିକୃଷ୍ଟତା — ୩. Inferiority due to infringement of rules of Kulinism amongst the Bārendra Brāhmaṇas of Bengal.

୪: ପୁରୁଣା ଶଗଡ଼ରେ ତୁମ୍ବରେ ଅଖଦ୍ବାରା ଘୋରିହୋଇ ବଡ଼ କଣା ହୋଇଗଲେ ସରୁ କଣା ଥିବା ଖଣ୍ଡ଼ିଏ ଗୋଲା କାଠ, ୟାହା କି ତାହା ମଧ୍ୟରେ ଭୃଞ୍ଜାଇ ଦିଆଯାଏ — ୪. A round piece of wood with a small hole put into the nave of a cart-wheel of which the eye has been worn out and enlarged by friction with the axle.

ଦେ. ବିଣ —

୧: କପଟବେଶୀ —୧. Wearing a mask.

୨: କୌତୁକକାରୀ (ଗୋପୀନାଥ ନନ୍ଦ) —୨. Sportive.